ଫେଷ୍ଟିଭାଲ୍ ସେଲ୍ ସମୟରେ ନିୟମ ଉଲ୍ଲଂଘନ କରୁଛନ୍ତି ଇ-କମର୍ସ କମ୍ପାନୀ: ବଡ଼ କାର୍ଯ୍ୟାନୁଷ୍ଠାନ ନେବେ ସରକାର

ନୂଆଦିଲ୍ଲୀ,୧୧ା୧୦: ଚଳିତ ପାର୍ବଣ ଋତୁରେ ଅନଲାଇନ୍ ରିଟେଲର ବା ଇ-କମର୍ସ କମ୍ପାନୀମାନେ ଖୋଲାଖୋଲି ସରକାରଙ୍କ ନିୟମ ଉଲଂଘନ କରିଥିବା ଅଭିଯୋଗ ହୋଇଛି। ଏନେଇ ଗ୍ରାହକମାନଙ୍କଠାରୁ ଅନେକ ଅଭିଯୋଗ ପାଇବା ପରେ ସରକାର ଇ-କମର୍ସ କମ୍ପାନୀଗୁଡିକ ଉପରେ କଟକଣା ଲଗାଇବାକୁ ଯୋଜନା କରୁଛନ୍ତି।

ଅନଲାଇନ୍ ପ୍ଲାଟଫର୍ମ ଦ୍ୱାରା ୟୁଜରମାନଙ୍କୁ ପ୍ରଲୋଭିତ କରିବା ଉଦ୍ଦେଶ୍ୟରେ କମ୍ପାନୀଗୁଡ଼ିକ ପ୍ରତାରଣାକାରୀ କୌଶଳ, ଯେପରିକି କିଣିବା ସମୟରେ ଗ୍ରାହକଙ୍କୁ ଶସ୍ତାରେ ଅନ୍ୟକିଛି ଜିନିଷ କିଣିବାକୁ ପ୍ରଲୋଭିତ କରିବା, କିମ୍ବା କୌଣସି ଜିନିଷର ସ୍ୱଳ୍ପ ଉପଲବ୍ଧତା ବିଷୟରେ ଘନ ଘନ ମେସେଜ ପଠାଇ ଗ୍ରାହକମାନଙ୍କୁ କ୍ରୟ କରିବାକୁ ବାଧ୍ୟ କରିଥାଏ।

ଏହି ପ୍ରକାର ବ୍ୟବସାୟ ପ୍ରଣାଳୀ ଗୁଡିକ ସରକାରଙ୍କ ନିୟମ ବିରୋଧୀ ଅଟେ ଏବଂ ଏଥିସହିତ ଦେଶରେ ଅନଲାଇନ୍ ଖୁଚୁରା ବ୍ୟବସାୟ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଏହା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (ସିସିପିଏ) ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ କମ୍ପାନୀଗୁଡିକ ସରକାରଙ୍କ ନିୟମ ଅନୁସରଣ କରୁନାହାଁନ୍ତି ବୋଲି ଆମେ ଅନେକ ଅଭିଯୋଗ ଗ୍ରହଣ କରିଛୁ।

ଗତ ଡିସେମ୍ବରରେ, ସିସିପିଏ’ର ତଦାରଖ କରୁଥିବା ଗ୍ରାହକ ବ୍ୟାପାର ମନ୍ତ୍ରଣାଳୟ ୧୩ ଟି ନିୟମ ଉଲଙ୍ଘନ କରୁଥିବା ବ୍ୟବସାୟ ପ୍ରଣାଳୀକୁ ଚିହ୍ନଟ କରିଥିଲେ। ଏହାପରେ ଇକମର୍ସ ଫାର୍ମଗୁଡିକର ପ୍ରତାରଣାକାରୀ ଆଚରଣକୁ ରୋକିବା ପାଇଁ ବିଭିନ୍ନ ନିୟମ ପ୍ରଣୟନ କରିଥିଲେ ​​ଏବଂ ଏହାକୁ ଗ୍ରାହକ ସୁରକ୍ଷା ଆଇନ ଅନୁଯାୟୀ ଅପରାଧ ଭାବରେ ଶ୍ରେଣୀଭୁକ୍ତ କରିଥିଲେ।

ଅନଲାଇନ୍ କମ୍ପାନୀଗୁଡିକ ପ୍ରତାରଣାକାରୀ ଉପଭୋକ୍ତା-ଇଣ୍ଟରଫେସ୍, ଡିଜିଟାଲ୍ ବାଣିଜ୍ୟ ସଂସ୍ଥା ଏବଂ ଅନଲାଇନ୍ ବିଜ୍ଞାପନଦାତାଙ୍କ ଦ୍ୱାରା ଉପଭୋକ୍ତାମାନଙ୍କୁ ପସନ୍ଦ କିମ୍ବା ଏପରି କାର୍ଯ୍ୟ କରିବାକୁ ଆକୃଷ୍ଟ କରିବା ପାଇଁ ତିଆରି କରାଯାଇଥାଏ ଯାହା କମ୍ପାନୀକୁ ଲାଭ ଦିଏ।

ବିଜ୍ଞାପନରେ ଅଧିକ ପ୍ରଚଳିତନିୟମ ବିରୋଧୀ ଢାଞ୍ଚାଗୁଡିକ ଗ୍ରାହକଙ୍କୁ ଏକ ମହଙ୍ଗା ଦ୍ରବ୍ୟ କିଣିବାରେ ପ୍ରଲୋଭିତ କରିବା ପାଇଁ ବ୍ୟବହୃତ ହୁଏ। ଯେପରିକି ପୂର୍ବରୁ ଥିବା ଦର ଠାରୁ କମ୍ ମୂଲ୍ୟ ଦେଖାଇଥାଏ କିମ୍ବା ଟଙ୍କା ଖର୍ଚ୍ଚ କରି କମ୍ପାନୀ ଗୁଡିକ କୌଣସି ଜିନିଷର ନକଲି ସମୀକ୍ଷା ମତାମତ କରାଇଥାନ୍ତି।

ତେବେ ଏହି ପ୍ରକାର ବ୍ୟବସାୟିକ ପ୍ରଣାଳୀରେ ଟାର୍ଗେଟରେ ଥିବା ଉତ୍ପାଦଗୁଡିକ ହେଉଛି, ଫ୍ୟାଶନ୍, ପର୍ଶନଲ କେୟାର, ଇ-କମର୍ସ, ଖାଦ୍ୟ ଏବଂ ପାନୀୟ ଏବଂ ଅର୍ଥ ଭଳି ବର୍ଗଗୁଡିକ ପାଇଁ ସର୍ବାଧିକ ବ୍ୟବହାର କରାଯାଉଛି।

ଭାରତରେ ପାର୍ବଣ ଋତୁ ହେଉଛି ଦେଶର ସର୍ବ ବୃହତ ବ୍ୟବସାୟ ସମୟ। ଏହି ସମୟରେ ଅଟୋମୋବାଇଲ୍, ଉପଭୋକ୍ତା ସ୍ଥାୟୀ, ପୋଷାକ, ସୌନ୍ଦର୍ଯ୍ୟ, ଏବଂ ଖାଦ୍ୟ ଏବଂ ପାନୀୟ ଭଳି ସାମଗ୍ରୀର ଅନେକ ବ୍ୟବସାୟ ହୋଇଥାଏ। ରିପୋର୍ଟ ଅନୁଯାୟୀ ଏହି ସମୟରେ ବାର୍ଷିକ ବିକ୍ରିର ପ୍ରାୟ 35% ପର୍ଯ୍ୟନ୍ତ ଅବଦାନ ରହିଥାଏ।

ବର୍ତମାନ ସମୟରେ ଦେଖିବାକୁ ମିଳୁଛି ଯେ, ଗ୍ରାହକମାନେ ସେମାନଙ୍କର ଅଧିକାଂଶ କ୍ରୟ ପାଇଁ ଅନଲାଇନ୍ ପ୍ଲାଟଫର୍ମ ଆଡକୁ ଅଗ୍ରସର ହେଉଛନ୍ତି। ସମସ୍ତ ପ୍ରମୁଖ ଇ-କମର୍ସ କମ୍ପାନୀଗୁଡିକ ପାର୍ବଣ ଋତୁରେ ବାର୍ଷିକ ବିକ୍ରୟ ଇଭେଣ୍ଟ ଚଳାଇଥାନ୍ତି, କ୍ରେତାଙ୍କୁ ଆକର୍ଷିତ କରିବା ପାଇଁ ବିପୁଳ ରିହାତି ଏବଂ ବିଭିନ୍ନ ପ୍ରକାରର ଅଫର୍ ପ୍ରଦାନ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଟ୍ରମ୍ପଙ୍କ ଧମକ ପରେ ଇରାନର ବଡ଼ ଘୋଷଣା, ଶତ୍ରୁ ରାଷ୍ଟ୍ରର ଜାହାଜ ବ୍ୟତୀତ ସମସ୍ତ ଜାହାଜକୁ…

ନୂଆଦିଲ୍ଲୀ,୨୨।୩: ଟ୍ରମ୍ପଙ୍କ ଧମକ ପରେ ଇରାନ ପାଲଟା ଜବାବ ଦେଇଛି । ଇରାନ ହର୍ମୁଜ୍ ଷ୍ଟ୍ରେଟ ସମ୍ପର୍କରେ ନିଜର ମତରେ ସାମାନ୍ୟ ନରମତା ଦେଖାଇଛି । ଏହା…

VIDEO:ଷ୍ଟ୍ରେଟ ଅଫ୍ ହର୍ମୁଜରେ ଇରାନର ବଡ଼ ଆକ୍ରମଣ, F-୧୫ ଫାଇଟର ଜେଟକୁ ଖସାଇ ଦେଇଥିବା ଦାବି

ନୂଆଦିଲ୍ଲୀ,୨୨।୩: ଇରାନ ପୁଣିଥରେ ଇସ୍ରାଏଲ ଏବଂ ଆମେରିକାକୁ ଏକ ବଡ଼ ଝଟକା ଦେଇଛି । ଏକ ଇରାନୀ କ୍ଷେପଣାସ୍ତ୍ର ହର୍ମୁଜ୍ ଷ୍ଟ୍ରେଟରେ ଶତ୍ରୁପକ୍ଷର ଏକ F-୧୫ ଲଢ଼ୁଆ…

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆକ୍ସନରେ ମୋଦି!

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ବିଶ୍ୱବ୍ୟାପୀ ଚିନ୍ତାକୁ ବୃଦ୍ଧି କରିଛି। ଗତ ୨୩ ଦିନ ଧରି ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଶତ୍ରୁତା ଲାଗି ରହିଛି।…

ଏପ୍ରିଲ ପହିଲାରୁ ATM ବ୍ୟବହାର ହୋଇଯିବ ମହଙ୍ଗା, ଜାଣିରଖନ୍ତୁ ନୂଆ ନିୟମ, ନଚେତ…

ନୂଆଦିଲ୍ଲୀ,୨୨।୩: ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ସାଧାରଣ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏପ୍ରିଲ ୧ ତାରିଖରୁ ATMରୁ ଟଙ୍କା ଉଠାଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri