କୋଲକାତା,୨୭।୨: କୋଲକାତାରେ ଶକ୍ତିଶାଳୀ ଭୂକମ୍ପ । ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଅପରାହ୍ନ ପ୍ରାୟ ୧ଟା୨୦ ସମୟରେ ଭୂମିକମ୍ପ ହୋଇଥିଲା। କୋଲକାତା ସମେତ ରାଜ୍ୟର ବିଭିନ୍ନ ଜିଲାରେ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୪ ରେକର୍ଡ କରାଯାଇଛି ।
ତେବେ ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ଭୂକମ୍ପର କେନ୍ଦ୍ରସ୍ଥଳ ବାଂଲାଦେଶ ଥିଲା। ଏହି ଝଟକା ଯୋଗୁଁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା, ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଅନେକ ଲୋକ ଅଫିସ ଏବଂ କୋଠାରୁ ବାହାରକୁ ବାହାରି ଆସିଥିଲେ। କେନ୍ଦ୍ରସ୍ଥଳ ସହରଠାରୁ ପ୍ରାୟ ୮ କିଲୋମିଟର ଦୂରରେ ଥିଲା। ଭୂମିକମ୍ପର ତୀବ୍ରତା ନେଇ ଅନିଶ୍ଚିତତା ମଧ୍ୟରେ ଅନେକ ବାଣିଜ୍ୟିକ କେନ୍ଦ୍ରରେ କର୍ମଚାରୀମାନେ ମଧ୍ୟ ଶୀଘ୍ର କର୍ମକ୍ଷେତ୍ର ଖାଲି କରି ଖୋଲା ସ୍ଥାନରେ ଏକାଠି ହୋଇଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଭୂକମ୍ପ କ୍ଷୟକ୍ଷତି ନେଇ ବର୍ତ୍ତମାନ ସୁଦ୍ଧା କୌଣସି ରିପୋର୍ଟ ହସ୍ତଗତ ହୋଇପାରି ନାହିଁ ।
#WATCH | West Bengal: An earthquake with a magnitude of 5.4 on the Richter Scale hit South-West from BMD Seismic Centre, Agargaon, Dhaka in Bangladesh. Tremors felt in Kolkata, West Bengal.
Visuals from Kolkata city as people rush out of their residences. pic.twitter.com/62TVn7I0Z2
— ANI (@ANI) February 27, 2026

