Posted inଜାତୀୟ

EDକୁ ଦେଖି ଛାତରୁ ଡେଇଁଲେ ବିଧାୟକ: ଆଉ ତା’ପରେ ଘଟିଗଲା…

କୋଲକାତା,୨୫।୮: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପୁଣି ଥରେ ସ୍କୁଲରେ ଶିକ୍ଷକ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ନିଯୁକ୍ତିରେ ହୋଇଥିବା ଅଭିଯୋଗ ଘୋଟାଲାର ତଦନ୍ତକୁ ଦ୍ରୁତ ଗତିରେ ଆଗକୁ ବଢାଇଛି। ସୋମବାର ED ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲାର ବରୱାନ ବିଧାନସଭା ଆସନରୁ ତୃଣମୂଳ କଂଗ୍ରେସ ବିଧାୟକ ଜୀବନ କୃଷ୍ଣ ସାହାଙ୍କୁ ଗିରଫ କରିଛି। ବିଧାୟକଙ୍କ ବାସଭବନରେ ED ଚଢ଼ାଉ କରିଛି। SSC ସହକାରୀ ଶିକ୍ଷକ ନିଯୁକ୍ତି ଦୁର୍ନୀତି ସହ ଜଡିତ ତଦନ୍ତ ସମୟରେ ଏହି ଗିରଫଦାରୀ କରାଯାଇଛି। ଯେତେବେଳେ ED ଦଳ ବିଧାୟକ ସାହାଙ୍କ ଘରେ ପହଞ୍ଚିଲା, ସେ ହଠାତ୍‌ ପ୍ରଥମ ମହଲାରୁ ଡେଇଁ ଖସି ପଳାଇବାକୁ ଚେଷ୍ଟା କରିଥିଲେ।

ED ଦଳ ତାଙ୍କୁ ଘଟଣାସ୍ଥଳରୁ ଧରିଥିଲା। ଏହି ସମୟରେ ସେ ନିକଟସ୍ଥ ଡ୍ରେନେଜରେ ତାଙ୍କ ମୋବାଇଲ ଫୋନ ଫିଙ୍ଗି ଦେଇଥିଲେ, କିନ୍ତୁ ED ଅଧିକାରୀମାନେ ତୁରନ୍ତ ଏହାକୁ ଉଦ୍ଧାର କରିଥିଲେ। ସୂତ୍ର ଅନୁଯାୟୀ, ED ସାହାଙ୍କ ଘର ଏବଂ ତାଙ୍କ ନିକଟତମ ଲୋକଙ୍କ ଆଡ୍ଡାରେ ଏହି ଚଢ଼ାଉ କରିଥିଲା। ତଦନ୍ତକାରୀ ସଂସ୍ଥା ସନ୍ଦେହ କରୁଛି ଯେ, ସାହା ଏବଂ ତାଙ୍କ ନିକଟତମ ଲୋକଙ୍କ ପାଖରେ ନିଯୁକ୍ତି ଦୁର୍ନୀତି ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଏବଂ କାରବାର ଡକ୍ୟୁମେଣ୍ଟ ଅଛି। ଗିରଫଦାରୀ ପରେ, ED ଦଳ ତାଙ୍କୁ ପଚରାଉଚରା ପାଇଁ ନିଜ ସହିତ ନେଇଛି।

ଏଜେନ୍ସି କହିଛି ଯେ, ଏହି ଦୁର୍ନୀତିରେ ବଡ଼ ଧରଣର ଟଙ୍କା ଲଣ୍ଡରିଂ ହୋଇଛି। ଏହି ମାମଲାରେ ଆହୁରି ନାମ ସାମ୍ନାକୁ ଆସିପାରେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦଳ ସୂଚନା ଦେଇଛି ଯେ, ସ୍କୁଲ ଶିକ୍ଷକ ନିଯୁକ୍ତି ଦୁର୍ନୀତି ସହିତ ଜଡିତ ତଦନ୍ତ ସମୟରେ ବୀରଭୂମି ଜିଲାର ଜଣେ ବ୍ୟକ୍ତି ଟଙ୍କା କାରବାର କରୁଥିବାର ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ, ଚଢାଉ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

ଅଧିକାରୀଙ୍କ ଅନୁଯାୟୀ, ବୀରଭୂମିର ବାସିନ୍ଦା ବ୍ୟକ୍ତି ଆଜି ସକାଳେ ଇଡି ଅଧିକାରୀମାନଙ୍କ ସହିତ ବିଧାୟକ ସାହାଙ୍କ ବାସଭବନରେ ପହଞ୍ଚିଥିଲେ। ପୂର୍ବରୁ, ଏଜେନ୍ସି ଏହି ଦୁର୍ନୀତି ସମ୍ପର୍କରେ ବିଧାୟକ ସାହାଙ୍କ ସ୍ତ୍ରୀଙ୍କୁ ମଧ୍ୟ ପଚରାଉଚରା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୭ ବିଶ୍ୱକପ ପାଇଁ ସୁନୀଲ ଗାଭାସ୍କର ବାଛିଲେ ଭାରତୀୟ ଦଳ; ବାଦ ପଡ଼ିଲେ ବଡ଼ ବଡ଼ ନାମ

ନୂଆଦିଲ୍ଲୀ,୫।୮: ଆସନ୍ତା ବର୍ଷ (୨୦୨୭) ହେବାକୁ ଥିବା ଏକଦିବସୀୟ ବିଶ୍ୱକପ ପାଇଁ ଭାରତୀୟ ଦଳରେ କିଏ ସ୍ଥାନ ପାଇବ ସେ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ଇଂଲଣ୍ଡ…

NEET-UG ପ୍ୟାଟର୍ଣ୍ଣରେ ହେବ ବଡ଼ ପରିବର୍ତ୍ତନ, ସୁପ୍ରିମକୋର୍ଟରେ ଯୋଜନାର ରୂପରେଖା ପ୍ରଦାନ କଲେ ସରକାର

ନୂଆଦିଲ୍ଲୀ,୫।୮: ଜାତୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷା, NEET-UGର ଢାଞ୍ଚାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଚାଲିଛି। କେନ୍ଦ୍ର ସରକାର ଏକ ସତ୍ୟପାଠ ମାଧ୍ୟମରେ ସୁପ୍ରିମକୋର୍ଟକୁ ଏହା ଜଣାଇ…

‘ବନ୍ଦେ ମାତରମ୍‌ ନ ଗାଇଲେ କ’ଣ ଆକାଶ ଛିଣ୍ଡି ପଡିବ?’ ରୋକ୍‌ଠୋକ୍‌ ଶୁଣାଇଦେଲେ କୋଲକାତା ହାଇକୋର୍ଟ

କୋଲକାତା,୫।୮: କୋଲକାତା ହାଇକୋର୍ଟ ମଙ୍ଗଳବାର ଦିନ ମଦ୍ରାସାଗୁଡ଼ିକରେ ‘ବନ୍ଦେ ମାତରମ୍’ର ଛଅଟିଯାକ ପଦ ଗାଇବା ବାଧ୍ୟତାମୂଳକ କରିବା ବିରୋଧରେ ଦାୟର ଏକ ଜନସ୍ୱାର୍ଥ ମାମଲା (PIL)ର ଶୁଣାଣି…

୭୫ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ ପାଇଁ ରହିଛନ୍ତି ଜଣେ ମହିଳା ସୂପରଭାଇଜର-ସିଡ଼ିପିଓ: ଖାଲି ପଦବୀ ପୂରଣ ଦାବି

କର୍ଲାମୁଣ୍ଡା,୫।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ୧୨ଟି ପଞ୍ଚାୟତରେ ରହିଛି ୬୨ଟି ରାଜସ୍ବ ଗ୍ରାମ। ଶିଶୁ, ଗର୍ଭବତୀ, ପ୍ରସୂତୀ, କିଶୋରୀ ବାଳିକାମାନଙ୍କ ପାଇଁ ସରକାରଙ୍କ…

ଉପନିର୍ବାଚନରେ ପରାଜୟ ପରେ ଆକ୍ସନ ମୋଡକୁ ଆସିଲେ ପିଏମ୍‌ ମୋଦି: ନୀତୀଶ କୁମାର-ଶିବରାଜ ସିଂହଙ୍କୁ…

ନୂଆଦିଲ୍ଲୀ,୫।୮: ମଧ୍ୟପ୍ରଦେଶର ଦତିଆ ଏବଂ ବିହାରର ବାଙ୍କିପୁର ବିଧାନସଭା ଉପନିର୍ବାଚନରେ ଭାଜପା ପ୍ରାର୍ଥୀଙ୍କୁ କଡ଼ା ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଏହାକୁ ନେଇ ଦଳ ଭିତରେ ତୀବ୍ର…

ଜଣେ ଶିକ୍ଷକରେ ଚାଲିଛି ଶିକ୍ଷାଦାନ: ସମସ୍ୟା ସମାଧାନର ପ୍ରତିଶ୍ରୁତି ଦେଲେ ବିଇଓ

କର୍ଲାମୁଣ୍ଡା,୫।୮(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବୋରପଦର ଗ୍ରାମ ପଞ୍ଚାୟତ ବତିକୁପା ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ଧରି ମାତ୍ର ଜଣେ ଶିକ୍ଷକଙ୍କ ଭରସାରେ ପାଠପଢ଼ା ଚାଲିଥିବାରୁ…

ଅନଲାଇନ ପେମେଣ୍ଟବେଳେ ଏକ୍ସଟ୍ରା ଚାର୍ଜ ଲାଗିଲେ କେତେ ଲୋକ ଛାଡିଦେବେ UPI? ସର୍ଭେରେ ବଡ଼ ଖୁଲାସା

ନୂଆଦିଲ୍ଲୀ,୫।୮: ଭାରତରେ ୟୁପିଆଇ (UPI) ଏବେ ଏକ ନୂଆ ପ୍ରସ୍ତାବକୁ ନେଇ ବେଶ ଚର୍ଚ୍ଚାରେ ଅଛି। ପ୍ରକୃତରେ ସରକାର ଡିଜିଟାଲ୍ ପେମେଣ୍ଟ ସହିତ ଜଡ଼ିତ ଆଇନରେ ପରିବର୍ତ୍ତନ…

ଭାଜପାକୁ ବଡ଼ ଝଟକା! ୩ ଟିଏମସି ଏମପିଙ୍କ ନିଷ୍ପତ୍ତିକୁ ନେଇ ବଢିଲାଣି ରାଜନୈତିକ ଚର୍ଚ୍ଚା

କୋଲକାତା,୫।୮: ପଶ୍ଚିମବଙ୍ଗ ରାଜନୀତି ବର୍ତ୍ତମାନ ସରଗରମ ହେବାରେ ଲାଗିଛି। ପୂର୍ବରୁ ଟିଏମସିରୁ ଅଲଗା ହୋଇ ଏକ ପୃଥକ ଗୋଷ୍ଠୀରେ ଯୋଗ ଦେଇଥିବା ତିନି ଜଣ ମୁସଲିମ ଏମପିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri