ପୂର୍ବତଟ ରେଳପଥର ରେକର୍ଡ ପ୍ରଦର୍ଶନ

ଭୁବନେଶ୍ୱର,୩।୧ : ଭାରତୀୟ ରେଲଓ୍ବେର ପ୍ରମୁଖ ଜୋନ ପୂର୍ବତଟ ରେଳପଥ ୨୦୨୨ ବର୍ଷରେ ଉଭୟ ପଣ୍ୟ ବୋଝେଇ ଏବଂ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଅନେକ ସଫଳତା ହାସଲ କରିଛି। ଏପରିକି ପୂର୍ବତଟ ରେଳପଥର ବିଭିନ୍ନ ରେଳ କାର୍ଯ୍ୟକ୍ରମରେ ରେକର୍ଡ ପ୍ରଦର୍ଶନ ହାସଲ କରି ବର୍ଷ ଶେଷ କରିଥିବା ଜଣାପଡିଛି। ବିଶେଷକରି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିୟମିତ ଭାବେ ରେଳପଥର ବିଭିନ୍ନ କାର୍ଯ୍ୟ ସମ୍ବନ୍ଧରେ ନଜର ରଖିଛନ୍ତି। ସେହିଭଳି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କ୍ରମାଗତ ପ୍ରକଳ୍ପ ସମୀକ୍ଷା ଏବଂ ମହାପ୍ରବନ୍ଧକ ରୂପ ନାରାୟଣ ସୁନକରଙ୍କ ଉପଦେଶ ଯୋଗୁଁ ଏହା ସମ୍ଭବ ହୋଇଛି। ଅପରପକ୍ଷରେ ଚଳିତ ଆର୍ଥିକ ବର୍ଷ (୨୦୨୨-୨୩) ର ଡିସେମ୍ବର ମାସ ପର୍ଯ୍ୟନ୍ତ ପୂର୍ବତଟ ରେଳପଥ ୧୭୫.୩୨ ନିୟୁତ ଟନ୍‌ ମାଲ ପରିବହନ କରିଛି, ଯାହା ଗତ ଆର୍ଥିକ ବର୍ଷର ୧୬୯.୩୯ ନିୟୁତ ଟନ ତୁଳନାରେ ୫.୯୩ ନିୟୁତ ଟନ ଅଧିକ ଏବଂ ପ୍ରାୟ ୩.୫% ଅଭିବୃଦ୍ଧି ହୋଇଛି। ସେହିପରି ମାଲ ପରିବହନର ଆୟ ଦୃଷ୍ଟିରୁ ପୂର୍ବତଟ ରେଳପଥ ଏହି ସମୟ ମଧ୍ୟରେ ୧୪,୨୪୭.୮୮କୋଟି ଟଙ୍କା ଆୟ କରିଛି, ଯାହା ୧୩,୧୩୪.୯୮ କୋଟି ଟଙ୍କା ତୁଳନାରେ ଗତ ଆର୍ଥିକ ବର୍ଷ ତୁଳନାରେ ୮.୪୭% ବୃଦ୍ଧି ପଞ୍ଜିକରଣ କରି ୧,୧୧୨.୯ କୋଟି ଟଙ୍କା ବୃଦ୍ଧି କରିଛି। ସେହିଭଳି ଯାତ୍ରୀ ପରିବହନ କ୍ଷେତ୍ରରୁ ପୂର୍ବତଟ ରେଳପଥ ୨୦୨୨ ଡିସେମ୍ବର ଶେଷ ସୁଦ୍ଧା ୫୩.୧୧ ନିୟୁତ ଯାତ୍ରୀ ପରିବହନ କରିଛି, ଯାହା ଗତ ଆର୍ଥିକ ବର୍ଷର ୨୧.୩୭ ମିଲିୟନ ତୁଳନାରେ ୧୪୮.୫% ଅଭିବୃଦ୍ଧି ପଞ୍ଜିକରଣ କରିଛି, ଯାତ୍ରୀମାନଙ୍କଠାରୁ ଆୟ କ୍ଷେତ୍ରରେ ପୂର୍ବତଟ ରେଳପଥ ୮୨.୧୭% ବୃଦ୍ଧି ପଞ୍ଜିକରଣ କରି ଗତ ବର୍ଷର ଆୟ ୭୭୦.୪୫ କୋଟି ତୁଳନାରେ ଚଳିତ ବର୍ଷ ୧,୪୦୩.୫୮ କୋଟି ଆୟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

ଯୁଦ୍ଧବିରତି ଭିତରେ ପୁଣି ହାଇ ଆଲର୍ଟ, ମିସାଇଲ ମାଡ଼ କଲା ଇରାନ୍‌…

ତେହରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ, ଇସ୍ରାଏଲ ଏବଂ ଇରାନ ଉଭୟ ଯୁଦ୍ଧକ୍ଷେତ୍ରରେ ସକ୍ରିୟ ଅଛନ୍ତି। ଏହା କାତାର ଏବଂ କୁୱେତ ସମେତ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

ଇରାନ-ଆମେରିକା ଯୁଦ୍ଧବିରତିକୁ ଇସ୍ରାଏଲର ଝଟକା: ବଡ଼ ଘୋଷଣା କରିଦେଲେ ନେତାନ୍ୟାହୁ, ଭୟରେ ଥରିଲା…

ଓ୍ବାଶିଂଟନ୍‌,୮।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି ଘୋଷଣା ଅନେକ ଦେଶକୁ ଆଶ୍ୱସ୍ତି ଦେଇଛି। ଏହି ସମୟରେ ଇସ୍ରାଏଲ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛି। ଇସ୍ରାଏଲ ସ୍ପଷ୍ଟ କରିଛି ଯେ ଲେବନାନରେ…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri