ଓୟୁଟିଆର୍‌ରେ ଇ-ସମ୍ମିଟ୍‌ ୨୦୨୫

ଭୁବନେଶ୍ୱର,୨୪।୧ (ଅଭୟ ଦାଶ): ଓଡ଼ିଶା ୟୁନିଭର୍ସିଟି ଅଫ୍‌ ଟୋକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ (ଓୟୁଟିଆର୍‌) ର ଇଡି ସେଲ୍‌ ପକ୍ଷରୁ ଏକ ୨ଦିନିଆ କର୍ମଶାଳା ‘ଇ-ସମ୍ମିଟ୍‌ ୨୦୨୫’ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ଉଦ୍ୟୋଗୀମାନଙ୍କୁ ପ୍ରେରଣା ଦେବା ପାଇଁ ପ୍ରଥମ ଥର ପାଇଁ ଏହି ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ଅବସରରେ ଡ. ଅମରେଶ ପଣ୍ଡା, କିଟ୍‌ ଟି ବି ଆଇ ପ୍ରମୁଖ, କୁଳପତି ବିଭୂତି ଭୂଷଣ ବିଶ୍ୱାଳ, ପ୍ରଫେସର ରଞ୍ଜନ କୁମାର ପ୍ରଧାନ, ଡିନ୍‌ ଷ୍ଟୁଡେଣ୍ଟ୍‌ ୱେଲଫେୟାର ପ୍ରଫେସର ଜିବିତେଶ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ କୋକୋବଡ ଫାଉଣ୍ଡର ଆର୍ଯ୍ୟମାନ ଦାସ, ନ୍ୟୁ ରୂପ ଟେକ ଫାଉଣ୍ଡର୍‌ ଅନୁପ ପାଇକରାୟ, ପ୍ଲାଣ୍ଟରୀ ଫାଉଣ୍ଡର୍‌ ଅଭିଷେକ ମହାପାତ୍ର, ୟାଇ ଥ୍ରୀ ଏକ୍ସ ଫାଉଣ୍ଡର୍‌ ଶୁଭମ ଜେନା ପ୍ରମୁଖ ଉପସ୍ଥିତ ରହି ଇନଭେଷ୍ଟ ଉପରେ ଉପସ୍ଥିତ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ଏହା ସହ ପିଚ୍‌ ୱାର, ଆଇପିଏଲ ଅକ୍ସନ, ବି ପ୍ଲାନ୍‌, ମାର୍କେଟିଅର୍‌ ଭଳି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡିଶାର ଭିନ୍ନ ଭିନ୍ନ କଲେଜରୁ ଅନେକ ପ୍ରତିଯୋଗୀ ଯୋଗ ଦେଇଥିଲେ।
ଉଦଯାପନୀ ସାରେ ଭୁବନେଶ୍ୱର ପ୍ରତିଷ୍ଠିତ ପ୍ରଥମ ବୟନ ଶିଳ୍ପ ସେଡ୍ରାଫିଲ ନିର୍ଦ୍ଦେଶକ ମୁକେଶ ନାୟକ ଯୋଗ ଦେଇଥିଲେ। ଏଥି ସହିତ ବିଶ୍ୱବିଦ୍ୟାଳୟର ଟି ପି ଓ ବିଭୁ ପ୍ରସାଦ ଦାସ, ପ୍ରଫେସର ସୁଧାଂଶୁ ଶେଖର ସାହୁ, ପ୍ରଫେସର ରଞ୍ଜନ କୁମାର ପ୍ରଧାନ ବିଜୟୀ ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଢ଼େଇ ବର୍ଷର ଝିଆରୀଙ୍କୁ ବଳାତ୍କାର କଲେ ଦାଦା, ଆଉ ତା’ପରେ…

ପିଲିଭିଟ୍‌(ୟୁପି),୭ା୨: ଉତ୍ତରପ୍ରଦେଶର ପିଲିଭିଟ୍‌ ଜିଲାରେ ୨୫ ବର୍ଷର ଦାଦା ନିଜର ଅଢ଼େଇ ବର୍ଷର ଝିଆରୀକୁ ବଳାତ୍କାର କରିବା ପରେ ଆତ୍ମହତ୍ୟା କରିଛନ୍ତି। ଗୁରୁବାର ରାତି ପ୍ରାୟ ୮ଟା…

ମାର୍ଚ୍ଚକୁ ଘୁଞ୍ଚିଲା ମହାନଦୀ ଜଳ ବିବାଦ ଶୁଣାଣି

ଭୁବନେଶ୍ୱର,୭।୨: ମହାନଦୀ ଜଳ ବିବାଦ ଶୁଣାଣି ମାର୍ଚ୍ଚ ୧୪ ତାରିଖକୁ ଘୁଞ୍ଚିଛି। ଫେବୃଆରୀ ଶେଷ ସପ୍ତାହରୁ ମାର୍ଚ୍ଚ ପ୍ରଥମ ସପ୍ତାହ ମଧ୍ୟରେ ସ୍ପଟ ଭିଜିଟ କରାଯିବ ।…

ବେରୋଜଗାରୀ ଯୁବତୀ-ଯୁବକଙ୍କ ପାଇଁ ଖୁସି ଖବର, ୨୩୮୦୦ ସରକାରୀ ପଦବୀ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କଲେ…

ନୂଆଦିଲ୍ଲୀ,୭।୨: ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଶୁକ୍ରବାର ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୧.୨୭ ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ…

ଅତିରିକ୍ତ ତହସିଲଦାରଙ୍କ ଦୁର୍ବ୍ୟବହାରରେ କୀଟନାଶକ ପିଇଦେଲେ ପିଇଓ

ଚିକିଟି,୭ା୨(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକରେ ଏକ ଅଭାବନୀୟ ଘଟଣା ଘଟିଛି। ଅତିରିକ୍ତ ତହସିଲଦାର ଶାଶ୍ୱତୀ ଷଡ଼ଙ୍ଗୀଙ୍କ ଦୁର୍ବ୍ୟବହାରରେ ଅତିଷ୍ଠ ହୋଇ ରାମଚନ୍ଦ୍ରପୁର ପଞ୍ଚାୟତ…

ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରୀଛାତ୍ର ହେଲେ ପୁରସ୍କୃତ

ଥୁଆମୂଳରାମପୁର, ୭ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଡୁମେରପଦର ସରକାରୀ (ଏସ୍‌ଏସ୍‌ଡି) ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ସୁଶାନ୍ତ…

ପଞ୍ଜାବୀ ଗୀତ ବୁଝି ପାରିଲେନି Vaibhav Suryavanshi! ବିଜୟ ପରେ ଡ୍ୟାନ୍ସ ଭିଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୭।୨: ୧୯ ବର୍ଷରୁ କମ ବିଶ୍ୱକପ ଇତିହାସର ସବୁଠାରୁ ଶକ୍ତିଶାଳୀ ପ୍ରଦର୍ଶନ ପରେ, Vaibhav Suryavanshi ଏକ ଜବରଦସ୍ତ ଉତ୍ସବ ସହିତ ଭାରତର ବିଜୟ ପାଳନ କଲେ,…

ଯୁବପିଢ଼ିଙ୍କ ମଧ୍ୟରେ ବୃଦ୍ଧି ପାଉଛି ଷ୍ଟୋନ ସମସ୍ୟା, ଜାଣନ୍ତୁ କାରଣ ଏବଂ ପ୍ରତିକାର

ଦେଶରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଷ୍ଟୋନକୁ ଗମ୍ଭୀରତାର ସହ ନିଅନ୍ତି ନାହିଁ । କିନ୍ତୁ ଏହି ଛୋଟ ସମସ୍ୟା ହୃଦରୋଗ, କ୍ରନିକ ବୃକକ୍ ରୋଗ ଏବଂ କିଡନୀ…

ଭଲିବଲ ଟୁର୍ଣ୍ଣାମେଣ୍ଟ: ସ୍ବାମ୍‌ ଟିମ୍‌କୁ ହରାଇ କରଞ୍ଜିଆ ଚମ୍ପିୟାନ

ପାଟଣା,୭।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ସ୍ବାମ ବିରଜୟ ଗୋବିନ୍ଦପୁର ଶାସନ ଭଲିବଲ ଆସୋସିଏଶନ ପକ୍ଷରୁ ଶୁକ୍ରବାର ଦିବାରାତ୍ର ସ୍ବାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri