ଏସ୍‌ଏଚ୍‌ଜି ମାଧ୍ୟମରେ ମହିଳାଙ୍କ ଆର୍ଥିକ ସଶକ୍ତୀକରଣ

ନୂଆଦିଲ୍ଲୀ, ୨।୨: ଗ୍ରାମାଞ୍ଚଳରେ ଦୀନ୍‌ଦୟାଲ ଅନ୍ତ୍ୟୋଦୟ ଯୋଜନା, ଗ୍ରାମୀଣ ଜୀବିକା ମିଶନ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବଜେଟ୍‌ ଅଭିଭାଷଣରେ କହିଛନ୍ତି। ଗ୍ରାମାଞ୍ଚଳ ମହିଳାମାନଙ୍କୁ ଏକଜୁଟ କରାଯାଇ ୮୧ ଲକ୍ଷ ସ୍ବୟଂ ସହାୟିକା ଗୋଷ୍ଠୀ (ଏସ୍‌ଏସ୍‌ଜି) ଗଠନ କରାଯାଇଛି। ଏବେ ଏହି ମହିଳାମାନଙ୍କୁ ଆର୍ଥିକ ସଶକ୍ତୀକରଣର ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚାଇବାକୁ ଉଦ୍ୟମ କରାଯିବ। ସମ୍ପୃକ୍ତ ଗୋଷ୍ଠୀମାନଙ୍କୁ ବୃହତ୍ତର ଉତ୍ପାଦକ ବା ଉଦ୍ୟୋଗୀ ଗୋଷ୍ଠୀରେ ପରିଣତ କରାଯିବ । ଏଥିରେ ସହସ୍ରାଧିକ ମହିଳାଙ୍କୁ ସଦସ୍ୟଭାବେ ରଖାଯିବ ଏବଂ ଏହି ଉତ୍ପାଦକ ଗୋଷ୍ଠୀକୁ ପେସାଦାରୀ ଢଙ୍ଗରେ ପରିଚାଳିତ କରାଯିବ। ସେମାନଙ୍କୁ କଞ୍ଚାମାଲ ସମେତ ଭଲ ଡିଜାଇନ, ମାନକ ସହାୟକ ଉପକରଣ, ବ୍ରାଣ୍ଡିଂ ଓ ବିପଣନ ସୁବିଧା ସରକାର ଯୋଗାଇଦେବେ।

୫୦୦ ‘ବର୍ଜ୍ୟରୁ ସମ୍ପଦ’ ପ୍ଲାଣ୍ଟ ପ୍ରତିଷ୍ଠା ହେବ

ଗୋବରଧନ (ଗାଲ୍‌ଭାନାଇଜିଂ ଅର୍ଗାନିକ ବାୟୋ-ଆଗ୍ରୋ ରିସୋର୍ସ ଧନ) ଯୋଜନାରେ ଦେଶରେ ୫୦୦ ନୂଆ ‘ବର୍ଜ୍ୟରୁ ସମ୍ପଦ’ ପ୍ଲାଣ୍ଟ ପ୍ରତିଷ୍ଠା ହେବ। ସେଥିରେ ୨୦୦ କମ୍ପ୍ରେସ୍‌ଡ ବାୟୋଗ୍ୟାସ (ସିବିଜି) ପ୍ଲାଣ୍ଟ ରହିବ। ସହରାଞ୍ଚଳରେ ୭୫ଟି ପ୍ଲାଣ୍ଟ ପ୍ରତିଷ୍ଠା ହେବାକୁ ଥିବାବେଳେ ୩୦୦ କମ୍ୟୁନିଟି ବା କଷ୍ଟର ଭିତ୍ତିକ ପ୍ଲାଣ୍ଟ ନିର୍ମାଣ କରାଯିବ। ଏଥିରେ ମୋଟ ୧୦ ହଜାର କୋଟି ଟଙ୍କା ବ୍ୟୟ ହେବ।

ଗରିବ ବନ୍ଦୀଙ୍କୁ ଆର୍ଥତ୍କ ସହାୟତା

ଜରିମାନା ଏବଂ ଜାମିନ ଅମାନତ ଅର୍ଥ ଜମା କରିବାରେ ଅକ୍ଷମ ଗରିବ ବନ୍ଦୀମାନଙ୍କୁ ସରକାର ଆର୍ଥତ୍କ ସହାୟତା ଯୋଗାଇଦେବେ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ବୁଧବାର କହିଛନ୍ତି। ଜେଲରେ ଯେଉଁମାନେ ଦୀର୍ଘଦିନ ଧରି ବିଚାରାଧୀନ କଏଦୀ ଭାବେ ରହିଛନ୍ତି, ସେମାନଙ୍କ ମାମଲାଗୁଡ଼ିକର ତୁରନ୍ତ ବିଚାର କରି ମାନବିକତା ଆଧାରରେ ସେମାନଙ୍କୁ ମୁକ୍ତ କରିଦେବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତବର୍ଷ ମୁଖ୍ୟମନ୍ତ୍ରୀ ଏବଂ ହାଇକୋର୍ଟ ମୁଖ୍ୟ ବିଚାରପତିମାନଙ୍କ ମିଳିତ ସମ୍ମିଳନୀରେ ଅନୁରୋଧ କରିଥିଲେ। ଉକ୍ତ ମାମଲାଗୁଡ଼ିକର ସମୀକ୍ଷା ପାଇଁ ପ୍ରତି ଜିଲାରେ ଜିଲା ଜଜ୍‌ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିବାକୁ ପ୍ରଧାନମନ୍ତ୍ରୀ କହିଥିଲେ।

ପୁରୁଣା ସରକାରୀ ଗାଡ଼ି ରଦ୍ଦ ଲାଗି ପାଣ୍ଠି ବରାଦ

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଖରେ ଥିବା ପୁରୁଣା ପ୍ରଦୂଷଣଯୁକ୍ତ ଗାଡ଼ି ଓ ଆମ୍ବୁଲାନ୍ସଗୁଡ଼ିକୁ ରଦ୍ଦ କରି ତା’ ସ୍ଥାନରେ ନୂଆ ଗାଡ଼ି ପ୍ରଚଳନ କରିବା ନିମନ୍ତେ ବଜେଟରେ ପର୍ଯ୍ୟାପ୍ତ ପାଣ୍ଠି ବ୍ୟବସ୍ଥା କରାଯାଇଛି। ପ୍ରଦୂଷଣ ହ୍ରାସ କରିବାକୁ ହେଲେ ପୁରୁଣା ଗାଡ଼ିଗୁଡ଼ିକୁ ହଟାଇବା ଗୁରୁତ୍ୱପୂର୍ଣ୍ଣ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଥିଲେ। ସେହିପରି ଉପକୂଳ ଅଞ୍ଚଳରେ ଯାତାୟାତ ଓ ମାଲ ପରିବହନ ଲାଗି ପିପିପି ମୋଡ୍‌ରେ ଉପକୂଳ ଶିପିଂ ବ୍ୟବସ୍ଥାକୁ ପ୍ରୋତ୍ସାହନ କରାଯିବ। ଏଥିରେ ଶକ୍ତି ବଞ୍ଚତ୍ବା ସହ ଖର୍ଚ୍ଚ କମ୍‌ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ୧୫ ବର୍ଷରୁ ଊର୍ଦ୍ଧ୍ୱ ପୁରୁଣା ୯ ଲକ୍ଷରୁ ଅଧିକ ସରକାରୀ ଗାଡ଼ି ଆଗାମୀ ଏପ୍ରିଲ ୧ରୁ ରାସ୍ତାରୁ ହଟିବ ବୋଲି ସଡ଼କ ପରିବହନ ମନ୍ତ୍ରୀ ନିତୀନ ଗଡ଼କରୀ ନିକଟରେ କହିଥିଲେ।

ଏମ୍‌ଏସ୍‌ଏମ୍‌ଇ ପାଇଁ ୯୦୦୦ କୋଟିର ଋଣ ଗ୍ୟାରେଣ୍ଟି ଯୋଜନା

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ପାଇଁ ନୂଆ ଋଣ ଗ୍ୟାରେଣ୍ଟି ଯୋଜନା ନିମନ୍ତେ ବଜେଟରେ ୯,୦୦୦ କୋଟି ଟଙ୍କା ରଖାଯାଇଛି। ମଙ୍ଗଳବାର ପାର୍ଲାମେଣ୍ଟରେ ଉପସ୍ଥାପନ କରାଯାଇଥିବା ୨୦୨୨-୨୩ ବର୍ଷର ଆର୍ଥତ୍କ ସର୍ଭେ ରିପୋର୍ଟ ଅନୁଯାୟୀ ଭାରତରେ ଏମ୍‌ଏସ୍‌ଏମ୍‌ଇ ଅବସ୍ଥାରେ ସୁଧାର ଆସୁଛି। କ୍ଷୁଦ୍ର ବ୍ୟବସାୟ ଉପରୁ ଚାପ ହ୍ରାସ କରିବା ଲାଗି ଅର୍ଥମନ୍ତ୍ରୀ ନୂଆ ଋଣ ଗ୍ୟାରେଣ୍ଟି ଯୋଜନା ନିମନ୍ତେ ୯,୦୦୦ କୋଟି ଟଙ୍କାର ପାଣ୍ଠି ବ୍ୟବସ୍ଥା କରିଛନ୍ତି। ଏହା ଆସନ୍ତା ଏପ୍ରିଲ ୧ରାୁ କାର୍ଯ୍ୟକାରୀ ହେବ।
ପିଲା ଓ କିଶୋରମାନଙ୍କ ଲାଗି ନ୍ୟାଶନାଲ ଡିଜିଟାଲ ଲାଇବ୍ରେରି ସ୍ଥାପନ ହେବ। ସେଠାରେ ବିଭିନ୍ନ ଭାଷା, ଭୂଗୋଳଠାରୁ ଆରମ୍ଭ କରି ସବୁ ପିଢ଼ି ଏବଂ ସବୁ ସ୍ତରର ଉନ୍ନତ ମାନର ପୁସ୍ତକ ଏବଂ ଡିଭାଇସ୍‌ ଆଗ୍ନୋଷ୍ଟିକ୍‌ ଆସେସିବିଲିଟି ଉପଲବ୍ଧ ହେବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି। ସେହିପରି ରାଜ୍ୟଗୁଡ଼ିକୁ ପଞ୍ଚାୟତ ଏବଂ ଓ୍ବାର୍ଡ ସ୍ତରରେ ଲାଇବ୍ରେରି ଖୋଲିବା ପାଇଁ ପ୍ରୋତ୍ସାହିତ କରାଯିବା ସହ ନ୍ୟାଶନାଲ ଡିଜିଟାଲ ଲାଇବ୍ରେରି ସୁବିଧା ଉପଲବ୍ଧ ପାଇଁ ଭିତ୍ତିଭୂମି ଯୋଗାଇ ଦିଆଯିବ। ପିଲାଙ୍କ ମଧ୍ୟରେ ବହି ପଢ଼ିବା ସଂସ୍କୃତି ଗଢ଼ିବା ଲାଗି ଏଭଳି ପଦକ୍ଷେପ ନିଆଯାଇଛି। ନ୍ୟାଶନାଲ ବୁକ୍‌ ଟ୍ରଷ୍ଟ, ଚିଲ୍‌ଡ୍ରେନ୍ସ ବୁକ୍‌ ଟ୍ରଷ୍ଟ ଏବଂ ଅନ୍ୟାନ୍ୟ ଉତ୍ସରୁ ବହି ସଂଗ୍ରହ ଲାଗି ପ୍ରୋତ୍ସାହିତ କରାଯିବ।

