ଇଣ୍ଡୋନେସିଆରେ ୬.୩ ତୀବ୍ରତାର ଭୂକମ୍ପ

ଜାକର୍ତ୍ତା,୨୪ ।୨: ଏବେ ଭୂକମ୍ପର ନାଁ ଶୁଣିଣେ ଛାତିରେ ଛନକା ପଶିଯାଉଛି । ଏଥର ଇଣ୍ଡୋନେସିଆର ତୋବେଲୋରେ ଏକ ଭୂକମ୍ପ ଆସିଥିବା ସୂଚନା ମିଳିଛି । ୟୁଏସ ସିସମୋଲଜିକାଲ ସର୍ଭେ କହିଛି ଶୁକ୍ରବାର ସକାଳେ ଇଣ୍ଡୋନେସିଆର ତୋବେଲୋରେ ଭୂକମ୍ପ ଆସିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୬.୩ । ଭୂକମ୍ପର କେନ୍ଦ୍ର ଇଣ୍ଡୋନେସିଆରୁ ୧୭୭ କିଲୋମିଟର ଉତ୍ତରରେ ଥିଲା । ଏବେ ପର୍ଯ୍ୟନ୍ତ ଭୂକମ୍ପ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।
ସୂଚନାଯୋଗ୍ୟ, ଫେବୃୟାରୀ ୬ରେ ତୁର୍କୀ ଓ ସିରିଆରେ ଆସିଥିବା ଭୂକମ୍ପରେ ହଜାର ହଜର ସଂଖ୍ୟାରେ ଲୋକଙ୍କର ମୃତ୍ୟୁ ସାରା ବିଶ୍ୱକୁ ସ୍ତବ୍ଧ କରି ଦେଇଛି ।

Share