ଖର୍ଚ୍ଚ କମାଇବ ଇ-ମୋଡ୍‌

ଭୁବନେଶ୍ୱର,୨ା୧(ବ୍ୟୁରୋ): ରାଜ୍ୟ ସରକାର ପ୍ରଶାସନିକ କାର୍ଯ୍ୟକୁ ସମ୍ପୂର୍ଣ୍ଣ କାଗଜମୁକ୍ତ କରିବାକୁ ଲକ୍ଷ୍ୟ ରଖି ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ପ୍ରଶାସନିକ ଚିଠିପତ୍ର ଇଲେକ୍ଟ୍ରୋନିକ ମୋଡ୍‌ରେ କରାଯାଉଥିବା ବେଳେ ମାନୁଆଲ ବଜେଟ ବଦଳରେ ଇ-ବଜେଟ କାର୍ଯ୍ୟକାରୀ କରିଛନ୍ତି। କେବଳ ସେତିକି ନୁହେଁ, ବିଧାନସଭାର ପ୍ରଶ୍ନୋତ୍ତର, ବିଭିନ୍ନ କମିଟି ରିପୋର୍ଟ, ବାର୍ଷିକ ରିପୋର୍ଟ ଇତ୍ୟାଦି ମଧ୍ୟ ଇଲେକ୍ଟ୍ରୋନିକ ଜରିଆରେ ସମ୍ପାଦନ ହେଉଛି। ଏବେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରକାଶିତ ହେଉଥିବା ବିଭିନ୍ନ ଗେଜେଟଗୁଡ଼ିକ ଆଉ ପୁସ୍ତକ ଆକାରରେ ଛପା ହବ ନାହିଁ। ପ୍ରୋସେସିଂଠାରୁ ଆରମ୍ଭକରି ଚୂଡ଼ାନ୍ତ ଗେଜେଟ କ୍ୟୁ-ଆର୍‌ କୋଡ୍‌ରେ ବାହାରିବ। ଏ ନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହାଦ୍ୱାରା ରାଜ୍ୟ ସରକାରଙ୍କ କାଗଜ ଓ ଏ ବାବଦରେ ହେଉଥିବା ଅନ୍ୟାନ୍ୟ ଖର୍ଚ୍ଚ ହ୍ରାସ ପାଇବ। ବିଭାଗଗୁଡ଼ିକ ଇ-ଗେଜେଟକୁ କ୍ୟୁ-ଆର୍‌ କୋଡ୍‌ ବ୍ୟବହାର କରି ପାଇପାରିବେ ଓ ଆବଶ୍ୟକ ସ୍ଥଳେ ଛପାଇ ପାରିବେ। ଇ-ଗେଜେଟ ଡିଜିଟାଲ ପ୍ଲାଟ୍‌ଫର୍ମରେ ସହଜରେ ଉପଲବ୍ଧ ହେବ। କ୍ୟୁ-ଆର୍‌ କୋଡ୍‌ ଜରିଆରେ ଇ-ଗେଜେଟ୍‌କୁ ଡାଉନଲୋଡ୍‌ କରିହେବ। ଆସନ୍ତା ଫେବୃୟାରୀରୁ ସେସବୁ ଇ-ଗେଜେଟ କାର୍ଯ୍ୟକାରୀ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିବହନ ବିଭାଗ ଦ୍ୱାରା ନିଆଯାଉଥିବା ଏଭଳି ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଇ-ଗେଜେଟ କାଗଜମୁକ୍ତ ହେବା ସହ ପରିବେଶ ଅନୁକୂଳ ହୋଇପାରିବ। ଏହା ଉଭୟ ଜନସାଧାରଣ ଏବଂ ବିଭାଗଗୁଡ଼ିକ ମଧ୍ୟରେ ସ୍ବଚ୍ଛତା ରକ୍ଷା କରିବାରେ ସହାୟକ ହୋଇପାରିବ। ଏଥିସହିତ ଇଲେକ୍ଟ୍ରୋନିକ ମୋଡ୍‌ର ବହୁଳ ବ୍ୟବହାର ଫଳରେ ଜନସାଧାରଣଙ୍କୁ ସରକାରୀ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ିବାକୁ ପଡ଼ିବ ନାହିଁ। ସରକାରଙ୍କ ୫-ଟି କାର୍ଯ୍ୟକ୍ରମର ଏହା ହେଉଛି ମୂଳ ଲକ୍ଷ୍ୟ। ଜନସାଧାରଣ ହେଉଛନ୍ତି ମାଲିକ। ସେମାନେ ପ୍ରତ୍ୟେକ ଯୋଜନାର ମୂଳ ଆଧାର ମୁଖ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଇ-ଗେଜେଟ ପ୍ରସ୍ତୁତି ଦିଗରେ କାର୍ଯ୍ୟ ଜାରି ରହିଛି। ଆସନ୍ତା ଫେବୃୟାରୀ ସୁଦ୍ଧା ଇ-ଗେଜେଟ ପ୍ରକ୍ରିୟା ଶେଷ ହେବ ବୋଲି ବିଭାଗୀୟ ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ କହିଛନ୍ତି। ଏଥିସହିତ ୨୦୨୨ ଜାନୁୟାରୀ ପହିଲାରୁ ଡ୍ରାଇଭିଂ ଲାଇସେନ୍ସ(ଡିଏଲ) ଓ ଗାଡ଼ି କାଗଜପତ୍ର ସ୍ମାର୍ଟକାର୍ଡ ବଦଳରେ ଅନ୍‌ଲାଇନ ମୋଡ୍‌ରେ ବିଭାଗ ପକ୍ଷରୁ ଆରମ୍ଭ କରାଯାଇଛି। ଜନସାଧାରଣ ଡିଏଲ୍‌ ଏବଂ ଅନ୍ୟାନ୍ୟ ଯାନବାହନ ସମ୍ପର୍କିତ କାଗଜପତ୍ର ପାଇଁ ଆଉ ପରିବହନ କାର୍ଯ୍ୟାଳୟକୁ ଦୌଡ଼ିବେ ନାହିଁ କିମ୍ବା ଖର୍ଚ୍ଚାନ୍ତ ହେବେ ନାହିଁ। ସମସ୍ତ ଡକ୍ୟୁମେଣ୍ଟ ଅନ୍‌ଲାଇନ ମୋଡ୍‌ରେ ଉପଲବ୍ଧ ହେବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ପ୍ରଥମ ଥର ପାଇଁ ୨୦୨୦-୨୧ ଆର୍ଥିକବର୍ଷର ବଜେଟକୁ କାଗଜବିହୀନ (ପେପରଲେସ୍‌) ଇ-ବଜେଟ ଆକାରରେ ଉପସ୍ଥାପନ କରିଥିଲେ । ଏହି ଇ-ବଜେଟ ଦ୍ୱାରା ୨ହଜାର ଗଛ କଟାରୁ ରକ୍ଷା ପାଇବା ସହ ୧.୫ କୋଟି କାଗଜ ପୃଷ୍ଠାକୁ ବଞ୍ଚାଯାଇ ପାରିଲା ବୋଲି ୨୦୨୧ ଫେବୃୟାରୀ ୨୧ରେ ବିଧାନସଭାରେ ବଜେଟ ଉପସ୍ଥାପନ କଲାବେଳେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ। ଗତ ଶୀତ ଅଧିବେଶନରେ ମଧ୍ୟ ବଜେଟ ସମେତ ସମସ୍ତ କାଗଜପତ୍ରକୁ ବାଦ୍‌ ଦିଆଯାଇ ଇ-ବିଧାନସଭାରେ ପରିଣତ କରାଯାଇଛି। ଇଲେକ୍ଟ୍ରୋନିକ ପ୍ଲାଟ୍‌ଫର୍ମ ବ୍ୟବହାର କାର୍ଯ୍ୟକୁ ସହଜ କରିବା ସହ ଅଯଥା ଅପଚୟକୁ ରୋକିବାରେ ସହାୟକ ହେଉଛି। ସରକାରୀ ଯୋଜନା ଓ ଜନସେବା ସମ୍ପର୍କିତ ସମସ୍ତ ତଥ୍ୟ ଇଲେକ୍ଟ୍ରୋନିକ ମୋଡ୍‌ରେ ଉପଲବ୍ଧ ହେଉଥିବାରୁ ଏହା ଜନସାଧାରଣଙ୍କୁ ଖର୍ଚ୍ଚ ଓ ସମୟ ଅପଚୟରୁ ରକ୍ଷା କରିପାରିବ। ଇଲେକ୍ଟ୍ରୋନିକ ମୋଡ୍‌ ସରକାରୀ କାର୍ଯ୍ୟ ସମ୍ପର୍କରେ ମତ ଦେଇ ଆଇଟି ଛାତ୍ର ପ୍ରତିମ ନାୟକ କହିଛନ୍ତି ଯେ ଏହା ଏକ ଉତ୍ତମ ବ୍ୟବସ୍ଥା। ମାତ୍ର ଏଥିପାଇଁ ସମସ୍ତ ସ୍ଥାନରେ ଇଣ୍ଟରନେଟ ବ୍ୟବସ୍ଥା ହେବା ଦରକାର। ଦୁର୍ବଳ ଭିିତ୍ତିଭୂମି ଯୋଗୁ ଏହି ବ୍ୟବସ୍ଥାରେ ଲୋକମାନେ ଫାଇଦା ଉଠାଇପାରୁ ନାହାନ୍ତି। ଇଣ୍ଟରନେଟ ବ୍ୟବସ୍ଥାକୁ ନିରବଚ୍ଛିନ୍ନ ଓ ବ୍ୟାପକ କରାଗଲେ ଜନସାଧାରଣ ଏହାର ଫାଇଦା ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri