ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି ସହ ମାଟି ହୋଇ କରିବାକୁ ହୁଏ କର୍ଷଣ। ମାଟି ସହ ଜଡ଼ିତ ବ୍ୟକ୍ତି ହିଁ ମାଟି ହେବାକୁ ଧାଇଁ ଆସେ। କାରଣ ସେ ମାଟିର ମହତ୍ତ୍ୱ ବୁଝିଥାଏ। ପଙ୍କ କାଦୁଅ ଜମିରେ ଫୁଟାଏ ପଦ୍ମ ରୂପକ ଶସ୍ୟ। ଶସ୍ୟରୁ ଜୀବନ। ଜୀବନ ଥିଲେ ମିଳେ ସମୃଦ୍ଧି ଓ ସମ୍ମାନ। ସେ ସମୃଦ୍ଧି ଓ ସମ୍ମାନ ମାଟି ସହ ମାଟି ହେଉଥିବା ବ୍ୟକ୍ତିବିଶେଷଙ୍କୁ କେତେ ମିଳେ ଆଉ ଅନ୍ୟ ବୃତ୍ତିରେ ଥିବା ବ୍ୟକ୍ତିଙ୍କୁ କେତେ ମିଳେ ତାହା ସଭିଁଙ୍କୁ ଜଣା। କିନ୍ତୁ ମାଟି ସହ ମାଟି ହେଉଥିବା ବ୍ୟକ୍ତି ମାଟି, ମଞ୍ଜି, ମଗଜର ଅଙ୍କ କଷିଦିଏ ଅନ୍ନ। ଏଣୁ ଅନ୍ନଦାତା ଓ ଅନ୍ୟମାନଙ୍କ ମଧ୍ୟରେ ଆକାଶ ପାତାଳ ପାର୍ଥକ୍ୟ। କାରଣ ଅନ୍ନଦାତା ହିଁ କୃଷକ ବାକି ସବୁ ଅନ୍ୟ ବୃତ୍ତିର ଗ୍ରାହକ।
ଅର୍ଥନୀତି କହିଲେ କୃଷି ଓ କୃଷି ଉଦ୍ୟୋଗର ସିଂହଭାଗକୁ ବୁଝାଏ। କାରଣ କୃଷି ହିଁ ଖାଦ୍ୟ, ଶସ୍ୟର ଜନ୍ମଦାତା। ଆଉ ଖାଦ୍ୟ ବିନା ମଣିଷ ବଞ୍ଚତ୍ପାରେନା। ୧ଲକ୍ଷ ୩୨ ହଜାର କୋଟିରୁ ଊର୍ଦ୍ଧ୍ୱ ବଜେଟ ବ୍ୟବସ୍ଥାରେ କୃଷି ଓ କୃଷକ କଲ୍ୟାଣ ପାଇଁ କାର୍ଯ୍ୟକାରୀ ହେଉଛି ଅନେକ ଯୋଜନା। ଉପତ୍ାଦନ ଅଭିବୃଦ୍ଧିର ଅଙ୍କ ବି ବେଶ୍‌ ଭଲ। ତେବେ ପିଲାଦିନୁ ଗାଁରେ ବଢ଼ିଥିବା ବିଜୟବାବୁ ଅବସର ପରେ ସହରରେ ରୁହନ୍ତି ସିନା ନିଜ ଭିଟାମାଟି ଓ ଗଁା ଭାଇମାନଙ୍କ ପ୍ରତି ମୋହରେ ପଡ଼ି ମାସକୁ ଚାରିଥର ଗଁାକୁ ଧାଇଁଯାଆନ୍ତି। ଯାଆନ୍ତି ସତ କିନ୍ତୁ ମୁହଁ ଶୁଖାଇ ବସି କୁହନ୍ତି, କାହିଁ ଆମ ପିଲାଦିନର ଶାଗୁଆ କ୍ଷେତ? ଜମି ତ ବଢୁନାହିଁ ବଢୁଛି ଘରଡିହ। ଯେଉଁଠି ଚାଷ ଜମି ଥିଲା ଆଜି ସେଠି କଂକ୍ରିଟ ଘରଦ୍ୱାର ସହରର ଭ୍ରମ ସୃଷ୍ଟି କରୁଛି। ନଈକୂଳିଆ ପଠାଜମିରେ ଘାସ ମାଡ଼ିଯିବା ଦେଖି ଦେହ ସହୁନାହିଁ। ଯେଉଁ ନଦୀପଠାରେ ଫସଲ ଦେଖି ପିଲାବେଳେ ମନ ଖୁସି ହୋଇଯାଉଥିଲା ସେଠି ଘାସ ବୁଦାମୟ। ଧାନ ଖଳାଗୁଡ଼ିକ କେଉଁଠି ହଜିଗଲାଣି ଯେ ଜାଣି ହେଉନାହିଁ। କେଉଁଠି କେମିତି ମେରିକୁ ଦେଖି ସ୍ମୃତି ସାଉଁଟିବାର କଥା। ନା ଆଉ ବେଙ୍ଗଳା ପଡୁଛି ନା ପାଳଗଦା ଅଛି। ମେଶିନରେ ଧାନକଟା ଯୋଗୁ ଛଣବିଡ଼ାଟିଏ ବି ଦିଶୁନାହିଁ। ଗୋରୁ ଖାଉଥିବେ କ’ଣ? ଗଁାରେ ଗୁହାଳ ତ ନାହିଁ, ରହୁଥିବେ ସେମାନେ କେଉଁଠି? ଏଣୁ ରାସ୍ତାରେ ଗୋରୁ କାହିଁକି ବା ନ ବୁଲିବେ? ଏକଥା ସ୍ପଷ୍ଟ ଯେ ଆଜିବି ସବୁ ଚାଷୀଙ୍କ ପାଖରେ ଗୁହାଳ ନାହିଁ କି ଶସ୍ୟ ସାଇତା କୋଠି ନାହିଁ। ଏଣୁ ଅସମୟ ପାଇଁ ଶସ୍ୟ ସଞ୍ଚୟ ହେବ କେମିତି? ଆଉ ଶୀତଳଭଣ୍ଡାର କଥା ପଚାରୁଛି କିଏ? ଗୋଷ୍ଠୀ ସହଭାଗିତାର ଶୀତଳଭଣ୍ଡାର ଦେଖାଯାଉନାହିଁ। ବିଜୟବାବୁଙ୍କ ସମବୟସ୍କ କୃଷକଭାଇଙ୍କ ପିଲାମାନେ ଆଉ ଜମି ଆଡ଼କୁ ଯାଉନାହାନ୍ତି। ଦୁଃଖର କଥା, ପରିଣତ ବୟସରେ ବିଜୟବାବୁଙ୍କ ଅଧିକାଂଶ କୃଷକସାଙ୍ଗ ହିଁ ଚାଷ କରୁଛନ୍ତି। ଗଁା ମୁଣ୍ଡ ବରଗଛ ମୂଳରେ ଯୁବଗୋଷ୍ଠୀଙ୍କ ମେଳି ନା କୃଷିକୁ ବଳିଷ୍ଠ କରୁଛି ନା ଅର୍ଥନୀତିକୁ। ବିଚରା ବିଜୟବାବୁ ଚାଷୀ ପରିବାରରୁ ବୋଲି ସିନା ଗଁାର ଏପରି ଚିତ୍ର ଦେଖି ତାଙ୍କ ମନଟା ଗୋଳେଇଘାଣ୍ଟି ହେଉଛି। ଆର ଗଁାର ସାଙ୍ଗଙ୍କ ସହ ଏସବୁ କଥା ଆଲୋଚନା କରିବାବେଳେ ଜଣାପଡ଼ିଲା ଯେ ସେ ଗଁାରେ ବି ସମଦଶା। ବିଜୟବାବୁଙ୍କ ସାଙ୍ଗ କହିଲେ, ଆରେ ତୁମ ଗାଁ ଛାଡ଼, ଆମ ଗଁାରେ ଗାଈ ସଂଖ୍ୟା କମ୍‌ କିନ୍ତୁ ଗାଈକ୍ଷୀରର ଅଭାବ ନାହିଁ। ଅନେକ ଜମି ପଡ଼ିଆ ପଡ଼ିଛି। ବାହାରୁ ପନିପରିବା ଆସୁଛି। ଏଣୁ ଆମ ଗଁା ମୁଣ୍ଡ ଛକରେ ସବୁବେଳେ ପନିପରିବା ଉପଲବ୍ଧ। ଏବେ କେତେଜଣ ଲୋକ ପନିପରିବା ଦୋକାନ କରୁଛନ୍ତି, ଧାନର ବିକ୍ରିବଟା କରୁଛନ୍ତି କିନ୍ତୁ ଚାଷଜମିକୁ ଯାଉନାହାନ୍ତି। ଆଉ ଯେଉଁ କେତେଜଣ ଯାଉଛନ୍ତି ସେମାନଙ୍କର ମୁଖ୍ୟ ବୃତ୍ତି ଅନ୍ୟ କିଛି। ସାର, କୀଟନାଶକ ପ୍ରୟୋଗ ଶସ୍ୟ ଉପତ୍ାଦନକୁ ହିତ ସିନା ଶରୀରକୁ ଅହିତ। କୀଟନାଶକ ଓ ସାର ପ୍ରଭାବରେ ଚାରିଦିନରେ ଶାଗପଟାଳିରୁ ଛନଛନିଆ ଶାଗ ବାହାରୁଛି। ବାଇଗଣ ଗଛରେ ପୋକ ଲାଗିବାର ପ୍ରଶ୍ନ ଉଠୁନାହିଁ। ଏସବୁ ଖାଇଲେ ରୋଗ ହେବନାହିଁ ତ ଆଉ କ’ଣ ହେବ ? ତଥାପି ଚାଷୀଭାଇ ତା’ର ଅର୍ଥ ରୋଜଗାରକୁ ନେଇ କୁହେ, ଯେଉଁ ପରିମାଣରେ ଖର୍ଚ୍ଚ ବଢ଼ିଲାଣି ସେହି ତୁଳନାରେ ଲାଭ ନାହିଁ ଚାଷ କାମରେ। ତଥାପି ୧ ବର୍ଷ ପାଇଁ ନିଜ ପାଇଁ ଖାଦ୍ୟ ଯୋଗାଡ଼କରି ରଖିଦେବା ଉଦ୍ଦେଶ୍ୟରେ ବାଧ୍ୟହୋଇ କରୁଛୁ। ଏଭଳି ମାନସିକତାର ବୃଦ୍ଧି ବାସ୍ତବରେ ବିପଦ। ସେ ଯାହା ହେଉନା କାହିଁକି କୃଷି ଓ କୃଷକ କଲ୍ୟାଣ ଚାଷଜମିକୁ ଘରଡିହରେ ରୂପାନ୍ତରିତ କରିବା ଦ୍ୱାରା ହୁଏ ନାହିଁ ବରଂ ଶାଗୁଆ କ୍ଷେତରେ ରୂପାନ୍ତରିତ କରିବା ଦ୍ୱାରା ହୁଏ। ଯୁବକ ଚାଷ ପାଇଁ ଆଗ୍ରହୀ ହୋଇ କ୍ଷେତମୁହଁା ହେଲେ ଗଁାର ଉପତ୍ାଦ ସ୍ଥାନୀୟ ଅଞ୍ଚଳରେ ଉପଲବ୍ଧ, ବିକ୍ରିବଟା ହୋଇପାରିବ ଓ ସୁଚିନ୍ତିତ ବଜାର ବ୍ୟବସ୍ଥାରେ କୃଷକ ଯଥେଷ୍ଟ ଲାଭ ପାଇବ। ସାର କୀଟନାଶକ ପରିବର୍ତ୍ତେ ଜୈବିକ ଚାଷର ବହୁଳ ପ୍ରସାର ହେଲେ, ବଳକା ଚାଷ ଦ୍ରବ୍ୟର ମାର୍କେଟିଂ ହେଲେ, ଅର୍ଥତ୍କ ପ୍ରୋତ୍ସାହନକୁ ପ୍ରାଥମିକତା ଦେଲେ ଓ ଦଲାଲଙ୍କୁ ଦୂରେଇ ଶସ୍ୟ, ଫଳ, ପନିପରିବା ଆଦି ସବୁ ଚାଷର ଚାଷୀଙ୍କୁ ସିଧାସଳଖ ଓ ସର୍ବାଧିକ ସୁବିଧା ପ୍ରଦାନକଲେ ଚାଷୀର ମୁହଁରେ ହସ ଫୁଟିପାରନ୍ତା ଓ ଚାଷୀ ସଂଖ୍ୟା ସହ ଆଗ୍ରହ ଆହୁରି ବଢ଼ନ୍ତା। ଚାଷ ଓ ଚାଷୀ ପାଇଁ ଲାଭ ଏବଂ ସମ୍ମାନ ସ୍ତର ଏପରି ହେବା ଉଚିତ ଯେପରି ସହରରୁ ଯୁବଗୋଷ୍ଠୀ ଗଁାକୁ ଚାଷ କରିବାକୁ ଧାଇଁ ଆସିବେ। ଚାଷରୁ ଲାଭ ପ୍ରଚୁର ପାଇବେ ଓ ତାହାକୁ ବୃତ୍ତିଭାବରେ ଗ୍ରହଣକଲେ ସମ୍ମାନ ଓ ମର୍ଯ୍ୟାଦା ମିଳୁଛି ବୋଲି ସଭିଁଏ ଭାବିବେ। ସେତେବେଳେ ହିଁ ଚାଷ ଓ ଚାଷୀର ବୃତ୍ତିଗତ ଚାହିଦା ବଢ଼ିଛି ବୋଲି ଅନୁଭବ ହେବ ଓ ଗ୍ରାମୀଣ ବିକାଶର ଅର୍ଥନୀତି ଅଧିକ ସୁଦୃଢ଼ ହେବ।
ବିଜିପୁର, ବ୍ରହ୍ମଗିରି, ପୁରୀ
ମୋ:୯୪୩୮୪୩୨୦୨୩

ଶୁଭନାରାୟଣ ଶତପଥୀ

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ପାଇଁ ନିଆରା ପ୍ରୟାସ, ପ୍ରେମିକା ପାଇଁ ୪ କି.ମି ରାସ୍ତାରେ ଗଡ଼ିଗଡ଼ି ମନ୍ଦିର ଗଲେ ପ୍ରେମିକ

ମୁନିଗୁଡା,୧୬।୨(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଅମ୍ବାଦଳାର ଅମ୍ଳାଭଟା ଅଞ୍ଚଳରେ ଜାଗର ଦିନ ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ…

ନାମ୍ବିୟାଠାରୁ ଯଦି ପାକିସ୍ତାନ ହାରିଯାଏ ତେବେ କ’ଣ ହେବ? ବୁଝନ୍ତୁ T20 World Cupର ସୁପର ୮ କ୍ୱାଲିଫିଶେନର ଗଣିତ

ନୂଆଦିଲ୍ଲୀ,୧୬।୨: ଟିମ ଇଣ୍ଡିଆ ପାକିସ୍ତାନକୁ ୬୧ ରନରେ ପରାସ୍ତ କରି ICC T20 ବିଶ୍ୱକପ 2026 ର ସୁପର ୮ପାଇଁ ଯୋଗ୍ୟତା ଅର୍ଜନ କରିଛି। ଫେବୃଆରୀ ୧୫…

ପରୀକ୍ଷା ପୂର୍ବରୁ ନିୟମରେ ବଡ଼ ପରିବର୍ତ୍ତନ କଲା CBSE, ସପ୍ଲିମେଣ୍ଟାରୀ ଦେବାକୁ ହେଲେ….

ନୂଆଦିଲ୍ଲୀ,୧୬।୨: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଫେବୃଆରୀ ୧୮ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ, CBSE ଏକ…

ମାଳମାଳ ଅଭିଯୋଗ, ଫଳ ଶୂନ, ଏହି ବ୍ୟବସ୍ଥାକୁ ନେଇ…

ଦାରିଙ୍ଗବାଡ଼ି,୧୬ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ପରିସରରେ ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷଣ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ସମୟରେ ପ୍ରତ୍ୟେକ ଅଭିଯୋଗ ଶୁଣାଣିରେ…

ବିଶ୍ୱ ଦେଖିବ ଭାରତର ଶକ୍ତି! ଫ୍ରାନ୍ସରୁ ବ୍ରାଜିଲ ପର୍ଯ୍ୟନ୍ତ, AI Impact Summit 2026ରେ ବିଶ୍ୱ ଶକ୍ତିର ହେବ ସମାବେଶ

ନୂଆଦିଲ୍ଲୀ,୧୬।୨: ଫେବୃଆରୀ ୧୭ ଏବଂ ୧୮ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ୨୦୨୬ କେବଳ ଏକ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକ୍ରମ ନୁହେଁ…

‘ଶଶି ଥରୁର ବୈଦେଶିକ ମନ୍ତ୍ରୀ ହେବାକୁ ଚାହୁଁଛନ୍ତି, ପବନ ଖେରା କେବଳ କାଠ କଣ୍ଢେଇ’, କାହିଁକି ଏମିତି କହିଲେ ମଣି ଶଙ୍କର ଆୟାର? ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୬।୨: ବିବାଦୀୟ ବୟାନ ପାଇଁ ଜଣାଶୁଣା ବରିଷ୍ଠ କଂଗ୍ରେସ ନେତା ମଣି ଶଙ୍କର ଆୟାର ତାଙ୍କ ଦଳ ଭିତରେ ଥିବା ବରିଷ୍ଠ ନେତାମାନଙ୍କୁ ଟାର୍ଗେଟ କରିଛନ୍ତି। ସେ…

ଆଜି ଶଙ୍ଖଭବନରେ ବସିବ ବୈଠକ, ନବୀନ ନେବେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୧୬ା୨: ସୋମବାର ଅର୍ଥାତ୍‌ ଆଜି ଶଙ୍ଖଭବନରେ ବିଜେଡି ବିଧାୟକ ଦଳ ବୈଠକ ବସିବ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ…

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଲା ବଡ଼ ଝଟକା

ଗୁଆହାଟି,୧୬।୨: ଆସାମ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳକୁ ଏକ ବଡ଼ ଝଟକା ଲାଗିଛି। ବରିଷ୍ଠ ନେତା ଏବଂ ପୂର୍ବତନ ରାଜ୍ୟ କଂଗ୍ରେସ ସଭାପତି ଭୂପେନ ବୋରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri