Posted inଖେଳ

ଆଇଏସ୍‌ଏଲ୍‌: ଇଷ୍ଟବେଙ୍ଗଲକୁ ହରାଇଲା ହାଇଦ୍ରାବାଦ

ଭାସ୍କୋ, ୧୫।୧୨-
ସ୍ଥାନୀୟ ତିଳକ ମଇଦାନରେ ମଙ୍ଗଳବାର ଅନୁଷ୍ଠିତ ଏକ କଡ଼ା ଚ୍ୟାଲେଞ୍ଜପୂର୍ଣ୍ଣ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ) ମ୍ୟାଚରେ ହାଇଦ୍ରାବାଦ ଏଫସି ୩-୨ ଗୋଲରେ ଇଷ୍ଟବେଙ୍ଗଲକୁ ପରାସ୍ତ କରିଛି। ଏକଦା ମ୍ୟାଚ୍‌ରେ ଆଗୁଆ ରହିବା ସତ୍ତ୍ୱେ ପରାଜୟରୁ ବର୍ତ୍ତି ପାରି ନାହିଁ ଇଷ୍ଟବେଙ୍ଗଲ। ୫ ମ୍ୟାଚରୁ ୪ର୍ଥ ପରାଜୟ ସହ ଇଷ୍ଟବେଙ୍ଗଲ ମାତ୍ର ୧ ପଏଣ୍ଟ ପାଇ ଟେବୁଲର ୧୧ତମ ସ୍ଥାନରେ ଅପରିବର୍ତ୍ତିତ ରହିଛି। ଅନ୍ୟପକ୍ଷରେ ହାଇଦ୍ରାବାଦର ଅପରାଜେୟ ଧାରା ଜାରି ରହିଛି। ଦଳ ୫ ମ୍ୟାଚରୁ ୨ ବିଜୟ ଓ ୩ ଡ୍ର ସହ ୯ ପଏଣ୍ଟ ପାଇ ୫ମ ସ୍ଥାନକୁ ଉନ୍ନୀତ ହୋଇଛି।

୨୬ତମ ମିନିଟରେ ଜ୍ୟାକ୍ସ ମାଘୋମାଙ୍କ ଗୋଲ ଯୋଗୁ ଇଷ୍ଟବେଙ୍ଗଲ ପ୍ରଥମାର୍ଦ୍ଧ ସୁଦ୍ଧା ୧-୦ ଗୋଲର ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟାର୍ଦ୍ଧ କିନ୍ତୁ ସାଣ୍ଟାନା ଓ ହାଇଦ୍ରାବାଦ ନାମରେ ରହିଥିଲା। ୫୬ତମ ମିନିଟରେ ମହମ୍ମଦ ୟାସିରଙ୍କଠାରୁ ପାଇଥିବା ପାସ୍‌କୁ ଗୋଲରେ ପରିଣତ କରି ସାଣ୍ଟାନା ମ୍ୟାଚକୁ ସମାନ ସ୍ତରକୁ ନେଇ ଆସିଥିଲେ। ସେଇ ୧ ମିନିଟ ମଧ୍ୟରେ ଲିଷ୍ଟନ କୋଲାକୋଙ୍କଠାରୁ ପାସ୍‌ ପାଇ ତାହାକୁ ଗୋଲ କରିବା ସହ ସାଣ୍ଟାନା ହାଇଦ୍ରାବାଦକୁ ପ୍ରତୀକ୍ଷିତ ଅଗ୍ରଣୀ କରାଇଥିଲେ। ୬୮ତମ ମିନିଟରେ ହାଲିଚରନ ନାର୍ଜାରେ ଆଉ ଏକ ଗୋଲ ଦେଇ ହାଇଦ୍ରାବାଦ ଅଗ୍ରଣୀକୁ ଆଗକୁ ବଢ଼ାଇଥିଲେ। ଏଥର ମଧ୍ୟ ନାର୍ଜାରେଙ୍କୁ କୋଲାକୋ ପାସ୍‌ ଦେଇଥିଲେ। କ୍ରମେ ହାଇଦ୍ରାବାଦ ପ୍ରାଧାନ୍ୟ ବିସ୍ତାର କରିଥିବାବେଳେ ୮୧ତମ ମିନିଟରେ ମାଘୋମା ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ସ୍କୋର କରି ଇଷ୍ଟବେଙ୍ଗଲ ପାଇଁ ପ୍ରତ୍ୟାବର୍ତ୍ତନ ସୁଯୋଗ ସୃଷ୍ଟି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟେଷ୍ଟ-ଟି୨୦ କ୍ରିକେଟରୁ ଅବସର ପ୍ରତ୍ୟାହାର କରି ସମସ୍ତଙ୍କୁ ଚମକାଇଦେଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଢାକା,୮।୧୨: ବାଂଲାଦେଶର ଷ୍ଟାର ଅଲରାଉଣ୍ଡର ସାକିବ ଅଲ ହାସନ ଟେଷ୍ଟ ଏବଂ ଟି-୨୦ କ୍ରିକେଟରୁ ତାଙ୍କର ଅବସର ଘୋଷଣା କରିଛନ୍ତି। ସେ କହିଛନ୍ତି,ସେ ବର୍ତ୍ତମାନ ତିନୋଟି...

ପଲାଶଙ୍କ ସହ ସବୁ ସ୍ମୃତି ଲିଭାଇଦେଲେ ସ୍ମୃତି ମନ୍ଧାନା: କଲେ ଏମିତି କାମ…

ନୂଆଦିଲ୍ଲୀ,୮।୧୨: କ୍ରିକେଟର ସ୍ମୃତି ମନ୍ଧାନା ଏବଂ ଗାୟକ ପଲାଶ ମୁଛଲଙ୍କ ବିବାହ ଭାଙ୍ଗିଯାଇଛି। ଉଭୟ ଆନୁଷ୍ଠାନିକ ଭାବରେ ସେମାନଙ୍କ ବିବାହ ଶେଷ ହେବାର ଘୋଷଣା କରିଛନ୍ତି।...

ଗୌତମ ଗମ୍ଭୀରଙ୍କୁ ନେଇ ଚାଞ୍ଚଲ୍ୟକର କଥା କହିଦେଲେ ରବି ଶାସ୍ତ୍ରୀ: ପରାଜୟ ପାଇଁ କେବଳ…

ନୂଆଦିଲ୍ଲୀ,୮।୧୨: ଟିମ ଇଣ୍ଡିଆର ମୁଖ୍ୟ କୋଚ ଗୌତମ ଗମ୍ଭୀର ଆଜିକାଲି ସମାଲୋଚନାର ଶିକାର ହେଉଛନ୍ତି। ଗତବର୍ଷ ଜୁଲାଇରେ କୋଚ ହେବା ପରେ ସେ ଦଳକୁ ଚାମ୍ପିଅନ୍ସ...

ନେଟ୍‌ ପ୍ରାକ୍ଟିସ ପାଇଁ ବାରବାଟୀ ଯିବେ ଦୁଇ ଦଳ: ଜାଣନ୍ତୁ କେତେବେଳେ…

ଭୁବନେଶ୍ୱର, ୭ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏଥିଲାଗି...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...

ବାରବାଟୀ T20: ମ୍ୟାଚ୍ ଦେଖବାକୁ ଆସୁଥିଲେ ଏସବୁ ସ୍ଥାନରେ କରନ୍ତୁ ପାର୍କିଂ

କଟକ,୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍ ବାରବାଟୀରେ ଆୟୋଜିତ ହେବାକୁ ଥିବା T20 ମ୍ୟାଚ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଉଭୟ ଦଳକୁ କଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri