ନେପାଳରେ ଭୂକମ୍ପ, ବିହାରର ଅଧିକାଂଶ ଜିଲାରେ ଦେଖାଦେଲା ପ୍ରଭାବ

କାଠମାଣ୍ଡୁ,୩୧ ।୭: ନେପାଳର ରାଜଧାନୀ କାଠମାଣ୍ଡୁରେ ରବିବାର ଭୂକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୫.୫ । ନ୍ୟାଶନାଲ ସେଣ୍ଟର ଫର ସିସ୍ମୋଲୋଜି କହିଛି ରବିବାର ସକାଳ ପ୍ରାୟ ୭ଟା ୫୮ ମିନିଟରେ ଭୂକମ୍ପ ଅନୁଭୁତ ହୋଇଛି । ଏହାର ମାତ୍ରା ଏତେ ତିବ୍ର ଥିଲା ଯେ ବିହାରର କିଛି ଜିଲାରେ ଏହାର କମ୍ପନ ଅନୁଭୁତ ହୋଇଛି । ଲୋକେ ବି ଭୂକମ୍ପର ଝଟକା ଅନୁଭବ କରିଥିବା ପ୍ରକାଶ କରିଛନ୍ତି ।
ରବିବାର ଛୁଟିଦିନ ଥିବାରୁ ଲୋକେ ଘରେ ବିଶ୍ରାମ କରୁଥିବା ବେଳେ ସକାଳୁ ସକାଳୁ ଭୁକମ୍ପର ଝଟକା ଅନୁଭବ ହୋଇଥିଲା । ଫଳରେ ଲୋକେ ଭୟଭିତ ହୋଇ ଘର ବାହାରକୁ ଚାଲି ଆସିଥିଲେ । ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା କୁହାଯାଇଛି ।

Share