Posted inଖେଳ

ପୁଣି ଚର୍ଚ୍ଚାରେ ଦୂତୀ-ସରସ୍ବତୀ କଳି

ଭୁବନେଶ୍ୱର, ୨୬।୯(ସ୍ପୋଟର୍‌ସ ବ୍ୟୁରୋ): ରାଜ୍ୟର ଦୁଇ ତାରକା ଆଥଲେଟ୍‌ ତଥା ଦୁଇ ଭଉଣୀ ଦୂତୀ ଚାନ୍ଦ ଓ ସରସ୍ବତୀ ଚାନ୍ଦଙ୍କ ମଧ୍ୟରେ ସୋସିଆଲ ମିଡିଆରେ କଳି ଏବେ ପୁଣି ଚର୍ଚ୍ଚାରେ ରହିଛି। ବ୍ୟକ୍ତିଗତ ଏବଂ ପାରିବାରିକ କାରଣରୁ ଦୁଇଜଣଙ୍କ ମଧ୍ୟରେ କଳି ଯଦିଓ ନୂଆ କଥା ନୁହେଁ, ତେବେ ଏଥର ଅତ୍ୟନ୍ତ ଅରୁଚିକର ପୋଷ୍ଟ ଓ୍ବାର ଏବଂ ଚରିତ୍ର ସଂହାର ସାନି ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି। ଦୂତୀ ଏବେ ଏକ ଜାତୀୟ ଟେଲିଭିଜନ ଚ୍ୟାନେଲରେ ପ୍ରସାରିତ ‘ଝଲକ ଦିଖ୍‌ଲାଜା’ ଶୋ’ରେ ଅଂଶଗ୍ରହଣ କରି ଜଜ୍‌ଙ୍କ ମନ ଜିତିଛନ୍ତି ଏବଂ ପ୍ରଶଂସା ମଧ୍ୟ ସାଉଁଟିଛନ୍ତି। ଏହାକୁ କିନ୍ତୁ ଟାର୍ଗେଟ କରିଛନ୍ତି ବଡ଼ ଭଉଣୀ ସରସ୍ବତୀ।

ନାଚରୁ ଦୂତୀକୁ କ’ଣ ମିଳିଲା, ଓଡ଼ିଶା ସ୍ପୋଟର୍‌ସକୁ କ’ଣ ମିଳିଲା, ଦୂତୀଙ୍କ କୋଚ୍‌ଙ୍କୁ କ’ଣ ମିଳିଲା। ଦୂତୀ କେତେମାସ ଧରି ନାଚ ଅଭ୍ୟାସ କରୁଥିଲା, ସେହି ସମୟ ମଧ୍ୟରେ ଅଭ୍ୟାସ କିପରି କରୁଥିଲା, ଏଥିରୁ କେତେଟଙ୍କା ମିଳିଲା ଆଦି ପୋଷ୍ଟ କରିବା ସହ ଦୂତୀଙ୍କ ସ୍ପୋଟର୍‌ସ କ୍ୟାରିୟର ଶେଷ ହୋଇଗଲା। ଶସ୍ତା ଲୋକପ୍ରିୟତା ପାଇଁ ସେ ଏବେ ମନି ଓ ମୋନାଲିସାଙ୍କ ପଛରେ ପଡ଼ିଛନ୍ତି। ବାପା-ମା’ଙ୍କ ମଥା ଛୋଟ କରିବାକୁ ଚେଷ୍ଟା କରିବୁ ତ.. ତୋତେ ସ୍ପଏଲ୍‌ କରିଦେବି ବୋଲି ଉଲ୍ଲେଖ କରିଛନ୍ତି।

ଜବାବରେ ଦୂତୀ ସରସ୍ବତୀଙ୍କ ଚରିତ୍ର ସଂହାର କରିବା ସହ ‘ତୁ ବହୁତ କହିଲୁଣି, ମୁଁ ବହୁ ସହିଲିଣି, ଯଦି ଖୁସିରେ ବଞ୍ଚତ୍ବାର ଅଛି ତେବେ ସୁଧୁରିଯା, ନ ହେଲେ ତୋର କ’ଣ କରିବି ଭଲଭାବେ ଜାଣିଛୁ’ ବୋଲି ଉତ୍ତର ରଖିଛନ୍ତି। ଦୂତୀ ଓ ସରସ୍ବତୀ ରାଜ୍ୟର ଯେ ଦୁଇଜଣ ତାରକା ଆଥ୍‌ଲେଟ ଏଥିରେ ଦ୍ୱିମତ ନାହିଁ। ଦୂତୀ ୨ ଥର ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ ସହ ଏସିଆନ ଗେମ୍ସ ସମେତ ଅନ୍ତର୍ଜାତୀୟସ୍ତରରେ ଅନେକ ପଦକ ହାସଲ କରି ରାଜ୍ୟର ଗୌରବ ବଢ଼ାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଅଲରାଉଣ୍ଡର କାମେରନ ଗ୍ରୀନଙ୍କୁ ନେଇ ମୁହଁ ଖୋଲିଲା କ୍ରିକେଟ ଅଷ୍ଟ୍ରେଲିଆ

ମୁମ୍ୱାଇ,୩୦ା୩: ଅଷ୍ଟ୍ରେଲିଆନ ଅଲରାଉଣ୍ଡର କାମେରନ ଗ୍ରୀନ ଚଳିତ ଆଇପିଏଲ୍‌ର ପ୍ରାରମ୍ଭିକ କିଛି ମ୍ୟାଚ୍‌ରେ କେବଳ ଜଣେ ବ୍ୟାଟର ଭାବେ ଖେଳିବେ। ଏ ନେଇ କ୍ରିକେଟ ଅଷ୍ଟ୍ରେଲିଆ(ସିଏ) ପକ୍ଷରୁ…

ରାଜସ୍ଥାନ-ଚେନ୍ନାଇ ମହାମୁକାବିଲା, ଟସ୍‌ ଜିତିଲା ରାଜସ୍ଥାନ

ଗୌହାଟି,୩୦।୩: ଗୌହାଟିର ବରସାପାରା କ୍ରିକେଟ ଷ୍ଟାଡିୟମରେ IPL 2026ର ସୋମବାର ଖେଳାଯାଉଥିବା ତୃତୀୟ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତି ନେଇଛି। ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri