କାମାକ୍ଷା ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ ଘଟଣା: ହେଲ୍ପଲାଇନ ନମ୍ବର ଜାରି କଲା ପୂର୍ବତଟ ରେଳପଥ

ଚୌଦ୍ୱାର,୩୦ା୩: ରବିବାର ମଧ୍ୟାହ୍ନରେ ବେଙ୍ଗାଲୁରୁ-କାମାକ୍ଷା ଏକ୍ସପ୍ରେସ ଲାଇନ୍‌ଚ୍ୟୁତ ହେବା ପରେ ହେଲ୍ପଲାଇନ୍‌ ନମ୍ବର ଜାରି କରିଛି ପୂର୍ବତଟ ରେଳପଥ।
କଟକ ପାଇଁ ହେଲ୍ପ ଲାଇନ୍‌ ନମ୍ବର- ୮୯୯୧୧୨୪୨୩୮, କଟକ ପାଇଁ ମୋବାଇଲ ନଂ- ୭୨୦୫୧୪୯୫୯୧, ଭୁବନେଶ୍ବର ୧ନଂ ପ୍ଲାଟ୍‌ଫର୍ମରେ ହେଲ୍ପ ଡେସ୍କ ବ୍ୟବସ୍ଥା କରାଯାଇଛି। ହେଲ୍ପ ଡେସ୍କ ପାଇଁ ୮୧୧୪୩୮୨୩୭୧ ନଂ ଜାରି କରାଯାଇଛି। ସେହିପରି ଖୋର୍ଦ୍ଧା ରୋଡ୍‌ ପାଇଁ ହେଲ୍ପ ଡେସ୍କ- ୦୬୭୪୨୪୯୨୨୪୫, ଭଦ୍ରକ ପାଇଁ ହେଲ୍ପ ଲାଇନ ନଂ- ୯୪୩୭୪୪୩୪୬୯ ଜାରି କରାଯାଇଛି।

କାମାକ୍ଷା ଏକ୍ସପ୍ରେସର ୧୧ଟି ବଗି ଲାଇନ୍‌ଚ୍ୟୁତ ହୋଇଛି। ଟ୍ରେନ୍‌ ନଂ ୧୨୫୫୧ ବେଙ୍ଗାଲୁରୁରୁ କାମାକ୍ଷା ଯାଉଥିଲା। ଏନେଇ ପୂର୍ବତଟ ରେଲଓ୍ବେ ପକ୍ଷରୁ ସୂଚନା ମିଳିଛି। କିଛି ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନା ପଠାଯାଇଥିବା ଜଣାପଡ଼ିଛି।

ଏକ୍ସପ୍ରେସ ଲାଇନ୍‌ଚ୍ୟୁତ ହେବା ପରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି ଘଟଣାସ୍ଥଳରେ ରେଳବାହିନୀ ଟିମ୍‌ ପହଞ୍ଚିଥିବା ଜଣାପଡ଼ିଛି। ଆର୍‌ପିଏଫ୍‌ ଏବଂ ଜିଆର୍‌ପିଏଫ୍‌ ଏବଂ ସ୍ଥାନୀୟ ଲୋକେ ଉଦ୍ଧାର କରୁଥିବା ଜଣାପଡ଼ିଛି। କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ ହେବା ପରେ ଘଟଣାସ୍ଥଳରେ ସମସ୍ତ ଟ୍ରେନ୍‌ ଚଳାଚଳ ବନ୍ଦ ରହିଛି । ହେଲେ ଟ୍ରେନ୍‌ କିପରି ଲାଇନଚ୍ୟୁତ ହେଲା ତାହାର କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ। ଏନେଇ ଅଧିକ ଅପଡେଟ୍‌ର ଅପେକ୍ଷା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

‘ମୋର ବିଜୟ କି ଲାଭ ଯଦି ଲଦାଖ ହାରିଯାଏ?’ ଜେଲରୁ ମୁକୁଳିବା ପରେ ମୁହଁ ଖୋଲିଲେ ସୋନମ ୱାଙ୍ଗଚୁକ

ୱାଶିଂଟନ,୧୭।୩: ପ୍ରାୟ ୧୭୦ ଦିନ କାରାଗାରରେ ବିତାଇବା ପରେ ଶନିବାର ଜେଲରୁ ମୁକୁଳିଛନ୍ତି ଲଦାଖର ବିଶିଷ୍ଟ ଶିକ୍ଷାବିତ୍ ତଥା ପରିବେଶ କର୍ମୀ ସୋନମ ୱାଙ୍ଗଚୁକ। କେନ୍ଦ୍ର ସରକାର…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଇସ୍ରାଏଲ ଚାପରେ ଇରାନ ସହ ଯୁଦ୍ଧ ଆରମ୍ଭ କରିଛି ଆମେରିକା: ଇସ୍ତଫା ଦେଲେ ଟ୍ରମ୍ପଙ୍କ…

ୱାଶିଂଟନ,୧୭।୩: ଆମେରିକା ପ୍ରଶାସନରେ ଏକ ବଡ଼ ଧରଣର ବିଭ୍ରାଟ ଦେଖାଦେଇଛି। ଇରାନ ସହ ଚାଲିଥିବା ଯୁଦ୍ଧକୁ ବିରୋଧ କରି ଡୋନାଲ୍ଡ ଟ୍ରମ୍ପଙ୍କ ନ୍ୟାସନାଲ କାଉଣ୍ଟର ଟେରରିଜମ ସେଣ୍ଟର…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri