ଟିକିରିରେ ଭୂକମ୍ପ

ଟିକିରି,୩ା୩(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରିରେ ଶୁକ୍ରବାର ସକାଳ ୫.୬ମିନିଟ୍‌ ଭୂକମ୍ପ ଅନୁଭୂତ ହୋଇଛି। ୨ରୁ ୩ ସେକେଣ୍ଡ ଧରି ଏହି ଭୂକମ୍ପ ହୋଇଥିଲା। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୩.୮ ଥିବାଜଣାପଡ଼ିଛି। ଅଞ୍ଚଳରେ ଥିବା ବିଭିନ୍ନ ଘରଦ୍ୱାର ଦୋହଲି ଯାଇଥିବା ବେଳେ ଲୋକେ ଭୟଭୀତ ହୋଇ ବାହାରକୁ ବାହାରି ଆସିଥିଲେ। ଅଞ୍ଚଳବାସୀ ସମସ୍ତେ ଭୂକମ୍ପ ଅନୁଭବ କରିଥିବା କହିଛନ୍ତି।