ପିଲାଙ୍କ ପାଇଁ ହେବ ନ୍ୟାଶନାଲ ଡିଜିଟାଲ ଲାଇବ୍ରେରି

ପିଲା ଓ କିଶୋରମାନଙ୍କ ଲାଗି ନ୍ୟାଶନାଲ ଡିଜିଟାଲ ଲାଇବ୍ରେରି ସ୍ଥାପନ ହେବ। ସେଠାରେ ବିଭିନ୍ନ ଭାଷା, ଭୂଗୋଳଠାରୁ ଆରମ୍ଭ କରି ସବୁ ପିଢ଼ି ଏବଂ ସବୁ ସ୍ତରର ଉନ୍ନତ ମାନର ପୁସ୍ତକ ଏବଂ ଡିଭାଇସ୍‌ ଆଗ୍ନୋଷ୍ଟିକ୍‌ ଆସେସିବିଲିଟି ଉପଲବ୍ଧ ହେବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି। ସେହିପରି ରାଜ୍ୟଗୁଡ଼ିକୁ ପଞ୍ଚାୟତ ଏବଂ ଓ୍ବାର୍ଡ ସ୍ତରରେ ଲାଇବ୍ରେରି ଖୋଲିବା ପାଇଁ ପ୍ରୋତ୍ସାହିତ କରାଯିବା ସହ ନ୍ୟାଶନାଲ ଡିଜିଟାଲ ଲାଇବ୍ରେରି ସୁବିଧା ଉପଲବ୍ଧ ପାଇଁ ଭିତ୍ତିଭୂମି ଯୋଗାଇ ଦିଆଯିବ। ପିଲାଙ୍କ ମଧ୍ୟରେ ବହି ପଢ଼ିବା ସଂସ୍କୃତି ଗଢ଼ିବା ଲାଗି ଏଭଳି ପଦକ୍ଷେପ ନିଆଯାଇଛି। ନ୍ୟାଶନାଲ ବୁକ୍‌ ଟ୍ରଷ୍ଟ, ଚିଲ୍‌ଡ୍ରେନ୍ସ ବୁକ୍‌ ଟ୍ରଷ୍ଟ ଏବଂ ଅନ୍ୟାନ୍ୟ ଉତ୍ସରୁ ବହି ସଂଗ୍ରହ ଲାଗି ପ୍ରୋତ୍ସାହିତ କରାଯିବ।

ଇ-କୋର୍ଟ ପ୍ରକଳ୍ପ ପାଇଁ ୭,୦୦୦ କୋଟି

ନ୍ୟାୟପାଳିକାରେ ଦକ୍ଷ ପ୍ରଶାସନ ଲାଗି ଇ-କୋର୍ଟର ତୃତୀୟ ପର୍ଯ୍ୟାୟ ଆରମ୍ଭ ହେବ। ଏଥିପାଇଁ ୭,୦୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବଜେଟ ଉପସ୍ଥାପନ ବେଳେ କହିଛନ୍ତି। ଏହା ଦ୍ୱାରା ନ୍ୟାୟ ଚାହୁଁଥିବା ପ୍ରତ୍ୟେକଙ୍କ ନିକଟରେ ସହଜରେ ତୁରନ୍ତ ଏବଂ ସମାନ ଭାବରେ ଶୀଘ୍ର ଉପଲବ୍ଧ ହେବା ଭଳି ନ୍ୟାୟିକ ବ୍ୟବସ୍ଥା ପରିକଳ୍ପନା କରାଯାଇପାରିବ। ଫେଜ୍‌-୩ ଇକୋର୍ଟ ବ୍ୟବସ୍ଥାରେ ଯେକୌଣସି ବାଦୀ କିମ୍ବା ଓକିଲ ଯେକୌଣସି ସ୍ଥାନରୁ ଯେକୌଣସି ସମୟରେ ମାମଲା ଦାଏର କରିପାରିବେ। ଏଥିପାଇଁ ଆଉ କୋର୍ଟ କଚେରି ଦୌଡ଼ିବାକୁ ପଡ଼ିବ ନାହିଁ।

ପିଏମ୍‌ ବିଶ୍ୱକର୍ମା କୌଶଳ ସମ୍ମାନ (ପିଏମ୍‌ ବିକାଶ)

ଏହି ନୂଆ ଯୋଜନା ବିଷୟରେ ଘୋଷଣା କରି କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଦେଶର ପାରମ୍ପରିକ କାରିଗରମାନଙ୍କ ପାଇଁ ଏହା ଉଦ୍ଦିଷ୍ଟ । ସେମାନେ ନିଜର କର୍ମ କୁଶଳତା ପାଇଁ ସାଧାରଣତଃ କାରିଗର ବା ବିଶ୍ୱକର୍ମାଭାବେ ପରିଚିତ। ସେମାନେ ପ୍ରସ୍ତୁତ କରୁଥିବା ହାତ ତିଆରି ସାମଗ୍ରୀ ଓ କଳାକୃତି ଆତ୍ମନିର୍ଭର ଭାରତର ଯଥାର୍ଥ ଚେତନା ପ୍ରକାଶ କରେ। ପ୍ରଥମ ଥର ପାଇଁ ଏହି କାରିଗରମାନଙ୍କ ନିମନ୍ତେ ସହାୟତା ପ୍ୟାକେଜ ପ୍ରଦାନ କରିବା କଥା ଚିନ୍ତା କରାଯାଇଛି। ଏହି ନୂଆ ଯୋଜନା ଦ୍ୱାରା ସମ୍ପୃକ୍ତ କାରିଗର ନିଜର ଉତ୍ପାଦିତ ସାମଗ୍ରୀର ମାନ ଓ ପରିମାଣ ବଢ଼ାଇ ଅଧିକରୁ ଅଧିକ ଗ୍ରାହକଙ୍କ ନିକଟରେ ପହଞ୍ଚିପାରିବେ। ସେମାନେ ନିଜର ଉତ୍ପାଦନ ବଢାଇ ଏମ୍‌ଏସ୍‌ଏମ୍‌ଇ ଯୋଗାଣ ଶୃଙ୍ଖଳ ସହିତ ସାମିଲ ହେବାର ସୁଯୋଗ ପାଇବେ। ଯୋଜନାରେ ସମ୍ପୃକ୍ତ କାରିଗରଙ୍କୁ ଆର୍ଥିକ ସହାୟତା ସହିତ ଉନ୍ନତ ଦକ୍ଷତା ବିକାଶ ତାଲିମ, ଆଧୁନିକ ଡିଜିଟାଲ ଟେକ୍ନୋଲୋଜି ଜ୍ଞାନ, ଦକ୍ଷ ଗ୍ରୀନ ଟେକ୍ନୋଲୋଜି, ବ୍ରାଣ୍ଡ ପ୍ରମୋଶନ, ସ୍ଥାନୀୟ ଓ ବିଶ୍ୱବଜାର ସହିତ ସଂଯୁକ୍ତ ହେବାର ସୁଯୋଗ, ଡିଜିଟାଲ ପେମେଣ୍ଟ ଓ ସାମାଜିକ ସୁରକ୍ଷା ସୁବିଧା ଯୋଗାଇ ଦିଆଯିବ। ଯୋଜନା ଦ୍ୱାରା ତଫସିଲଭୁକ୍ତ ଜାତି, ଜନଜାତି, ଓବିସି, ମହିଳା ଏବଂ ସମାଜର ଦୁର୍ବଳ ଶ୍ରେଣୀର ଲୋକେ ଅଧିକ ଉପକୃତ ହେବେ।

ଆର୍ଦ୍ରଭୂମି ପାଇଁ ଅମୃତ ଧରୋହର ଯୋଜନା

ଆର୍ଦ୍ରଭୂମି ବ୍ୟବହାର ବଢ଼ାଇବା ଏବଂ ଜୈବ ବିଭିଧତା ବୃଦ୍ଧିକୁ ପ୍ରୋତ୍ସାହିତ କରିବା ନିମନ୍ତେ ସରକାର ଅମୃତ ଧରୋହର ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଆର୍ଦ୍ରଭୂମିଗୁଡ଼ିକ ସ୍ଥାୟୀ ଜୈବ ବିବିଧତା ଏବଂ ପରିବେଶର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହାର ସଂରକ୍ଷଣରେ ସ୍ଥାନୀୟ ସମ୍ପ୍ରଦାୟ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛନ୍ତି। ଏହାର ବ୍ୟବହାର ବଢ଼ାଇବା ଲାଗି ଆଗାମୀ ୩ ବର୍ଷରେ ଅମୃତ ଧରୋହର ଯୋଜନା କାର୍ଯ୍ୟକାରୀ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଏଲପିଜିକୁ ନେଇ ରାଜ୍ୟ ସରକାରଙ୍କୁ ମୋଦିଙ୍କ ବଡ଼ ନିର୍ଦ୍ଦେଶ, ଏପ୍ରିଲ ୧୩…

ନୂଆଦିଲ୍ଲୀ,୧୪।୪: ମଧ୍ୟପ୍ରାଚ୍ୟର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପେଟ୍ରୋଲ, ଡିଜେଲ କିମ୍ୱା ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦର କୌଣସି ଅଭାବ…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

ବିହାରର ସବୁଠାରୁ ପଢୁଆ ନେତା କିଏ? ଲିଷ୍ଟରେ ନୀତିଶ କୁମାରଙ୍କ ସ୍ଥାନ ଏଇଠି…

ପାଟନା,୧୪।୪: ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆସିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳର ନେତା ଭାବରେ…

୬ ମାସ ପୂର୍ବରୁ ଶାହା ଲେଖିଥିଲେ ନୀତିଶଙ୍କ ବିଦାୟର ସ୍କ୍ରିପ୍ଟ? ସତ ହୋଇଗଲା ସଙ୍କେତ, ନିର୍ବାଚନ ସମୟରେ ହିଁ…

ପାଟନା,୧୪।୪: ବିହାର ରାଜନୀତିରେ ମଙ୍ଗଳବାର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିହାରରେ ’ନୀତିଶ ଯୁଗ’ର…

୪୦ମିନିଟ ଧରି କଥା ହେଲେ ମୋଦି-ଟ୍ରମ୍ପ, ଯୁଦ୍ଧକୁ ନେଇ କହିଦେଲେ ବଡ଼କଥା!

ନୂଆଦିଲ୍ଲୀ,୧୪।୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ବିଫଳ ହେବା ପରେ, ମଙ୍ଗଳବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

୬୦୦ ବର୍ଷର ଐତିହାସିକ ପରମ୍ପରା: ଗ୍ରାମର ପ୍ରତ୍ୟେକ ଘରକୁ ଯାଇ ପଣା ଗ୍ରହଣ କରନ୍ତି…

ଗଞ୍ଜାମ,୧୪।୪(ବିଦ୍ୟାଧର ସାହୁ): ଓଡ଼ିଆ ନବ ବର୍ଷ ପଣା ସଂକ୍ରାନ୍ତି (ମହା ବିଷୁବ ସଂକ୍ରାନ୍ତି) ମେରୁରେ ଗଞ୍ଜାମ ବ୍ଲକର ଶତ୍ରୁଶୋଲ ଗ୍ରାମ ନିକଟରେ ଥିବା ବାବା ମୁକ୍ତେଶରଙ୍କ ବହୁ…

ବେଦାନ୍ତ ପାଓ଼୍ବାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୯ ମୃତ ୪୦ରୁ ଅଧିକ ଆହତ

ରାୟପୁର,୧୪।୪: ବେଦାନ୍ତ ଲିମିଟେଡର ପାଓ଼୍ବାର ପ୍ଲାଣ୍ଟରେ ବିସ୍ଫୋରଣ ଘଟି ୯ଜଣଙ୍କ ମୃତ୍ୟୁ। ଏପରି ଅଭାବନୀୟ ଘଟଣା ଘଟିଛି ଛତିଶଗଡ଼ର ସକ୍ତି ଜିଲାରେ ଏକ ପାଓ଼୍ବାର ପ୍ଲାଣ୍ଟରେ। ଯେଉଁଠି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri