ଏମ୍ସ ଭୁବନେଶ୍ୱରରେ ଇ-ପେମେଣ୍ଟ ବ୍ୟବସ୍ଥା ଆରମ୍ଭ

ଭୁବନେଶ୍ୱର, ୨୧।୧୦ (ଅସମାପିକା ସାହୁ): ଏମ୍ସ ଭୁବନେଶ୍ୱରରେ ଶୁକ୍ରବାର ଇ-ପେମେଣ୍ଟ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି। ଏଣିକି ଚିକିତ୍ସା ବିଲ୍‌ ପେମେଣ୍ଟ ପାଇଁ କାଉଣ୍ଟରରେ ଦୀର୍ଘ ସମୟ ଧରି ଠିଆ ହେବାକୁ ପଡିବ ନାହିଁ। ଘରୁ ଥାଇ ମଧ୍ୟ ବିଭିନ୍ନ ପରୀକ୍ଷା ନିମନ୍ତେ ପେମେଣ୍ଟ କରିପାରିବେ ସାଧାରଣଲୋକ। ଏମ୍ସ ଭୁବନେଶ୍ୱର ସ୍ବାସ୍ଥ୍ୟ ଆପ୍‌ ଜରିଆରେ ୟୁପିଆଇ ଆଇଡି ବ୍ୟବହାର କରି ବିଭିନ୍ନ କାର୍ଡ/ନେଟ୍‌ ବ୍ୟାଙ୍କିଙ୍ଗ୍‌ ମାଧ୍ୟମରେ ପେମେଣ୍ଟ ବ୍ୟବସ୍ଥା ହୋଇପାରିବ। ଏପରିକି ଦେଶର ଯେକୌଣସି ସ୍ଥାନରୁ ମଧ୍ୟ ରୋଗୀଙ୍କ ସମ୍ପର୍କୀୟମାନେ ଏହି ପେମେଣ୍ଟ କରିପାରିବେ। ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା. ଆଶୁତୋଷ ବିଶ୍ବାସ ଶୁକ୍ରବାର ଏହି ଜନହିତକାରୀ ବ୍ୟବସ୍ଥାର ଉଦ୍‌ଘାଟନ କରିଛନ୍ତି। ସେ କହିଛନ୍ତି, ଏହି ବ୍ୟବସ୍ଥା ଦ୍ୱାରା ସମୟ ସଞ୍ଚୟ ହେବା ସହିତ ଚିକିତ୍ସା ସେବା ଶୀଘ୍ର ହୋଇପାରିବ। ଏହି ଜାତୀୟ ଅନୁଷ୍ଠାନ ପକ୍ଷରୁ ଆରମ୍ଭ ହୋଇଥିବା ଡିଜିଟାଲ୍‌ ପେମେଣ୍ଟ ବ୍ୟବସ୍ଥା ପୂରା ଦେଶରେ ମଧ୍ୟ ଅଭିନବ ବୋଲି ଡା. ବିଶ୍ବାସ ସୂଚନା ଦେଇଛନ୍ତି।
ଏମ୍ସ ଭୁବନେଶ୍ୱରର ଏହି ଇ-ପେମେଣ୍ଟ ବ୍ୟବସ୍ଥାର ଲାଭ ପାଇବାକୁ ହେଲେ ଜଣେ ବ୍ୟକ୍ତିଙ୍କୁ ନିଜ ମୋବାଇଲରେ କିଛି ପ୍ରକ୍ରିୟା ଅନୁସରଣ କରିବାକୁ ପଡ଼ିବ। ପ୍ରଥମ ସୋପାନରେ ବ୍ୟକ୍ତିଙ୍କୁ ଗୁଗଲ୍‌ ପ୍ଲେ ଷ୍ଟୋର୍‌ରୁ ଏମ୍ସ ଭୁବନେଶ୍ୱର ସ୍ବାସ୍ଥ୍ୟ ଆପ୍‌ ଡାଉନ୍‌ଲୋଡ୍‌ କରିବାକୁ ପଡ଼ିବ। ଦ୍ୱିତୀୟ ପର୍ଯ୍ୟାୟରେ ତାଙ୍କୁ ପଞ୍ଜୀକୃତ ମୋବାଇଲ ନମ୍ବର ସହିତ ଲଗ୍‌ଇନ୍‌ କରିବାକୁ ହେବ। ପରବର୍ତ୍ତୀ ପଦକ୍ଷେପ ସ୍ବରୂପ ହିତାଧିକାରୀଙ୍କ ମୋବାଇଲକୁ ଏକ ଓଟିପି ନମ୍ବର ଆସିବ। ଓଟିପି ନମ୍ବର ଦେବା ପରେ ସ୍ବାସ୍ଥ୍ୟ ଆପ୍‌ର ପେଜ୍‌ ମୋବାଇଲରେ ଡିସ୍‌ପ୍ଲେ ହେବ। ଏହା ପରେ ଉପଭୋକ୍ତାଙ୍କୁ ବିଲିଂ ଓ ଡିଜିଟାଲ ପେମେଣ୍ଟ ପ୍ରକ୍ରିୟା ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ଉପଭୋକ୍ତା ନିଜର ସୁବିଧା ଅନୁଯାୟୀ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ଚୟନ କରିବେ। ପେମେଣ୍ଟ ପ୍ରକ୍ରିୟା ସରିବା ପରେ ଏକ ରସିଦ ପ୍ରଦର୍ଶିତ ହେବ, ଯାହାକୁ ଡାଉନଲୋଡ୍‌ କରି ପରବର୍ତ୍ତୀ ବ୍ୟବହାର ପାଇଁ ରଖିପାରିବେ। ରୋଗୀ ନିଜେ କିମ୍ବା ସମ୍ପର୍କୀୟଙ୍କ ମାଧ୍ୟମରେ ଏହି ଡିଜିଟାଲ୍‌ ପେମେଣ୍ଟ କରିପାରିବେ ବୋଲି ସୂଚନା ଦିଆଯାଇଛି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମେଡିକାଲ ଅଧୀକ୍ଷକ ଡା. ଦିଲୀପ କୁମାର ପରିଡ଼ା, ଭାରପ୍ରାପ୍ତ ଡିଡିଏ ଡା. ରଶ୍ମି ରଞ୍ଜନ ସେଠୀ, ଆଇଟି ଚେୟାରମ୍ୟାନ୍‌ ଡା. ମନୋଜ କୁମାର ମହାନ୍ତି ଓ ଆଇଟି ବିଭାଗର ସଦସ୍ୟମାନେ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, ଏମ୍ସ ଭୁବନେଶ୍ୱରକୁ ଦୈନିକ ୪ହଜାରରୁ ଉର୍ଦ୍ଧ୍ୱ ରୋଗୀ ଚିକିତ୍ସା ସେବା ନିମନ୍ତେ ଆସୁଛନ୍ତି। ପ୍ରବଳ ଭିଡ଼ ଓ ସୁବିଧା ତଥା ତ୍ୱରିତ ଚିକିତ୍ସା ସେବା ଯୋଗାଇ ଦେବାକୁ ପେପରଲେସ ଅଫିସ୍‌ ନିମନ୍ତେ ଏମ୍ସ ଭୁବନେଶ୍ୱର ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛି। କିଛିଦିନ ତଳେ ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଇ-ଅଫିସ୍‌ ବ୍ୟବସ୍ଥାର ପ୍ରଚଳନ କରିସାରିଛି। ଏବେ ଆରମ୍ଭ ହୋଇଥିବା ଇ-ପେମେଣ୍ଟ ବ୍ୟବସ୍ଥାର ବ୍ୟାପକ ପ୍ରଚଳନ ନିମନ୍ତେ ଏମ୍ସ ପକ୍ଷରୁ ସମସ୍ତଙ୍କୁ ସଚେତନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri