ଅଗ୍ରପୂଜ୍ୟଙ୍କୁ ଆବାହନ ପାଇଁ ଆତୁର

ଅନୁଗୋଳ ଅଫିସ, ୩୧।୮: ଶିକ୍ଷାନୁଷ୍ଠାନରେ ଶେଷ ହୋଇଛି ସାଜସଜ୍ଜା। ଲାଗିଛି ରଙ୍ଗବେରଙ୍ଗର ମାଳ ମାଳ ପତାକା। ଅଗ୍ରପୂଜ୍ୟଙ୍କୁ ଆବାହନ ପାଇଁ ଆତୁରତାର ସହ ଅପେକ୍ଷା କରିଛନ୍ତି ଛାତ୍ରୀଛାତ୍ର। କରୋନା ପରେ ପ୍ରଥମ ଥର ପାଇଁ ସେମାନେ ଶିକ୍ଷାନୁଷ୍ଠାନରେ ପୂଜା ପାଳନ କରିବାକୁ ଯାଉଥିବାରୁ ସମସ୍ତଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ। ସେହିପରି ଅନୁଗୋଳ ସହର ମଧ୍ୟ ଝଲସୁଛି ରଙ୍ଗିନ ଆଲୋକମାଳାରେ। ସହରର ଶିମିଳିପଡ଼ା, ଅମଲାପଡ଼ା, ବଜାର ଛକ, ତାମ୍ରିତ କଲୋନୀ, ହୁଲୁରିସିଂହା, ରାଜକିଶୋରପଡ଼ା, ହେମସରପଡ଼ା ଓ କଲେଜ ଛକ ଆଦି ୩୦ରୁ ଅଧିକ ସ୍ଥାନରେ ଧୁମ୍‌ଧାମରେ ପୂଜା ପାଳନ କରାଯିବ। ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କାର ବଜେଟ୍‌ କରାଯାଇଛି। ପୂଜା ସହ ପ୍ରାୟ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ରହିଛି। ଏଥିସହ ମିନାବଜାର, ମେଳା ଆଦି ପଡ଼ିଥିବାରୁ ସହରବାସୀଙ୍କ ସହ ଛାତ୍ରୀଛାତ୍ରମାନେ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି। ଗତ ୨ ବର୍ଷ ହେଲା କଟକଣା ମଧ୍ୟରେ ପୂଜା ଉତ୍ସବ ଆଦି ପାଳନ କରାଯାଇଥିବାରୁ ସେପରି ଆଡ଼ମ୍ବର ଦେଖିବାକୁ ମିଳି ନ ଥିଲା। ଛାତ୍ରୀଛାତ୍ରମାନେ ମଧ୍ୟ ସ୍କୁଲ, କଲେଜରେ ଏହା ପାଳନ କରିପାରି ନ ଥିଲେ। ହେଲେ ଏଥର ସେପରି ନିରାଶାଜନକ ସ୍ଥିତି ନାହିଁ। ତେଣୁ ସମେସ୍ତ ଧୁମ୍‌ଧାମ୍‌ରେ ପୂଜା ପାଳିବାକୁ ଅତି ଆଗ୍ରହୀ ହୋଇପଡ଼ିଛନ୍ତି।

 

ନୂଆ ଲାଗୁଛି କଲେଜ ପରିବେଶ
ବିଘ୍ନରାଜଙ୍କ ପୂଜା ପାଇଁ କଲେଜ ସମ୍ପୂର୍ଣ୍ଣ ସଜେଇ ହୋଇଛି। କେତେବେଳେ କଲେଜ ଯିବୁ ଓ ପୂଜାରେ ସମସ୍ତେ ସାମିଲ ହେବୁ ତାହାକୁ ଅପେକ୍ଷା କରିଛୁ। ୨ ବର୍ଷ ପରେ ଏପରି ପରିବେଶ ନୂଆ ନୂଆ ଲାଗୁଛି।
-ଶୁଭଶ୍ରୀ ମଧୁସ୍ମିତା, କଲେଜ ଛାତ୍ରୀ, ଅନୁଗୋଳ
ଧୁମ୍‌ଧାମରେ ପାଳନ କରିବୁ
ପ୍ରତିବର୍ଷ ଗଜାନନଙ୍କ ପୂଜା ପାଳନ କରାଯାଉଛି। ହେଲେ ଚଳିତବର୍ଷ କଥା ସମ୍ପୂର୍ଣ୍ଣ ନିଆରା। କାରଣ କରୋନା ପାଇଁ ଗତ ୨ ବର୍ଷ ଧରି ଛାତ୍ରୀଛାତ୍ରମାନେ ପୂଜାରେ ଏକାଠି ହୋଇପାରି ନ ଥିଲେ। ହେଲେ ଏଥର ଧୁମ୍‌ଧାମରେ ପାଳନ ହେବ।
-ସତ୍ୟବ୍ରତ ବେହେରା, କଲେଜ ଛାତ୍ର, ଅନୁଗୋଳ
ଅନୁମତି ନେଇ ଆଶାବାଦୀ ଥିଲୁ
କରୋନା ପରେ ଏବେ ସବୁକିଛି ପୂର୍ବସ୍ଥିତିକୁ ଫେରୁଛି। ତେଣୁ ଶିକ୍ଷାନୁଷ୍ଠାନରେ ଶିକ୍ଷାର୍ଥୀମାନେ ପୂଜା ପାଳନ କରିବା ଉପରେ ଆଉ ସରକାର କଟକଣା ଲଗାଇବେ ନାହିଁ ବୋଲି ଆଶା କରିଥିଲୁ। କଟକଣା ହଟିଥିବାରୁ ଏଥର ଆଡ଼ମ୍ବରରେ ପୂଜା କରାଯିବ।
-ଗାୟତ୍ରୀ ପ୍ରଧାନ, କଲେଜ ଛାତ୍ରୀ, ଅନୁଗୋଳ
ପୂଜାର ମଜା ଉଠାଇବୁ
ପୂଜାରେ ବୁଲାବୁଲି କରିବାର ମଜା ଅଲଗା। ସାଙ୍ଗମାନଙ୍କ ସହ ପୂଜାରେ ସାମିଲ ହେବା ପରେ ସହରର ବିଭିନ୍ନ ମଣ୍ଡପ ବୁଲି ପୂଜା ଦେଖିବୁ। ମିନାବଜାର, ମେଳାରେ କିଣାକିଣି କରିବୁ। କଟକଣା ହଟିଯାଇଥିବାରୁ ବହୁ ଖୁସି।
-ଶିବଶଙ୍କର ପାଳ, କଲେଜ ଛାତ୍ର, ଅନୁଗୋଳ
ଏଥର ବିଳମ୍ବ କରାଯିବନି
କଲେଜରେ ପୂଜା ପାଳନ କରିବାକୁ ପ୍ରସ୍ତୁତି ଶେଷ ହୋଇଛି। ୨ ବର୍ଷ ହେଲା ପୂଜାରେ ସାମିଲ ହେବାରୁ ବଞ୍ଚିତ ରହିଥିବାରୁ ଏଥର ବିଳମ୍ବ ନ କରି ଶୀଘ୍ର ପୂଜା ସାରିଦେବୁ। ଏହାପରେ ସାଙ୍ଗମାନଙ୍କ ସହ ବୁଲିବାକୁ ବାହାରିଯିବୁ।
-ଅର୍ପିତା ସାହୁ, କଲେଜ ଛାତ୍ରୀ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ପାଟଣା:ରଘୁନାଥ ଜିଉ ମଠରେ ରାମନବମୀ ଉତ୍ସବ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଝଣ୍ଡା ଯାତ୍ରା

ପାଟଣା, ୨୭।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ରଘୁନାଥ ଜିଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri