ଚିକିତ୍ସାରେ ଅର୍ଥାଭାବ, ବିଛଣାରେ ରୋଗାକ୍ରାନ୍ତ

ଅମରପାଲି,୩୦ା୧୧(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ବହଳପଦର ପଞ୍ଚାୟତ ଅନ୍ତର୍ଗତ ଚିଙ୍ଗିରାନାଲି ଗ୍ରାମରେ ପଞ୍ଚାନନ ଛତ୍ରିଆ(୫୫)। ଏବେ ସେ ଅଜଣା ରୋଗରେ ଆକ୍ରାନ୍ତ। ଗତ ଦେଢ ମାସ ହେଲା ତାଙ୍କର ଉଭୟ ଗୋଡ କାମ କରୁ ନ ଥିବାରୁ ଚାଲି ବୁଲି ପାରୁନାହାନ୍ତି। ସବୁବେଳେ ବିଛଣାରେ ପଡି ରହିଛନ୍ତି। ଅର୍ଥାଭାବ ଯୋଗୁଁ ତାଙ୍କର ଚିକିତ୍ସା ହୋଇ ନ ପାରି ଘରେ ପଡି ରହିଛନ୍ତି।
ତିନି ମାସ ତଳେ ଦେହ ହାତ ଦରଜ ହେବାରୁ ପଞ୍ଚାନନ ବୀରମହାରାଜପୁର ଡାକ୍ତରଖାନା ଯାଇଥିଲେ। ଆବଶ୍ୟକ ପରୀକ୍ଷା ନିରୀକ୍ଷା ପରେ ସେ ମଧୁମେହ ରୋଗରେ ପୀଡିତ ଥିବା ଡାକ୍ତର କହିଥିଲେ। ଔଷଧ ନେଇ ଘରକୁ ଫେରିବା ପରେ ରୋଗ କମିବା ପରିବର୍ତ୍ତେ ତାଙ୍କର ଦେହ ଜଳାପୋଡା ହେଲା। ପରେ ସେ ବୌଦ୍ଧ ଡାକ୍ତରଖାନା ଯାଇ ଚିକିତ୍ସିତ ହୋଇଥିଲେ। ହେଲେ କୌଣସି ସୁଫଳ ମିଳିଲା ନାହିଁ। କିଛି ଦିନ ପରେ ତାଙ୍କର ଉଭୟ ଗୋଡ କାମ କଲାନାହିଁ। ଅର୍ଥାଭାବରୁ ସେ ଆଉ କୌଣସି ଡାକ୍ତରଖାନା ଯାଇ ପାରିନାହାନ୍ତି, ବିଛଣାର ପଡି ରହିଛନ୍ତି। ତାଙ୍କ ସ୍ତ୍ରୀ ତାଙ୍କୁ ବୋହି କରି ନେବା ଆଣିବା କରୁଛନ୍ତି। ନାମମାତ୍ର ଚାଷୀ ପଞ୍ଚାନନ କିଛି ଜମି ଚାଷ କରିଥିଲେ। ଏବେ ଧାନ କିପରି ଅମଳ କରିବେ ସେହି ଚିନ୍ତାରେ ପଡିଛନ୍ତି। ୩ଝିଅଙ୍କୁ ବିବାହ କରାଇ ସାରିଛନ୍ତି ପଞ୍ଚାନନ। ଏବେ ଅନ୍ୟ ୨ଝିଅ ଓ ଜଣେ ପୁଅ ଘରେ ଅଛନ୍ତି। ପୁଅ ରାଜାରାମଙ୍କୁ ୧୫ବର୍ଷ ହେଉଥିବା ବେଳେ ଝିଅ ସସ୍ମିତା(୧୪) ଓ ଅମ୍ରିତା(୩) ଅଛନ୍ତି। ପଞ୍ଚାନନଙ୍କ ବିପିଏଲ କାର୍ଡ ଅଛି। ରାଶନ ବାବଦକୁ ମିଳୁଥିବା ୨୦କେଜି ଚାଉଳରେ ଏବେ ପରିବାର ଚାଲୁଛି। ପଞ୍ଚାନନଙ୍କ ସ୍ତ୍ରୀ ପାର୍ବତୀ ମୂଲ ଲାଗି ପରିବାର ଚଳାଉଛନ୍ତି। ତାଙ୍କ ପାଖରେ ବିଜୁ ସ୍ବାସ୍ଥ୍ୟ କାର୍ଡ ଥିଲେ ମଧ୍ୟ ତାହା କାମରେ ଲାଗୁନାହିଁ। ଏବେ ତାଙ୍କୁ ଡାକ୍ତରଖାନାକୁ ନେବା ପାଇଁ ମଧ୍ୟ ଅର୍ଥର ଅଭାବ ରହିଛି। ଅର୍ଥାଭାବରୁ ସେ ଔଷଧ କିଣି ନ ପାରି ଏବେ ସେ ଚେରମୂଳି ଔଷଧ ବ୍ୟବହାର କରୁଛନ୍ତି। ତାଙ୍କୁ ଯଦି ତୁରନ୍ତ ଚିକିତ୍ସା କରାଯିବ ସେ ଭଲ ହୋଇଯିବେ ବୋଲି ପଞ୍ଚାନନ ପ୍ରକାଶ କରିଛନ୍ତି। ଏ ନେଇ ବୀରମହାରାଜପୁର ଉପଖଣ୍ଡ ଚିକିତ୍ସା ଅଧିକାରୀ ରବୀନ୍ଦ୍ର ପଣ୍ଡାଙ୍କୁ ପଚାରିବାରୁ ତାଙ୍କୁ ତୁରନ୍ତ ବୀରମହାରାଜପୁର ଡାକ୍ତରଖାନାକୁ ଅଣାଯାଇ ଚିକିତ୍ସା କରାଯିବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri