ଶ୍ୟାମଳ ପୃଥିବୀର ସ୍ବପ୍ନ

କୃତିକ ସମ୍ପଦରେ ଭରପୂର ଆମ ପ୍ରକୃତି। ମୃତ୍ତିକା, ଜଳ, ଉଦ୍ଭିଦ, ଜୀବଜନ୍ତୁ, ଖଣିଜ ଦ୍ରବ୍ୟ ଇତ୍ୟାଦି ଏହାର ଅନ୍ତର୍ଭୁକ୍ତ। ଆଦିମାନବ ଏହାର ସମ୍ପୂର୍ଣ୍ଣ ବ୍ୟବହାର ଶିକ୍ଷା କରି ନ ଥିଲା। ଶିକ୍ଷା ଓ ସଭ୍ୟତାର ଉନ୍ନତି ହେବା ସଙ୍ଗେ ସଙ୍ଗେ ମଣିଷ ନିଜ ଜୀବନକୁ ବି ସମୁଚିତ ମାର୍ଗରେ ପରିଚାଳିତ କରିପାରିଛି। ସାମାଜିକ, ଅର୍ଥନୈତିକ ଅଭିବୃଦ୍ଧି ସହିତ ଜୀବନକୁ ସରସ, ସୁନ୍ଦର କରି ଗଢ଼ିତୋଳିଛି। ତଥାପି ତାକୁ ପ୍ରକୃତି ଉପରେ ନିର୍ଭର କରିବାକୁ ପଡ଼ୁଛି। ଜଙ୍ଗଲରୁ କାଠ ବାଉଁଶ, ବନ୍ୟଦ୍ରବ୍ୟ, ଔଷଧ, ମହୁ, ଝୁଣା, ଲାଖ ସବୁ ମିଳିଲା, ଯଦ୍ଦ୍ବାରା ଜଙ୍ଗଲ ତା’ର ନିତିଦିନିଆ ଜୀବନର ସାଥୀ ହୋଇପାରିଲା। ଜଙ୍ଗଲ ତାକୁ ବଞ୍ଚେଇବା ଶିଖାଇଲା। ତା’ ସୁଖଦୁଃଖର ସାଥୀ ହେଲା। ବୃକ୍ଷ ବିନା ସୃଷ୍ଟି ଅସମ୍ଭବ ଏକଥା ସେ ଜାଣିପାରିଲା। ବୃକ୍ଷ ପୃଥିବୀର ରକ୍ଷାକବଚ। ପୃଥିବୀକୁ ଶ୍ୟାମଳ ସୁନ୍ଦର ସତେଜ କରି ରଖିବାକୁ ସବୁଜ ବନାନୀର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ ବୁଝିପାରିଲା।
ଜାତୀୟ ଜଙ୍ଗଲ ନୀତି ଅନୁସାରେ ଆମ ଦେଶରେ ଶତକଡ଼ା ୩୩.୨ ଜଙ୍ଗଲ ରହିବା କଥା ହେଲେ ଅଛି ୨୨.୭। ଆମ ରାଜ୍ୟରେ ପ୍ରାୟ ୬୧,୨୦୪. ୧୭ ବର୍ଗ କି.ମି. ଜଙ୍ଗଲ ରହିଛି। ଯାହାକି ଭୌଗୋଳିକ କ୍ଷେତ୍ରଫଳର ୩୯.୩୧ ପ୍ରତିଶତ। ଜଙ୍ଗଲ ପରିମାଣ ଦିନକୁ ଦିନ ହ୍ରାସ ଘଟୁଛି। ଏହି ଜଙ୍ଗଲ କ୍ଷୟକୁ ରୋକିବା ପାଇଁ ସରକାରୀ ବେସରକାରୀ ସ୍ତରରେ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଇଛି। ସ୍ବାଧୀନ ଭାରତରେ ଜଙ୍ଗଲ କ୍ଷୟ ରୋକିବା ଲାଗି ବନମହୋତ୍ସବ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜୁଲାଇ ମାସର ପ୍ରଥମ ସପ୍ତାହ ଅର୍ଥାତ୍‌ ଜୁଲାଇ ୧ରୁ ୮ ସାରା ଦେଶରେ ପାଳନ କରାଗଲା। ଆମେ ଜାଣିବା ଦରକାର ଯେ ଗଛ କେବଳ ଗଛ ନୁହେଁ । କାଠ, ପଟା , ଜାଳେଣି, ଛାଇ , ଔଷଧ ସହିତ ଆମେ ପାଉ ନିର୍ମଳ ପରିବେଶ, ଗଛ ଯୋଗୁ ସୁନ୍ଦର ଦିଶେ ସବୁଜ ବନାନୀ, ଗଛ ପାଇଁ ଚାଲେ ଆମର ଶ୍ୱାସ ପ୍ରଶ୍ୱାସ। ବାୟୁ ବିଶୋଧନ ନିମନ୍ତେ ବୃକ୍ଷ ରାତିରେ ଅଙ୍ଗାରକାମ୍ଳ ଗ୍ରହଣ କରି ଦିନରେ ଅମ୍ଳଜାନ ପରିତ୍ୟାଗ କରେ। ଏହା ମଣିଷ ପାଇଁ ହିତକର। ଏଣୁ ବୃକ୍ଷ ହିଁ ମଣିଷର ପ୍ରକୃତ ବନ୍ଧୁ। ବୃକ୍ଷ ବ୍ୟତିରକେ ଜୀବନ ଅସମ୍ଭବ।
ଲୋକମାନେ ଏହି କଥା ନ ବୁଝିପାରି ରହିବାପାଇଁ, ନିଜର ଜୀବିକା ନିର୍ବାହ ପାଇଁ ଅବାଧରେ ଗଛ କାଟି ଚାଲିଛନ୍ତି। ରହିବା ପାଇଁ ସ୍ଥାନ, ରାସ୍ତା ନିର୍ମାଣ, ବଡ଼ ବଡ଼ ଆପାର୍ଟମେଣ୍ଟ, କଳକାରଖାନା, ନୂତନ ସହର ଗଠନ, ନଦୀବନ୍ଧ ଯୋଜନା, କାଠ ବ୍ୟବସାୟୀ, ଆଦିବାସୀମାନେ ପୋଡ଼ୁଚାଷ ପାଇଁ ପ୍ରତ୍ୟେକ ବର୍ଷ ଜଙ୍ଗଲ ପଦା ହୋଇଯାଉଛି ଏବଂ ତା’ ସ୍ଥାନରେ ନୂତନ ଗଛ ବା ଜଙ୍ଗଲ ସୃଷ୍ଟି ହୋଇପାରୁନି। ଫଳରେ ବନକ୍ଷୟ ଯୋଗୁ, ପ୍ରକୃତି ଓ ପରିବେଶ ପ୍ରତି ଭୟଙ୍କର ବିପଦ ମାଡ଼ିଆସୁଛି। ଗ୍ଲାସିଅର ତରଳୁଛି, ସମୁଦ୍ର ପତନ ବୃଦ୍ଧି, ମରୁଡ଼ି, ବାତ୍ୟା, ବନ୍ୟା, ମହାବାତ୍ୟା, ସୁନାମୀ, ସାମୁଦ୍ରିକ ଝଡ଼ ଏବଂ ଏବେ ଜୋର ଧରିଛି ମହାମାରୀ କରୋନା। ପରିବେଶରେ ଅମ୍ଳଜାନର ଅଭାବ ପ୍ରଭୃତି ମନୁଷ୍ୟକୃତ ବିପଦମାନ ଦେଖାଗଲାଣି। ଜଙ୍ଗଲରେ ନିଆଁ ଲାଗିବା ଫଳରେ ଅରଣ୍ୟ ଜାତୀୟ ବୃକ୍ଷଲତା, ଗୁଳ୍ମ, ଲତା, ଔଷଧିୟ ବୃକ୍ଷ ନଷ୍ଟ ହୋଇ ପରିବେଶର ତାପମାତ୍ରା ବୃଦ୍ଧି କରାଉଛି ଫଳରେ ଅଂଶୁଘାତ ଓ ଚର୍ମଜାତୀୟ ରୋଗର ଶିକାର ହେଉଛି ମଣିଷ। କେତେବେଳେ ବୃଷ୍ଟି ଅନୁପାତ ଅଧିକ ତ କେତେବେଳେ କମ୍‌ ହେଉଛି ଫଳରେ କୃଷିକ୍ଷେତ୍ର ପ୍ରଭାବିତ ହେଉଛି, ଜଳାଭାବ ଲାଗିରହୁଛି। ବିଭିନ୍ନ ପ୍ରକାର ବୈଜ୍ଞାନିକ ପରୀକ୍ଷଣ ଓ ଦେଶ ଦେଶ ଭିତରେ ଯୁଦ୍ଧ ଲାଗିବା ଫଳରେ ପରିବେଶ ଦୂଷିତ ହେଉଛି। କଳକାରଖାନା, ଗାଡ଼ି ମୋଟର, ମେଡିକାଲ ବର୍ଜ୍ୟବସ୍ତୁ ଦ୍ୱାରା ମଧ୍ୟ ପରିବେଶ ଦୂଷିତ ହେବାରେ ଲାଗିଛି। ଖାଲି ବୃକ୍ଷରୋପଣ କରି ଫଟୋ ଉଠାଇ ଗଣମାଧ୍ୟମରେ କି ରାଜନୈତିକ ମହଲରେ କାମ ଶେଷ କରିଦେଲେ କିଛି ଲାଭ ହେବନାହିଁ। ଏଥିପାଇଁ ନିଜ କର୍ତ୍ତବ୍ୟକୁ ଶ୍ରଦ୍ଧାର ସହିତ ପାଳନ କରିବା ଉଚିତ। ପୋତିଥିବା ଗଛର ରକ୍ଷଣାବେକ୍ଷଣ କରିବା ଦିଗରେ ଯତ୍ନଶୀଳ ହେବା ଦରକାର। ପ୍ରତ୍ୟେକେ ନିଜର ଜନ୍ମଦିନ, ବନ୍ଧୁତା ଦିବସରେ, ବିବାହ ଦିନ ବା ବିବାହ ବାର୍ଷିକୀରେ ଗଛଟିଏ ଲଗାନ୍ତୁ। ଏ ପ୍ରକୃତି, ଏ ପୃଥିବୀ ଆମକୁ କେତେକ’ଣ ଦେଇଛି ତା’ର ପଟାନ୍ତର ନାହିଁ। ବାସ୍‌ ଆମେ ଗଛଟିଏ ପୋତି ଶ୍ୟାମଳ, ସୁନ୍ଦର, ସତେଜ ପୃଥିବୀଟିଏ ଗଢ଼ିବାରେ କେବଳ କର୍ତ୍ତବ୍ୟଟିଏ ସମ୍ପାଦନ କରିବା ଉଚିତ। ନଚେତ ଏ ପୃଥିବୀ ଲୋପ ପାଇଗଲେ ଦିନେ ଜୀବଜଗତ ବି ଲୋପ ପାଇଯିବ ଏହା ଭାବିବା ଏବେଠାରୁ ଦରକାର। ପରିବେଶ ସୁନ୍ଦର ରହିଲେ ସୁସ୍ଥ ରହିବେ ଆଗାମୀ ପିଢ଼ି। ଶରୀର ସୁସ୍ଥ ରହିଲେ ଦେଶର ଉନ୍ନତି କରିପାରିବାରେ ସକ୍ଷମ ହେବେ। ସମାଜ ଅଧିକ ସମୃଦ୍ଧ ହୋଇପାରିବ।
ପ୍ରକୃତି ହେଉଛି ଶୋଭାର ଗନ୍ତାଘର। ନଦୀକୂଳରେ ବୃକ୍ଷରାଜି, ସବୁଜ ତରୁଲତା ଆଚ୍ଛାଦିତ ପର୍ବତ କନ୍ଦରରୁ ବହି ଆସିଥିବା ଝରଣା, ବୃକ୍ଷଗୁଡ଼ିକର ଶୀତଳ ଛାଇ, ପରାଗସଙ୍ଗମରେ ସହାୟକ ହେଉଥିବା ପଶୁ ପକ୍ଷୀ, ପ୍ରଭାତର ଶାନ୍ତ ପରିବେଶକୁ କୋଳାହଳମୟ କରି ରଖୁଥିବା ପଶୁ ପକ୍ଷୀ, ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ମାତୃଭୂମି, କାଠ, ଜାଳେଣି, ଘରର ସୌଖୀନ ଆସବାବପତ୍ର, ଔଷଧ ଓ ନାନା ଜାତିର ଫଳ ଫୁଲରେଭରା। ଅନେକ ରମଣୀୟ ସ୍ଥାନ ଗଢ଼ିଉଠିଛି ବୃକ୍ଷରାଜିର ପରିବେଷ୍ଟନୀରେ। ଆମ ମନୋରଞ୍ଜନର ଖୋରାକ ଯୋଗାଏ ପିକ୍‌ନିକ୍‌ ସ୍ଥଳୀ କେବଳ ପ୍ରକୃତି ଯୋଗୁ। ଆସନ୍ତୁ ସେହି ପରିବେଶକୁ ସ୍ବଚ୍ଛ, ନିର୍ମଳ, ପ୍ରଦୂଷଣମୁକ୍ତ କରିବା ବୃକ୍ଷଟିଏ ରୋପଣ କରି।

ଜୟଶ୍ରୀ ପଟ୍ଟନାୟକ
ଗଙ୍ଗନଗର, ଭୁବନେଶ୍ୱର
ମୋ: ୭୯୭୮୧୧୦୪୭୪


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସର ଚାଞ୍ଚଲ୍ୟକର ଖୁଲାସା

ଢାକା,୨୫।୧୨: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଅମୃତ ମଣ୍ଡଳ ଓରଫ ସମ୍ରାଟ। ପୋଲିସ ଦାବି କରିଛି, ରାଜବାଡ଼ିର...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri