ଜୁଆ କମ୍ପାନୀରୁ କୋଟି କୋଟି ରୋଜଗାର… ବ୍ରିଟେନର ସବୁଠୁ ଧନୀ ମହିଳା ହେଲେ ଡେନିସ୍‌ କୋଟ୍ସ

ନୂଆଦିଲ୍ଲୀ,୧୧।୧: Bet365 ମାଲିକ ଡେନିସ କୋଟ୍ସ ବ୍ରିଟେନର ସବୁଠାରୁ ଧନୀ ମହିଳା ହୋଇଛନ୍ତି। ତାଙ୍କର ଦରମା ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ମୋଟ ରୋଜଗାରଠାରୁ ଅଧିକ ବୋଲି ଜଣାପଡ଼ିଛି। ବେଟିଂ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ସେ ବ୍ରିଟେନର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ମହିଳା ପାଲଟିଛନ୍ତି। କେବଳ ଏତିକି ନୁହେଁ, ସେ ଦୁନିଆର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ସିଇଓମାନଙ୍କ ମଧ୍ୟରୁ ଜଣେ ପାଲଟିଛନ୍ତି।

ଡେନିସ ମାର୍ଚ୍ଚ ୨୬, ୨୦୨୩ ପର୍ଯ୍ୟନ୍ତ ଶେଷ ଆର୍ଥିକ ବର୍ଷରେ ପ୍ରାୟ ୨୮୧ ନିୟୁତ ଡଲାର(ପ୍ରାୟ ୨୩୩୩ କୋଟି) ବେତନ ନେଇଥିଲେ। ଏହା ଏତେ ପରିମାଣର ଯେ ବଡ କମ୍ପାନୀଗୁଡିକର ସମ୍ପୂର୍ଣ୍ଣ ଆୟ ଏତେ ଅଧିକ ନୁହେଁ। ତେବେ ଏହି ସଂଖ୍ୟା ଠିକ ନୁହେଁ ବୋଲି ଗୋଟିଏ ଗୋଷ୍ଠୀ ଦାବି କରିିଛନ୍ତି।

ଡେନିସ ତାଙ୍କର ବେତନ ବ୍ୟତୀତ, କମ୍ପାନୀର ଲାଭର ଅତି କମରେ ୫୦% ଅର୍ଥାତ ୧,୦୫୪ କୋଟି ଟଙ୍କା ଲାଭ କରିଛନ୍ତ। ଏହିପରି ଭାବରେ ୨୦୨୩ ପାଇଁ ତାଙ୍କର ମୋଟ ରୋଜଗାର ଥିଲା ୩,୩୮୭ କୋଟି ଟଙ୍କା। ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ, କୋଟ୍ସ ଗତ ୧୦ ବର୍ଷ ମଧ୍ୟରେ ପ୍ରାୟ ୧୬ ହଜାର କୋଟି ଟଙ୍କା ବେତନ ସହ ଲାଭ ପାଇଛନ୍ତି।

୨୦୦୦ ମସିହାରେ ଡେନିସ ବେଟିଂ ପ୍ଲାଟଫର୍ମ Bet365 ଆରମ୍ଭ କରିଥିଲେ। ଏଥିରେ ବର୍ତ୍ତମାନ ପ୍ରାୟ ୯ କୋଟି ଉପଭୋକ୍ତା ଅଛନ୍ତି। କମ୍ପାନୀ ୨୦୨୩ରେ ୩୫ ହଜାର କୋଟି ଟଙ୍କା ବ୍ୟବସାୟ କରିଥିଲା। ଯଦିଓ କମ୍ପାନୀର ଗେମିଂ ବିଭାଗ ୬୩୦ କୋଟି ଟଙ୍କା କ୍ଷତି ସହିଛି, ତଥାପି ମୋଟ ଲାଭ ଗତ ବର୍ଷ ତୁଳନାରେ ଅଧିକ ରହିଥିଲା। ଫଳରେ ଡେନିସ ଆଜି ବ୍ରିଟେନର ସବୁଠାରୁ ଧନୀ ମହିଳାଙ୍କ ମଧ୍ୟରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri