ଡ୍ୟୁରୋଫ୍ଲେକ୍ସର ଅନନ୍ୟ ଡିଜିଟାଲ ଅଭିଯାନ

ନୂଆଦିଲ୍ଲୀ,୧୬।୩: ଭାରତର ଶୟନ ବିଶାରଦ ‘ଡ୍ୟୁରୋଫ୍ଲେକ୍ସ’ ପକ୍ଷରୁ ବିଶ୍ୱ ନିଦ୍ରା ଦିବସ ଅବସରରେ ଏକ ଅନନ୍ୟ ଡିଜିଟାଲ ଅଭିଯାନ ‘ଇଣ୍ଡିଆସ ସ୍ଲିପିଏଷ୍ଟ ପେଜ୍‌’ (ଭାରତର ନିଦ୍ରାଚ୍ଛନ୍ନ ପୃଷ୍ଠ) ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଏକ ଉତ୍ତମ ନିଦ୍ରାଭ୍ୟାସକୁ ଆପଣେଇବାର ବାର୍ତ୍ତା ପ୍ରଚାର ପ୍ରସାରରେ ସହାୟତା କରିବାକୁ କମ୍ପାନୀ ପକ୍ଷରୁ ଭାରତୀୟ ଫୁଟ୍‌ବଲ ଖେଳାଳି ସୁନୀଲ ଛେତ୍ରୀଙ୍କ ସହ ଏକ ସହଭାଗିତା କରିଥିବା ଜଣାପଡ଼ିଛି।
ଏ ସମ୍ପର୍କରେ ଡ୍ୟୁରୋଫ୍ଲେକ୍ସର ସିଇଓ ମୋହନରାଜ.ଜେ କହିଛନ୍ତି, ପ୍ରତ୍ୟେକେ ଉତ୍ତମ ନିଦ୍ରା ଯିବାକୁ ଚାହାନ୍ତି। ତେବେ ଅଧିକାଂଶ ଗଭୀର ନିଦ୍ରାରେ ଶୋଇବା ନିମନ୍ତେ ସହାୟତା ଆବଶ୍ୟକ କରୁଛନ୍ତି। ଭାରତର ନିଦ୍ରା ପ୍ରଶିକ୍ଷକ ଭାବେ ଚଳିତ ବର୍ଷ ବିଶ୍ୱ ନିଦ୍ରା ଦିବସ ଅବସରରେ ଆମେ ଇଣ୍ଡିଆସ୍‌ ସ୍ଲିପିଏଷ୍ଟ ପେଜ୍‌ ଭଳି ଏକ ଅନନ୍ୟ ପ୍ରୟାସ ଆରମ୍ଭ କରିଛୁ, ଯାହା ଭାରତକୁ ଉତ୍ତମ ଶୟନ ଶୈଳୀ ଆପଣେଇବା ଏବଂ ଶୟନ କ୍ଷେତ୍ରରେ ରହୁଥିବା କୌଣସି ଶୂନ୍ୟସ୍ଥାନ ପୂରଣ କରିବା ଦିଗରେ ଆମ ପ୍ରୟାସର ପ୍ରକୃଷ୍ଟ ନିଦର୍ଶନ ହୋଇଛି। ବିଶେଷକରି ସୁନୀଲ ଛେତ୍ରୀଙ୍କ ଭଳି ଜଣେ ଖ୍ୟାତିସମ୍ପନ୍ନ କ୍ରୀଡ଼ାବିତ୍‌ଙ୍କ ସହ ସହଯୋଗିତା କରି ଆମେ ନିଜକୁ ଗାୈରବାନ୍ବିତ ମନେକରୁଛୁ, ଯିଏ ଏହି ପ୍ରଚାର ଅଭିଯାନର ମୂଳ ଲକ୍ଷ୍ୟକୁ ଆଗେଇ ନେବାରେ ଆମକୁ ସହାୟତା କରିବେ। ଏଥିସହ ଡ୍ୟୁରୋଫ୍ଲେକସ୍‌ର ୱେବ୍‌ସାଇଟ ଦେଖୁଥିବା ଗ୍ରାହକମାନେ ରାତି ସମୟରେ ଇଣ୍ଟରନେଟ୍‌ ଦେଖି କିଣାକିଣି କଲେ ତାଙ୍କୁ ‘ବିଳମ୍ବିତ ରାତିରେ କିଣାକିଣି କରିବା ପରାମର୍ଶଯୋଗ୍ୟ ନୁହେଁ’ ବୋଲି ଏକ ଉପଦେଶମୂଳକ ବାର୍ତ୍ତା ମିଳିବ। ଏଭଳି କରିବା ଦ୍ୱାରା ଡ୍ୟୁରୋଫ୍ଲକ୍ସ  ବିକ୍ରି ଅପେକ୍ଷା ଗ୍ରାହକମାନଙ୍କର ଶୟନ ସ୍ବାସ୍ଥ୍ୟକୁ ଅଗ୍ରାଧିକାର ଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: ଏପ୍ରିଲ ୧ରୁ ବଦଳୁଛି ଏହି ନିୟମ, ଜାଣନ୍ତୁ ନୂଆ…

ନୂଆଦିଲ୍ଲୀ,୨୯।୩: ଟ୍ରେନ ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରନ୍ତି ଏବଂ ଟିକେଟ କ୍ୟାନସଲ କରିବାକୁ ପଡ଼େ, ତେବେ ଭାରତୀୟ ରେଳବାଇର…

ବିପଦ ସୃଷ୍ଟି କରୁଛି ବେଆଇନ ହୋର୍ଡିଂ

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଅସୁରକ୍ଷିତ ଏବଂ ବେଆଇନ ହୋର୍ଡିଂ ବିପଦ ସୃଷ୍ଟି କରୁଛି। କାଳବୈଶାଖୀ ଯୋଗୁ ସହରର ଗାନ୍ଧୀ ଛକ ନିକଟ ଅନିତା ଲୁଗା…

ଇରାନର ବଡ଼ ଦାବି, ମିଶାଇଲ୍ ଆଟାକରେ ଦୁଇଖଣ୍ଡ ହେଲା ଆମେରିକାର AWACS

ନୂଆଦିଲ୍ଲୀ,୨୯।୩: ଇରାନ ରବିବାର ଦିନ ସାଉଦି ଆରବରେ ଥିବା ଏକ ଆମେରିକୀୟ ଏୟାରବେସ୍ ଉପରେ ମିଶାଇଲ୍ ଏବଂ ଡ୍ରୋନ ଆଟାକ୍ କରିଛି । ଏହି ଆକ୍ରମଣରେ ଆମେରିକୀୟ…

ଜେଲ୍‌ ଶୌଚାଳୟରୁ ମିଳିଲା ବିଚାରାଧୀନ କଏଦୀଙ୍କ ମୃତଦେହ, ପରିବାର ଲୋକେ ଅଭିଯୋଗ ଆଣି କହିଲେ…

ପୁରୀ,୨୯ା୩(ଅଜିତ କୁମାର ମହାନ୍ତି): ରାମଚଣ୍ଡୀ ଥାନା ଅର୍ନ୍ତଗତ ବାରଙ୍ଗସ୍ଥିତ ପୁରୀ ଜେଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ…

LPG କନେକ୍ସନ ଛାଡିଲେଣି ୬ ହଜାର ଲୋକ, ଏହି ଦିଗ ପ୍ରତି ବଢୁଛି ଆଗ୍ରହ, ଗ୍ୟାସ ସଙ୍କଟ ମଧ୍ୟରେ ସରକାର ଦେଲେ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୩: ସାରା ଦେଶରେ, ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG)ର 6,000 ଉପଭୋକ୍ତା ସ୍ବେଚ୍ଛାକୃତ ଭାବରେ ସେମାନଙ୍କର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ସଂଯୋଗ ଛାଡି ଦେଇଛନ୍ତି।…

କେନ୍ଦୁଝର ବିଜେଡିକୁ ଶକ୍ତ ଝଟକା, ୯ କାଉନସିଲରଙ୍କ ସାମୂହିକ ଇସ୍ତଫା

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି କେନ୍ଦୁଝରଗଡ ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନଙ୍କଙ୍କ ସହ ୯ ଜଣ ବିଜେଡି କାଉନସିଲର ସମୂହ ଇସ୍ତଫା ଘଟଣା ଚର୍ଚ୍ଚାର ବିଷୟ ହୋଇଛି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଲାଞ୍ଜିଗଡରେ ଅନନ୍ୟ ପରମ୍ପରା; ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ, ଭକ୍ତଙ୍କ ପିଠିରେ ଚଢ଼ି ଫେରିଲେ ମା’

ଲାଞ୍ଜିଗଡ,୨୯।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ମା’ ଠାକରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ରବିବାର ମହା ସମାରୋହରେ ସମ୍ପନ୍ନ ହେଇଯାଇଛି । ଲାଞ୍ଜିଗଡ ଇଷ୍ଟଦେବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri