Posted inଫୁରସତ

ମାଡ଼ି ଆସୁଛି ବିପଦ, ଧ୍ୱଂସ ମୁହାଁ ହେଉଛି ପୃଥିବୀ: ଚେତାବନୀ ଦେଲେ ବୈଜ୍ଞାନିକ

ଓ୍ବାଶିଂଟନ, ୨୭।୬: ପୃଥିବୀ ସୃଷ୍ଟି ନେଇ ରହିଥିବା ତଥ୍ୟ ବେଶ୍‌ ରୋଚକ। ଏକ ତଥ୍ୟ ଅନୁସାରେ ୬ କୋଟି ୬୦ ଲକ୍ଷ ବର୍ଷ ତଳେ ଏକ ବିରାଟ ଉଲ୍‌କାପିଣ୍ଡ ପୃଥିବୀକୁ ଧକ୍କା ଦେଇଥିଲା। ସେତେବେଳେ ପୃଥିବୀ ପୃଷ୍ଠରେ ଭୟଙ୍କର ଭୂକମ୍ପ ସହିତ ଆଗ୍ନେୟଗିରିରୁ ଅଗ୍ନି ଉଦ୍‌ଗୀରଣ ହୋଇଥିଲା। ଫଳରେ ୭୫ ପ୍ରତିଶତ ଜୀବଜନ୍ତୁ ଲୋପ ପାଇଥିଲେ। ଆଗ୍ନେୟଗିରିରୁ ଅଗ୍ନି ଉଦ୍‌ଗୀରଣ ଯୋଗୁ ସୃଷ୍ଟି ହୋଇଥିବା ବହଳ ଧୂଆଁ ବାୟୁମଣ୍ଡଳରେ ବ୍ୟାପି ଯାଇଥିଲା। ଏହାକୁ ଭେଦ କରି ସୂର୍ଯ୍ୟ ରଶ୍ମୀ ଭୂପୃଷ୍ଠକୁ ଆସିପାରି ନ ଥିଲା। ଫଳରେ ଅବଶିଷ୍ଟ ଜୀବଜଗତ ତଥା ଉଦ୍ଭିଦ ଜଗତ ଧ୍ୱଂସ ହୋଇଯାଇଥିଲା। ଏହାପରେ ସାଧାରଣ ସ୍ଥିତି ଫେରି ଆସିବା ପରେ ପୁଣି ପୃଥିବୀରେ ଜୀବନ ସୃଷ୍ଟି ଆରମ୍ଭ ହୋଇଥିଲା। ସେହିପରି ୩କୋଟି ୬୦ ଲକ୍ଷ ବର୍ଷ ତଳେ ଓଜନସ୍ତରର ସାନ୍ଦ୍ରତା କମି ଯିବା ଯୋଗୁ ପୃଥିବୀରେ ଅତ୍ୟଧିକ ଉତ୍ତାପ ସୃଷ୍ଟି ହୋଇଥିଲା। ଏଥିରେ ସମଗ୍ର ଜୀବଜଗତ ଜଳି ଯାଇଥିଲା। ଏନେଇ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି। ଏହାର ରିପୋର୍ଟ ସାଇନ୍ସ୍‌ ଆଡଭାନ୍ସ ପତ୍ରିକାରେ ପ୍ରକାଶ ପାଇଛି। ଗବେଷକଙ୍କୁ ପଥରରେ ତଳେ ଚାପି ହୋଇରହିଥିବା କିଛି ଉଦ୍ଭିଦର ଜୀବାଶ୍ମ ମିଳିଥିଲା। ଏହାର ଅନୁଧ୍ୟାନ କରିବା ସମୟରେ ଜଣାପଡ଼ିଥିଲା ଯେ, ଉଦ୍ଭିଦଗୁଡ଼ିକ ସୂର୍ଯ୍ୟର ଅଲ୍ଟାଭାୟୋଲେଟ ରଶ୍ମୀ ପ୍ରଭାବରେ ଜଳି ଯାଇଥିଲା। ଉଦ୍ଭିଦଗୁଡ଼ିକର ଡିଏନ୍‌ଏ ପରୀକ୍ଷା ସମୟରେ ଏହି ତଥ୍ୟ ଜଣାପଡ଼ିଥିଲା। ଯାହାକି ପ୍ରାୟ କୋଟି ୬୦ ଲକ୍ଷ ବର୍ଷ ତଳେ ହୋଇଥିବା ଅନୁମାନ କରାଯାଇଥିଲା। ଓଜନସ୍ତରର ସାନ୍ଦ୍ରତା କମି ଯିବାରୁ ଏଭଳି ଘଟିଥିବା ଗବେଷକ କହିଛନ୍ତି। ଏବେ ମଧ୍ୟ ଧୀରେଧୀରେ ମଧ୍ୟ ସେଭଳି ସ୍ଥିତି ଜାରିରହିଛି। ମେରୁ ଅଞ୍ଚଳରେ ଓଜନସ୍ତରର ସାନ୍ଦ୍ରତା କମୁଥିବାରୁ ସମସ୍ୟା ଦେଖାଦେଇଛି। ଏଥିରେ ସୁଧାର ନ ଆସିଲେ ପୃଥିବୀ ପୁଣି ଥରେ ଧ୍ୱଂସ ହେବ ବୋଲି ବୈଜ୍ଞାନିକ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri