Posted inଜାତୀୟ

ଜୈବିକ ସାର ଉତ୍ପାଦନରେ ରେକର୍ଡ ହ୍ରାସ

ନୂଆଦିଲ୍ଲୀ,୨୬।୪ ଭାରତ ୨୦୧୭-୧୮ ବର୍ଷରେ ୩୩୮.୭୨ ନିୟୁତ ଟନ୍‌ ଜୈବିକ ସାର ଉତ୍ପାଦନ କରିଥିବାବେଳେ ୨୦୨୦-୨୧ରେ ମାତ୍ର ୩.୮୮ ନିୟୁତ ଟନ୍‌ ଉତ୍ପାଦନ କରିଛି। ଜୈବିକ ତଥା ପ୍ରାକୃତିକ କୃଷିକୁ ପ୍ରାଧାନ୍ୟ ଦେଇ ଆଗେଇବାକୁ ହେଲେ ଦେଶବ୍ୟାପୀ ଏକ ଲକ୍ଷ୍ୟଭିତ୍ତିକ ମହତ୍ତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯିବା ଜରୁରୀ ବୋଲି ସିଏସ୍‌ଇ (ବିଜ୍ଞାନ ଓ ପରିବେଶ କେନ୍ଦ୍ର) ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି।
ଜୈବ ଖତ ଓ ଜୈବିକ ସାର ଉତ୍ପାଦନ ଓ ବ୍ୟବହାର ବଢ଼ାଇବା ପାଇଁ କେନ୍ଦ୍ର ସରକାର ଏକାଧିକ ଯୋଜନା ଓ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିଛନ୍ତି। ପରମ୍ପରାଗତ କୃଷି ବିକାଶ ଯୋଜନା, ଉତ୍ତରପୂର୍ବାଞ୍ଚଳ ପାଇଁ ମିଶନ ଅର୍ଗାନିକ୍‌ ଭାଲ୍ୟୁ ଚେନ୍‌ ଡେଭେଲପମେଣ୍ଟ, ଜାତୀୟ ଖାଦ୍ୟ ସୁରକ୍ଷା ମିଶନ ଏବଂ ଜାତୀୟ ତୈଳବୀଜ ଓ ପାମ୍‌ ଅଏଲ୍‌ ମିଶନ ସେଥିରୁ ଅନ୍ୟତମ। ତେବେ ଏଥିରେ ବ୍ୟୟ ହେଉଥିବା ମୋଟ ପାଣ୍ଠି ପରିମାଣ ରାସାୟନିକ ସାର ଉପରେ ଦିଆଯାଉଥିବା ବାର୍ଷିକ ସବ୍‌ସିଡି ତୁଳନାରେ ଯଥେଷ୍ଟ କମ୍‌। କାରଣ ଦେଶରେ ମୋଟ ୧୪୦.୧ ନିୟୁତ ହେକ୍ଟର ଜମିରେ ଚାଷ ହେଉଥିବାବେଳେ ସେଥିରୁ ଉପରୋକ୍ତ ଯୋଜନାରେ ଜୈବିକ କୃଷି ହେଉଥିବା ଜମି ପରିମାଣ ପ୍ରାୟ ୨.୭ ପ୍ରତିଶତ ବୋଲି ସିଏସ୍‌ଇ ରିପୋର୍ଟରେ କୁହାଯାଇଛି। ୨୦୧୮ରୁ ୨୦୨୧ ମଧ୍ୟରେ ପରମ୍ପରାଗତ କୃଷି ବିକାଶ ଯୋଜନା ପାଇଁ ୯୯୪ କୋଟି ଟଙ୍କା ମଞ୍ଜୁରୀ ହୋଇଥିବାବେଳେ ମିଶନ ଅର୍ଗାନିକ ଭାଲ୍ୟୁ ଚେନ୍‌ ଡେଭେଲପମେଣ୍ଟ ଯୋଜନାରେ ୪୧୬ କୋଟି, ଜାତୀୟ ଖାଦ୍ୟ ସୁରକ୍ଷା ମିଶନ ଅଧୀନରେ ଜୈବସାର ପାଇଁ ୪ କୋଟି ଟଙ୍କା ମଞ୍ଜୁର ହୋଇଛି। ଅନ୍ୟ ପକ୍ଷରେ ରାସାୟନିକ ସାର ଉପରେ ସବସିଡି ପ୍ରତିବର୍ଷ ବଢ଼ିଚାଲିଛି। ୨୦୨୦-୨୧ରେ ଏହି ସବ୍‌ସିଡି ପରିମାଣ ୧,୩୧,୨୩୦ କୋଟି ଟଙ୍କା ରହିଥିଲା।
୩ ବର୍ଷ ମଧ୍ୟରେ ଜୈବିକ ସାର ଉତ୍ପାଦନ ଏତେମାତ୍ରାରେ ହ୍ରାସ ପାଇବାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। ତେବେ ୨୦୨୦-୨୧ରେ ମୋଟ ତରଳ ଜୈବସାର ଉତ୍ପାଦନ ୨୬,୪୪୨ କିଲୋଲିଟର ରହିଛି, ଯାହା ୨୦୧୪-୧୫ ତୁଳନାରେ ୫୫୨ ପ୍ରତିଶତ ଅଧିକ। ୨୦୨୦୨୧ରେ କ୍ୟାରିୟର ଭିତ୍ତିକ କଠିନ ଜୈବସାର ଉତ୍ପାଦନ ୧,୩୪,୩୨୩ ଟନ୍‌ ରହିଛି ଯାହା ୨୦୦୮-୦୯ ତୁଳନାରେ ୪୩୫ ପ୍ରତିଶତ ଅଧିକ।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ICC: T20 ବିଶ୍ୱକପ୍‌ରେ ବାଂଲାଦେଶର ଅନୁପସ୍ଥିତି ଉପରେ ନେଲା ଏମିତି ନିଷ୍ପତ୍ତି

ନୂଆଦିଲ୍ଲୀ,୯।୨: ପୁରୁଷ T20 ବିଶ୍ୱକପ୍‌ରେ ବାଂଲାଦେଶର ଅନୁପସ୍ଥିତିକୁ ନେଇ ICC ଦୁଃଖ ପ୍ରକାଶ କରିଛି। ତେବେ ଏହି ଘଟଣା ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଉପରେ…

T20 ବିଶ୍ୱକପ୍‌: ଭାରତ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ପାକିସ୍ତାନକୁ ଅନୁରୋଧ କଲା ବାଂଲାଦେଶ

ନୂଆଦିଲ୍ଲୀ,୯।୨: ଭାରତ-ପାକିସ୍ତାନ T20 ବିଶ୍ୱକପ୍ ମ୍ୟାଚ୍‌କୁ ନେଇ ସୃଷ୍ଟି ହୋଇଥିବା ଅନିଶ୍ଚିତତା ମଧ୍ୟରେ ଏକ ନୂଆ ମୋଡ଼ ଆସିଛି। ବାଂଲାଦେଶ କ୍ରିକେଟ ବୋର୍ଡ (BCB) ପାକିସ୍ତାନକୁ ଏହି…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

BCCI Central Contract 2025-26: ଗିଲଙ୍କ ସମେତ ଏହି ଖେଳାଳିଙ୍କୁ  ଗ୍ରେଡ୍‌ A, ହେଲେ କୋହଲି-ରୋହିତଙ୍କୁ B; ନିରାଶ ହେଲେ…

ନୂଆଦିଲ୍ଲୀ,୯।୨: BCCI ୨୦୨୫-୨୬ ବର୍ଷ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ(କେନ୍ଦ୍ରୀୟ ଚୁକ୍ତି ତାଲିକା) ପ୍ରକାଶ କରିଛି। ଏଥିରେ ବଡ଼ ପରିବର୍ତ୍ତନ ହୋଇଛି। ତାଲିକାରୁ ଏ ପ୍ଲସ୍‌ (A+)…

ପ୍ରେମ ସପ୍ତାହରେ ରକ୍ତରଂଜିତ କାହାଣୀ: ତ୍ରିକୋଣୀୟ ପ୍ରେମକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ

ଭୁବନେଶ୍ୱର,୯।୨: ରାଜଧାନୀ ଭୁବନେଶ୍ୱରରେ ଏକ ସିନେମା ଷ୍ଟାଇଲ୍‌ରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ‘ଚକୋଲେଟ୍ ଡେ’ ପାଳନ ପରେ ପ୍ରେମିକର ବେକ କାଟି ହତ୍ୟା କରିବା ସହ ପ୍ରମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri