Earthquake in Myanmar: ୨୪ଘଣ୍ଟାରେ ୧୫ଥର ଭୂକମ୍ପ, ଚାରିଆଡେ ଧ୍ୱସଂଲୀଳା

ବ୍ୟାଙ୍କକ୍‌/ନୂଆଦିଲ୍ଲୀ,୩୦ା୩: ମ୍ୟାନ୍‌ମାର ଏବଂ ଥାଇଲାଣ୍ଡରେ ସଂଘଟିତ ପ୍ରଳୟଙ୍କରୀ ଭୂକମ୍ପରେ ବ୍ୟାପକ କ୍ଷୟକ୍ଷତି ଘଟିବା ସହ ମୃତ୍ୟୁସଂଖ୍ୟା ୧,୬୦୦ ଟପିଛି। ବିଲ୍ଡିଂଗୁଡ଼ିକର ଭଗ୍ନାବଶେଷ ତଳୁ ଅଧିକ ସଂଖ୍ୟାରେ ମୃତଦେହ ମିଳିବାରେ ଲାଗିଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି। ମ୍ୟାନ୍‌ମାରର ସାମରିକ ସରକାରଙ୍କ ସୂଚନା ଅନୁଯାୟୀ, ଶନିବାର ସୁଦ୍ଧା ୧,୬୪୪ ମୃତଦେହ ମିଳିବା ସହ ୩,୪୦୦ ଜଣ ଆହତ ହୋଇଛନ୍ତି। ଏହାବ୍ୟତୀତ ୩୦ ଜଣ ନିଖୋଜ ଥିବା ଜଣାପଡ଼ିଛି। ଭୂକମ୍ପ କ୍ଷତିଗ୍ରସ୍ତଙ୍କ ପାଇଁ ବିଭିନ୍ନ ଦେଶରୁ ରିଲିଫ୍‌ ସହାୟତା ପହଞ୍ଚତ୍ବାରେ ଲାଗିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ମ୍ୟାନ୍‌ମାର ସାମରିକ ସରକାରଙ୍କ ମୁଖ୍ୟ ମିନ୍‌ ଔଙ୍ଗ୍‌ ହ୍ଲାଇଙ୍ଗ୍‌ଙ୍କ ସହ କଥା ହୋଇଛନ୍ତି। ଭୂକମ୍ପ ବିପର୍ଯ୍ୟସ୍ତ ମ୍ୟାନ୍‌ମାର ଜନସାଧାରଣଙ୍କୁ ସେ ଭାରତ ତରଫରୁ ସମବେଦନା ଜଣାଇବା ସହ ସବୁ ପ୍ରକାର ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି କଠିନ ସମୟରେ ଭାରତ ମ୍ୟାନ୍‌ମାର ଲୋକଙ୍କ ସମର୍ଥନରେ ଛିଡ଼ା ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ଭାରତ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନ୍‌ଡିଆର୍‌ଏଫ୍‌)ର ୮୦ ଜଣିଆ ଟିମ୍‌ ପଠାଇଛି। ଭାରତ ପକ୍ଷରୁ ‘ଅପରେଶନ ବ୍ରହ୍ମା’ ନାମରେ ଭୂକମ୍ପ କ୍ଷତିଗ୍ରସ୍ତ ମ୍ୟାନ୍‌ମାର ଓ ଥାଇଲାଣ୍ଡକୁ ରିଲିଫ୍‌ ସହାୟତା ପଠାଯାଇଛି। ବାୟୁସେନାର ସି୧୩୦ଜେ ସାମରିକ ପରିବହନ ବିମାନ ଜରିଆରେ ମ୍ୟାନ୍‌ମାରର ୟାଙ୍ଗୁନ୍‌କୁ ୧୫ ଟନ୍‌ ରିଲିଫ୍‌ ସାମଗ୍ରୀ ପଠାଯାଇଛି। ଏଥିରେ ଟେଣ୍ଟ, ସ୍ଲିପିଂ ବ୍ୟାଗ୍‌, କମ୍ବଳ, ପ୍ରସ୍ତୁତ ଖାଦ୍ୟ, ଜଳ ବିଶୋଧକ, ସୋଲାର ଲ୍ୟାମ୍ପ୍‌, ଜେନେରେଟର ସେଟ୍‌ ଏବଂ ଅତ୍ୟାବଶ୍ୟକ ଔଷଧ ରହିଛି। ବାୟୁସେନାର ଆଉ ୨ଟି ବିମାନରେ ରିଲିଫ୍‌ ସାମଗ୍ରୀ ଖୁବ୍‌ଶୀଘ୍ର ହିଣ୍ଡନ ବାୟୁସେନା ଷ୍ଟେଶନରୁ ମ୍ୟାନ୍‌ମାରକୁ ପଠାଯିବ। ଏହା ବ୍ୟତୀତ ନୌସେନାର ୨ଟି ଜାହାଜ ଆଇଏନ୍‌ଏସ୍‌ ସାତପୁରା ଏବ ଆଇଏନ୍‌ଏସ୍‌ ସାବିତ୍ରୀ ୪୦ ଟନ୍‌ ମାନବୀୟ ସହାୟତା ନେଇ ମ୍ୟାନ୍‌ମାରର ୟାଙ୍ଗୁନ୍‌ ବନ୍ଦର ଅଭିମୁଖେ ଯାତ୍ରା କରିଥିବା ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି।
ମ୍ୟାନ୍‌ମାରରେ ଶୁକ୍ରବାର ମଧ୍ୟାହ୍ନରେ ୭.୭ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଯୋଗୁ ବ୍ୟାପକ କ୍ଷୟକ୍ଷତି ହେବା ସହ ଏହାର ଝଟକା ଥାଇଲାଣ୍ଡ, ଚାଇନା, ଭାରତ ଓ ଲାଓସ୍‌ ଆଦି ପଡ଼ୋଶୀ ଦେଶରେ ଅନୁଭୂତ ହୋଇଥିଲା। ନେପିତାଉ, ମଣ୍ଡଲୟ ଓ ସାଗାଇଙ୍ଗ୍‌ ସମେତ ୬ଟି ଅଞ୍ଚଳ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଉଦ୍ଧାର କାର୍ଯ୍ୟରେ ସେନା ନିୟୋଜିତ ହୋଇଛି। ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍‌ରେ ମଧ୍ୟ ଅନେକ କ୍ଷୟକ୍ଷତି ହୋଇଛି। ଭୂକମ୍ପ ପରବର୍ତ୍ତୀ ଏକାଧିକ ଝଟକା ଅନୁଭୂତ ହେବାରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ପରାମର୍ଶ ଦିଆଯାଇଥିଲା।
ମ୍ୟାନ୍‌ମାର ରାଜଧାନୀ ନିପିଦାଉରେ ଶନିବାର ରାସ୍ତାଘାଟ ମରାମତି କାର୍ଯ୍ୟ ଜାରି ରହିଛି। ଅନେକ ସହରରେ ବିଦ୍ୟୁତ୍‌, ଟେଲିଫୋନ୍‌ ଏବଂ ଇଣ୍ଟରନେଟ୍‌ ସେବା ବାଧାପ୍ରାପ୍ତ ହୋଇଛି। ଥାଇଲାଣ୍ଡର ବ୍ୟାଙ୍କକ୍‌ ସହରରେ ଶନିବାର ସୁଦ୍ଧା ୬ ଜଣଙ୍କ ମୃତଦେହ ମିଳିଥିବାବେଳେ ୨୬ ଜଣ ଆହତ ଓ ୪୭ ଜଣ ନିଖୋଜ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri