ତଦନ୍ତ ପାଇଁ ତଥ୍ୟ ମାଗିଲା ଇଡି

ବ୍ରହ୍ମପୁର ଅଫିସ,୧୦ା୧୧: ଟାଟା ମୋଟର୍ସରେ ଚାକିରି ନଁାରେ ଠକେଇ ମାମଲାରେ ଛନ୍ଦି ହୋଇଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ବର୍ତ୍ତମାନ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ପ୍ରଦୀପଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲାର ତଦନ୍ତ ଆରମ୍ଭ କରିଛି। ତାଙ୍କର ଆର୍ଥିକ କାରବାର ଉପରେ ତଦନ୍ତ ଆରମ୍ଭ ହୋଇଛି। ଏଥିପାଇଁ ଇଡି ବ୍ରହ୍ମପୁର ପୋଲିସକୁ ବିଧାୟକ ପ୍ରଦୀପଙ୍କ ସମେତ ଆଇଏଫ୍‌ଏସ୍‌ ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କ ପୁରୁଣା ମାମଲାର ବିଭିନ୍ନ ତଥ୍ୟ ମାଗିଛି। ବିଧାୟକଙ୍କ ସମେତ ୩ଜଣଙ୍କ ନାମରେ ବ୍ରହ୍ମପୁର ପୋଲିସ ଜିଲାରେ ରୁଜୁ ହୋଇଥିବା ମାମଲାର ସବିଶେଷ ତଥ୍ୟ ଇଡିକୁ ହସ୍ତାନ୍ତର କରାଯାଇଥିବା ବ୍ରହ୍ମପୁର ଏସ୍‌ପି ଡା.ଶ୍ରବଣା ବିବେକ ଏମ୍‌. ସୂଚନା ଦେଇଛନ୍ତି। ଟାଟା ମୋଟର୍ସରେ ଚାକିରି ନଁାରେ ଗଞ୍ଜାମ ଜିଲାର ବିଭିନ୍ନ ଲୋକଙ୍କଠାରୁ ଟଙ୍କା ଠକେଇ ଅଭିଯୋଗ ହୋଇଥିଲା। ଏହି ଘଟଣାରେ କଟକ କ୍ରାଇମ୍‌ବ୍ରାଞ୍ଚର ସାଇବର ଥାନାରେ ମାମଲା ରୁଜୁ ହୋଇଥିଲା। ଚାକିରି ନାଁରେ ଲୋକଙ୍କଠାରୁ ଟଙ୍କା ଠକିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ୨୦୨୦ ଡିସେମ୍ବର ୩ରେ ବିଧାୟକ ପ୍ରଦୀପଙ୍କୁ ଗିରଫ କରିଥିଲା। ଏହା ସହିତ ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଗିରଫକରି ଘଟଣାର ଅଧିକ ତଦନ୍ତ ଜାରି ରଖିଥିଲା। ସେପଟେ ବ୍ରହ୍ମପୁର ପୋଲିସ ଜିଲାରେ ପ୍ରଦୀପ ଓ ଅନ୍ୟମାନଙ୍କ ନାମରେ ଚାକିରି ନାଁରେ ଠକେଇ ମାମଲା ରୁଜୁ ହୋଇଥିଲା। ବୈଦ୍ୟନାଥପୁର ଥାନାରେ ୨ଟି ଓ ଗୋଳନ୍ଥରା ଥାନାରେ ୩ଟି ମାମଲା ରୁଜୁ ହୋଇଥିଲା। ପରେ ବିଧାୟକ ପ୍ରଦୀପଙ୍କୁ ୨୦୨୧ ଜୁନ୍‌ରେ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଉଦ୍ଧାର ହାତୀ ଛୁଆ ନନ୍ଦନକାନନ ସ୍ଥାନାନ୍ତର

କେନ୍ଦୁଝର,୧୪।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରୁ ରବିବାର ସକାଳେ ଏକ ହାତୀ ଛୁଆ ଉଦ୍ଧାର ହୋଇଛି। ପିସିସିଏଫ (ବନ୍ୟପ୍ରାଣୀ)ଙ୍କ ନିର୍ଦ୍ଦେଶ ଅନୁଯାୟୀ, ଉକ୍ତ ଛୁଆକୁ ବନ ବିଭାଗ...

ବଡାଖାନା କାର୍ଯ୍ୟକ୍ରମ: ସଫେଇ କର୍ମଚାରୀଙ୍କୁ ଖାଦ୍ୟ ପରଷିଲେ ଅଧ୍ୟକ୍ଷ

କେସିଙ୍ଗା,୧୪।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏଏନସି ପରିସରରେ ବଡାଖାନା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ ନୃପରାଜ ଯାଦବ ସଭାପତିତ୍ୱ ଭାବେ ଯୋଗଦେଇ...

ବରଗଡ଼ ବିଧାୟକଙ୍କ ମହାନତା: ନବୀନଙ୍କ ପରେ ବର୍ଦ୍ଧିତ ଦରମାକୁ ଜନସେବାରେ ଲଗାଇବେ

ବରଗଡ଼,୧୪।୧୨(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଏବେ ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି। ରାଜ୍ୟରେ ପ୍ରଥମଥର ପାଇଁ ଭାଜପା ଶାସନକୁ ଆସିଛି। ତେଵେ...

ସହରର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ନିର୍ବାହୀ ଅଧିକାରୀ, ଜବରଦଖଲକାରୀଙ୍କ ମଧ୍ୟରେ ଛନକା

ପୁରୁଷୋତ୍ତମପୁର,୧୪ା୧୨(ସବିତା ମିଶ୍ର): ଅବହେଳିତ ଭାବରେ ପଡ଼ିରହିଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିର ବିକାଶ ଲାଗି ଅଣ୍ଟାଭିଡ଼ିଛନ୍ତି ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ। ସହର ମଧ୍ୟରେ ଓ...

ଜି.ଉଦୟଗିରିରେ ତୁଷାରପାତ ସହ ପ୍ରବଳ ଶୀତ

ଜି.ଉଦୟଗିରି,୧୪।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ରଜ୍ୟର ସବୁଠାରୁ ଥଣ୍ଡା ସହର କନ୍ଧମାଳ ଜିଲା ଜି.ଉଦୟଗିରି। ଉକ୍ତ ଅଞ୍ଚଳରେ ହାଡ଼ଭଙ୍ଗା ଶୀତ ଲାଗି ଅସ୍ତବ୍ୟସ୍ତ ଅଞ୍ଚଳବାସୀ। ତୁଷାରପାତ...

ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ପାଚେରି ଅସୁରକ୍ଷିତ: ଗଳୁଛି ପାଣି

ପୁରୀ ୧୪।୧୨( ଅଜିତ୍‌ କୁମାର ମହାନ୍ତି ): ଶ୍ରୀମନ୍ଦିର ମେଘନାଦ ପ୍ରାଚୀର ବିପଦରେ ଥିବା ଦେଖିବାକୁ ମିଳିଛି । ମେଘନାଦ ପାଚେରି ଯୋଡେଇ ଫାଟ ହୋଇ...

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri