ସରକାରଙ୍କ ବଡ଼ ଘୋଷଣା, ଅନ୍‌ଲାଇନରେ ହେବନି…

କଟକ,୨୮।୧୨(କାର୍ତ୍ତିକ ସାହୁ): ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ମୋଟରଯାନ ନିୟମ ଉଲ୍ଲଂଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଅଫ୍‌ଲାଇନରେ ଗ୍ରହଣ କରାଯିବ। ଏ ନେଇ ସମସ୍ତ ଆର୍‌ଟିଓଙ୍କୁ ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ)ଙ୍କ ଦ୍ୱାରା ନିର୍ଦ୍ଦେଶ ଜାରି କରାଯାଇଛି। ଇ-ଚାଲାଣ ଅର୍ଥ ପୈଠ ବେଳେ ଓଟିପି ସମସ୍ୟା ନେଇ ଅଭିଯୋଗ କରୁଥିବା ଜନସାଧାରଣଙ୍କ ଦାବି ତଥା ଦୁର୍ୱଳ ଇଣ୍ଟରନେଟ ଥିବା ଅଞ୍ଚଳର ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ତେବେ ପୂର୍ୱଭଳି ଅନ୍‌ଲାଇନରେ ମଧ୍ୟ ଇ-ଚାଲାଣ ପୈଠ କରାଯାଇପାରିବ। ପରିବହନ ବିଭାଗ (mParivahan) ଆପ୍ଲିକେଶନ ଏବଂ https://echallan.parivahan.gov.in/ରେ ମଧ୍ୟ ଇ-ଚାଲାଣ ପୈଠ କରିହେବ। ଲୋକମାନେ ଇ-ଚାଲାଣ ଅର୍ଥ ପୈଠ ବେଳେ କୌଣସି ଅସାଧୁ ବ୍ୟକ୍ତି କିମ୍ୱା ସାଇବର ହ୍ୟାକରଙ୍କଠାରୁ ସତର୍କ ରହିବାକୁ ଏସଟିଏ ପକ୍ଷରୁ ପରାମର୍ଶ ଦିଆଯାଇଛି। କେବଳ ପରିବହନ ବିଭାଗର ୱେବ୍‌ସାଇଟ, ଆପ୍ଲିକେଶନ କିମ୍ୱା ଆର୍‌ଟିଓରେ ଅର୍ଥ ପୈଠ ପାଇଁ ଏସଟିଏ ଦ୍ୱାରା ପରାମର୍ଶ ଦିଆଯାଉଛି। ସାଧୁତା, ସ୍ୱଚ୍ଛତା ଏବଂ ଜନସାଧାରଣଙ୍କ ସୁବିଧା ପାଇଁ ପୂର୍ୱରୁ ଅନ୍‌ଲାଇନରେ ଅର୍ଥ ପୈଠ ପାଇଁ ବ୍ୟବସ୍ଥା ହୋଇଥିଲା। ତେବେ ଅଫ୍‌ଲାଇନ ବ୍ୟବସ୍ଥାରେ ମଧ୍ୟ ଅର୍ଥ ଗ୍ରହଣ ପାଇଁ ଗତ କିଛିଦିନ ଧରି ଜନସାଧାରଣ ଦାବି କରି ଆସୁଛନ୍ତି। ଜନସାଧାରଣଙ୍କ ଏହି ଦାବିକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି।
ସୂଚନାନୁସାରେ, ରାଜ୍ୟର ସମସ୍ତ ଆର୍‌ଟିଓ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ଭାବେ ଅଧିକାରୀଙ୍କୁ ଇ-ଚାଲାଣ ଅର୍ଥ ଗ୍ରହଣ ପାଇଁ ଦାୟିତ୍ୱ ପ୍ରଦାନ କରାଯିବ। କେବଳ ଗାଡ଼ି ମାଲିକ କିମ୍ୱା ଖିଲାପକାରୀଙ୍କଠାରୁ ସକ୍ରିୟ ବକେୟା ଇ-ଚାଲାଣ ବାବଦରେ ଅର୍ଥ ଗ୍ରହଣ କରାଯିବ। ଇ-ଚାଲାଣ ଗ୍ରହଣ ପରେ ରସିଦ ପ୍ରଦାନ କରାଯିବ ଏବଂ ଅର୍ଥ ପୈଠ ହେଲା ବୋଲି ଅନଲାଇନରେ ମଧ୍ୟ ଅପଡେଟ ହେବ। ଇ-ଚାଲାଣ ବାବଦରେ ଗ୍ରହଣ କରାଯାଇଥିବା ସମସ୍ତ ଅର୍ଥ ରାଶି ପରବର୍ତ୍ତୀ କାର୍ଯ୍ୟ ଦିବସରେ ସରକାରୀ କୋଷାଗାରରେ ଜମା କରାଯିବ। ଅଫ୍‌ଲାଇନ ବ୍ୟବସ୍ଥାରେ ସାଧୁତା ଏବଂ ପାରଦର୍ଶିତାକୁ ସର୍ୱୋତ୍ତମ ପ୍ରାଧାନ୍ୟ ସହ ଜନସାଧାରଣଙ୍କୁ ଉତ୍ତମ ସହାୟତା ପ୍ରଦାନ ପାଇଁ ଆର୍‌ଟିଓମାନଙ୍କୁ ଏସ୍‌ଟିଏ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଭୁବନେଶ୍ୱର,୨୮।୧୨ (ସୁନିତ୍‌ ମିଶ୍ର): ଏଣିକି ସବୁ ଗାଡ଼ିରେ ଗ୍ରୀନ୍‌ ଷ୍ଟିକର ଲଗାଇବାକୁ ପଡ଼ିବ। ଏହି ନିୟମକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିବାକୁ ଯାଉଛନ୍ତି। ଯେଉଁ ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ର ଥିବ ସେମାନଙ୍କୁ ହିଁ ଗ୍ରୀନ୍‌ ଷ୍ଟିକର ଲଗାଇବାକୁ ମିଳିବ ବୋଲି ଶନିବାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି)ର ଅବଧି ଶେଷ ହୋଇଯାଇଥିବା ଗାଡ଼ିଗୁଡ଼ିକୁ ୧୦ ହଜାର ଟଙ୍କା ଲେଖାଏ ଜରିମାନା କାଟିବା ବିଭାଗ ପକ୍ଷରୁ ଆରମ୍ଭ କରାଯାଇଥିଲା। ବାଟରେ ଗାଡ଼ିର କାଗଜପତ୍ର ଯାଞ୍ଚ ନ କରି ବିଭିନ୍ନ ଟୋଲ୍‌ଗେଟ୍‌ରେ ଲାଗିଥିବା କ୍ୟାମେରା ଜରିଆରେ ଯେଉଁ ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ର ନ ଥିଲା, ସେମାନଙ୍କର ଜରିମାନା ମନକୁ ମନ କଟିଗଲା। ଫଳରେ ଲୋକେ ଏକପ୍ରକାର ଭୟଭୀତ ହୋଇଗଲେ। ସିଧାସଳଖ ୧୦ ହଜାର ଟଙ୍କା ଜରିମାନାର ପ୍ରଭାବ ଏପରି ପଡ଼ିଲା ଯେ ମାଲିକମାନେ ଏହାପରଠାରୁ ପ୍ରଦୂଷଣ ଟେଷ୍ଟିଂ ସେଣ୍ଟର ଆଗରେ ଲାଇନ ଲଗାଇଲେ। ଏହାସହ ଲୋକଙ୍କ ନିକଟରୁ ବିଭିନ୍ନ ପ୍ରକାର ଅଭିଯୋଗ ମଧ୍ୟ ସାଧାରଣରେ ପ୍ରକାଶ ପାଇଲା। ଫଳରେ ସରକାର ଏହି କଡ଼ାକଡ଼ି ଯାଞ୍ଚ ପ୍ରକ୍ରିୟାକୁ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧିକଲେ। ଏବେ ସରକାରଙ୍କ ପକ୍ଷରୁ ଏହାକୁ ନେଇ ଏକ ବଡ଼ ଘୋଷଣା କରାଯାଇଛି। ୨୦୨୬ ଫେବୃଆରୀରୁ ଗାଡ଼ିରେ ଗ୍ରୀନ୍‌ ଷ୍ଟିକର ଲଗାଇବା ବାଧ୍ୟତାମୂଳକ ହେବ ବୋଲି ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି, ପ୍ରଦୂଷଣ ପ୍ରମାଣପତ୍ର ଥିବା ଗାଡ଼ିରେ ଫେବୃଆରୀରୁ ଗ୍ରୀନ୍‌ ଷ୍ଟିକର ଲାଗିବ। ମୋଟର ଭେହିକଲ ଆକ୍ଟ ଅନୁସାରେ ଗାଡ଼ି ମାଲିକମାନେ ସବୁ ପ୍ରମାଣପତ୍ର ରଖିବା ବାଧ୍ୟତାମୂଳକ ହେବ। ପିୟୁସିସି ନ ଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାସହ ୨୦୧୯ରେ ଯେଉଁ ଫାଇନ୍‌ ବଢ଼ାଯାଇଛି ତାହା କିପରି କୋହଳ କରାଯାଇପାରିବ ସେଥିପାଇଁ ତର୍ଜମା କରାଯିବ ବୋଲି ସେ କହିଛନ୍ତି। ସବୁଠୁ ବଡ଼ କଥା ହେଉଛି ଉଭୟ ନୂଆ ପୁରୁଣା ଗାଡ଼ିକୁ ପ୍ରଦୂଷଣ ପ୍ରମାଣପତ୍ର ମିଳୁଛି। ତାହାର ତର୍ଜମା କଡ଼ାକଡ଼ି ଭାବେ କରାଯିବ। ଅନ୍ୟପଟେ ପରିବହନ ବିଭାଗ ପକ୍ଷରୁ ଗ୍ରୀନ୍‌ ଷ୍ଟିକର ଯୋଗାଇ ଦିଆଯିବ। ସଡ଼କ ସୁରକ୍ଷା ମାସ ଆସୁଥିବାରୁ ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚ କୋହଳ କରାଯାଇଛି। ୨୦୧୯ରେ ଯେଉଁ ଫାଇନ୍‌ ବଢ଼ାଯାଇଛି କୋହଳ କରିବାକୁ ସବୁ ଦିଗରୁ ତର୍ଜମା କରାଯାଉଛି। ଅନ୍ୟ ରାଜ୍ୟରେ ସବୁ ଫାଇନ୍‌ କମ୍‌ ରହିଛି, ସେସବୁ ଦିଗରୁ ଓଡ଼ିଶା କ୍ଷେତ୍ରରେ ପର୍ଯ୍ୟାଲୋଚନା ଚାଲିଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri