ଇ-ସିଗାରେଟ ନିଶାରେ ବିଟ୍ରେନ ପିଲା: କଠୋର ପଦକ୍ଷେପ ନେଲେ ସୁନକ…

ଲଣ୍ଡନ,୩୦।୫ : ଇ-ସିଗାରେଟ ଦ୍ୱାରା ହୋଇଥିବା କ୍ଷତି କାହାଠାରୁ ଲୁକ୍କାୟିତ ନୁହେଁ। ତଥାପି ଛୋଟ ପିଲାମାନେ ଏହାକୁ ବ୍ୟବହାର କରୁଛନ୍ତି। ଏହା ଭାରତରେ ନିଷେଧ। ଏବେ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ମଧ୍ୟ ଏହା ବିରୋଧରେ କଠୋର ପଦକ୍ଷେପ ନେବାକୁ ଯାଉଛନ୍ତି। ମଙ୍ଗଳବାର ସେ କହିଚନ୍ତି ମୋ ଝିଅମାନଙ୍କର ବୟସ ୧୦ ଏବଂ ୧୨ ବର୍ଷ ଏବଂ ମୁଁ ଚାହେଁ ନାହିଁ ମାର୍କେଟିଂ, ପ୍ରଚାର ଏବଂ ବିକ୍ରୟ ଦ୍ୱାରା ସେମାନେ ଇ-ସିଗାରେଟ ପ୍ରତି ଆକର୍ଷିତ ହୁଅନ୍ତୁ। ଏହା ବିରୋଧରେ ଖୁବ ଶୀଘ୍ର କଠୋର ନିୟମ ଲାଗୁ ହେବ।

ମାର୍କେଟିଂ ନିୟମକୁ ମଜବୁତ କରିବାକୁ ସେ ସ୍ଥିର କରିଛନ୍ତି ବୋଲି ଋଷି ସୁନକ କହିଛନ୍ତି। ଇ-ସିଗାରେଟ ସମ୍ବନ୍ଧରେ ଏକ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି, ଯେଉଁଥିରେ କୁହାଯାଇଛି ଇ-ସିଗାରେଟରେ ଉଚ୍ଚ ସ୍ତରର ସୀସା ରହିଥାଏ ଯାହା ମସ୍ତିଷ୍କର ବିକାଶ ଉପରେ ପ୍ରଭାବ ପକାଇବାର ଆଶଙ୍କା ରହିଥାଏ। ୧୮ ବର୍ଷରୁ କମ ପିଲାମାନଙ୍କୁ ଏହା ବିକ୍ରୟ କରିବା ବେଆଇନ ।

ଏହି କାରଣରୁ ମୁଁ ଆଜି ପିଲାମାନଙ୍କ ସୁରକ୍ଷା ପାଇଁ ଇ-ସିଗାରେଟ ଉପରେ କଟକଣା ଆରମ୍ଭ କରୁଛି ଏବଂ ପିଲାମାନଙ୍କ ହାତରେ ଇ-ସିଗାରେଟ ଧରାଉଥିବା କମ୍ପାନୀ ତଥା ଅନଲାଇନ ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ ମୁଁ କାର୍ଯ୍ୟ ଆରମ୍ଭ କରୁଛି ବୋଲି ସେ କହିଛନ୍ତି। ବ୍ରିଟେନ ସରକାର ଏହା ମଧ୍ୟ ଘୋଷଣା କରିଛନ୍ତି ଖୁଚୁରା ବ୍ୟବସାୟୀମାନେ ୧୮ ବର୍ଷରୁ କମ ବୟସର ଲୋକଙ୍କୁ ନିକୋଟିନ ମୁକ୍ତ ଏହି ସିଗାରେଟ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବେ।

ଶିଶୁ ଧୂମପାନ ଦ୍ରୁତ ବୃଦ୍ଧିରେ ମୁଁ ଚିନ୍ତିତ ଏବଂ ସ୍କୁଲ ପିଲାମାନଙ୍କ ହାତରେ ସୀସା ଥିବା ବେଆଇନ ଇ-ସିଗାରେଟ ଖବର ମୋତେ ଆଶ୍ଚର୍ଯ୍ୟ କରିଛି। ସେଥିପାଇଁ ମୁଁ ଆଜି ଏହି କାର୍ଯ୍ୟାନୁଷ୍ଠାନ ସହିତ ଆମ ପିଲାମାନଙ୍କୁ ବେଆଇନ ଭାବେ ଟାର୍ଗେଟ କରୁଥିବା ସଂସ୍ଥାଗୁଡ଼ିକୁ ଦମନ କରିବା ପାଇଁ ଆଜି ଅଧିକ ପଦକ୍ଷେପ ନେଉଛି।

କ୍ଲମ୍ପ ଡାଉନ ୨୦୨୧ର ସର୍ବଶେଷ ଜାତୀୟ ସ୍ବାସ୍ଥ୍ୟ ସେବା ଆକଳନ ଅନୁଯାୟୀ, ୧୧ ରୁ ୧୫ ବର୍ଷ ବୟସ୍କଙ୍କ ମଧ୍ୟରୁ ନଅ ପ୍ରତିଶତ ପିଲା ଇ-ସିଗାରେଟ ବ୍ୟବହାର କରୁଛନ୍ତି, ଯାହା ୨୦୧୮ରେ ଛଅ ପ୍ରତିଶତରୁ ଅଧିକ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଇରାନର ବଡ଼ ଦାବି, ମିଶାଇଲ୍ ଆଟାକରେ ଦୁଇଖଣ୍ଡ ହେଲା ଆମେରିକାର AWACS

ନୂଆଦିଲ୍ଲୀ,୨୯।୩: ଇରାନ ରବିବାର ଦିନ ସାଉଦି ଆରବରେ ଥିବା ଏକ ଆମେରିକୀୟ ଏୟାରବେସ୍ ଉପରେ ମିଶାଇଲ୍ ଏବଂ ଡ୍ରୋନ ଆଟାକ୍ କରିଛି । ଏହି ଆକ୍ରମଣରେ ଆମେରିକୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri