ବର୍ଷକରେ ଲଣ୍ଡା ପାହାଡ଼ ହେଲା ସବୁଜ ବନାନୀ

ସମ୍ବଲପୁର,୧୧ା୧୦(ବ୍ୟୁରୋ): ପତରା ଜଙ୍ଗଲ କିସମ ହୋଇଥିଲେ ସୁଦ୍ଧା ଲଣ୍ଡା ହୋଇ ପଡ଼ିରହିଥିଲା। ବନ ବିଭାଗ ପ୍ରଚେଷ୍ଟାରେ ଏକବର୍ଷ ଭିତରେ ଏବେ ସବୁଜ ବନାନୀରେ ପରିଣତ ହୋଇଛି। ବନ ବିଭାଗ ପକ୍ଷରୁ ଆଗକୁ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସୁବିଧା କରାଯିବ। ପ୍ରାୟ ୭୨ ପ୍ରକାରର ବୃକ୍ଷ ଏବେ ପରିବେଶକୁ ସୌନ୍ଦର୍ଯ୍ୟମୟ କରିଛି । ଏହା ସମ୍ବଲପୁର ବନଖଣ୍ଡ ପକ୍ଷରୁ ପରୀକ୍ଷାମୂଳକ ଭାବେ କରାଯାଇଥିବା ବେଳେ ଆଗାମୀ ଦିନରେ ବିଭିନ୍ନ ଗ୍ରାମ୍ୟ ଜଙ୍ଗଲ ଓ ସଂରକ୍ଷିତ ଜଙ୍ଗଲରେ ଏହି ପ୍ରକ୍ରିୟାରେ ଜଙ୍ଗଲ ସୃଷ୍ଟି କରାଯିବ ବୋଲି ଡିଏଫ୍‌ଓ ବିଶ୍ୱନାଥ ନିଳାମ୍ବର କହିଥିଲେ। ସେ ଆହୁରି କହିଥିଲେ, ୨୦୨୧ ଅଗଷ୍ଟ ମାସରୁ ଏହି ଯୋଜନା ଆରମ୍ଭ କରାଯାଇଥିଲା। ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ଏହାକୁ ନାମକରଣ କରାଯାଇଛି। ସଦର ରେଞ୍ଜ ଅନ୍ତର୍ଗତ ପୋତାପାଲି ଗ୍ରାମ୍ୟ ଜଙ୍ଗଲରେ ପ୍ରକଳ୍ପ ଆରମ୍ଭ ହୋଇଥିଲା। ପ୍ରାୟ ୭୦ ପ୍ରକାରର ଚାରା ରୋପଣ କରାଯାଇଥିଲା। ଏଥିପାଇଁ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ନିୟୋଜିତ କରାଯାଇଥିଲା। ଚାରା ରୋପଣ ପରେ ଜୈବିକ ପଦ୍ଧତିରେ ଚାରାର ଯତ୍ନ ନିଆଯାଇଥିଲା। ଚାରା ରୋପଣ ସମୟରେ ମୃତ୍ତିକା ପରୀକ୍ଷାଠାରୁ ଆରମ୍ଭ କରି ଆବଶ୍ୟକ ଔଷଧ ଓ ଜୈବିକ ସାର ବ୍ୟବହାର କରାଯାଇଥିଲା। ଯୋଜନା ଅନୁସାରେ ଉଚିତ ସମୟରେ ଗଛର ଯତ୍ନ ନିଆଯାଇଥିଲା। ଫଳରେ ଧାର୍ଯ୍ୟ ଏକବର୍ଷ ମଧ୍ୟରେ ବନବିଭାଗକୁ ସଫଳତା ମିଳିଛି। ଜଙ୍ଗଲ ପରିବେଶରେ ପର୍ଯ୍ୟଟକଙ୍କ ବୁଲିବା ପାଇଁ ଚଲାପଥ କରାଯାଇଛି। ପ୍ରାୟ ଏକ ହେକ୍ଟର ଜମିରେ ଜଙ୍ଗଲ ସୃଷ୍ଟି ହୋଇଛି। ପର୍ଯ୍ୟଟକଙ୍କ ପାଇଁ ଆଗକୁ ସାଇକ୍ଲିଂ ଓ ବ୍ୟାଟେରିଚାଳିତ ଗାଡ଼ି ମଧ୍ୟ ଯୋଗାଇ ଦିଆଯିବ। ଏବେ ସୃଷ୍ଟି ହୋଇଥିବା ଜଙ୍ଗଲକୁ ବିଭିନ୍ନ ପ୍ରକାର ପକ୍ଷୀ ଆସି ବସବାସ କରୁଛନ୍ତ। ପକ୍ଷୀଙ୍କ କଳରବ ପରିବେଶକୁ ଆହୁରି ମନଲୋଭା କରୁଛି। ଆଗାମୀ ଦିନରେ ଜିଲାର ବିଭିନ୍ନ ଜଙ୍ଗଲରେ ଏଭଳି ପ୍ରକଳ୍ପ ହାତକୁ ନିଆଯିବ ବୋଲି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, କିଛିଦିନ ପୂର୍ବରୁ ପ୍ରାକୃତିକ ଗ୍ୟାସ ଓ ପେଟ୍ରୋଲିୟମ ମନ୍ତ୍ରଣାଳୟ ଡେପୁଟି ସଚିବ ଆନନ୍ଦ କୁମାର ଝା ଏହି ସ୍ଥାନକୁ ପରିଦର୍ଶନ କରିଥିଲେ। ଏହାକୁ ଦେଖି ସେ ବେଶ ଖୁସି ହେବା ସହ ସରକାରଙ୍କ ସମସ୍ତ ଯୋଜନା ଯୋଗାଇ ଦିଆଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri