ବନ୍ୟା ବେଳେ ଦୁର୍ବଳ ହେଉଛି ନଦୀବନ୍ଧ କାମ

ମହାକାଳପଡ଼ା,୫ା୮ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଦେଇ ପ୍ରବାହିତ ହେଉଥିବା ମହାନଦୀ, ଲୁଣା ଓ ପାଇକା ନଦୀରେ ଜଳସ୍ଥର ଶୁକ୍ରବାର ସା ସୁଦ୍ଧା ବୃଦ୍ଧି ପାଇବାରେ ଲାଗିଛି। ବନ୍ୟା ଜଳ ଘେରରେ ବ୍ଲକର ତିଖିରି, ଅମେଇପାଳ, ଖୁରୁସିଆ, ପାଟୁଳି ପଙ୍କ, ରୋମିତ ଆଦି ପଞ୍ଚାୟତର ତଳିଆ ଅଞ୍ଚଳରେ ଗଁା ଗଣ୍ଡାରେ ପାଣି ପଶିଥିବା ଦେଖିବାକୁ ମିଳୁଛି। ସେହିପରି ପାଟଳୀପଙ୍କ ଗଁାର ତଳ ପଡ଼ା ବୀରକିଶୋର ବେହେରାଙ୍କ ଘର ସମ୍ମୁଖ ବନ୍ଧରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳୁଛି। ପ୍ରଶାସନ ପକ୍ଷରୁ ବହ୍ଲା ଓ ବାଲି ବସ୍ତା ପକାଇ ଫାଟ ସୃଷ୍ଟି ହୋଇଥିବା ବନ୍ଧ କରିବାକୁ ଉଦ୍ୟମ ଚାଲିଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ମହାନଦୀରେ ବନ୍ୟା ଆସିବା ଫଳରେ ଦୁର୍ବଳ ବନ୍ଧରେ ବାଲି ବସ୍ତା ପକାଇ ନଦୀ ବନ୍ଧକୁ ସୁରକ୍ଷା ଦେବା ନେଇ ବୁଦ୍ଧିଜୀବୀ ଚିନ୍ତା ପ୍ରକଟ କଲେଣି।
ସୂଚନାଯୋଗ୍ୟ, ବ୍ଲକର ଲୁଣା ନଦୀ ଘେରି ବନ୍ଧ ଗୋପାଳପୁର-ଆଖଡ଼ାଶାଳୀ ୭ କିମି ଲମ୍ବର ନଦୀ ତଟବନ୍ଧ ବିଭାଗ ପକ୍ଷରୁ ଅର୍ଥ ବ୍ୟୟରେ ରାସ୍ତା ସମ୍ପ୍ରସାରଣ ନିର୍ମାଣ କାର୍ଯ୍ୟ ଚଳିତ ମାର୍ଚ୍ଚ ମାସଠାରୁ ଆରମ୍ଭ ହୋଇଥିଲେ ମଧ୍ୟ କାର୍ଯ୍ୟ ନିମ୍ନମାନର ବୋଲି ଅଭିଯୋଗ ହେଉଛି। ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁ ବନ୍ୟା ପୂର୍ବରୁ ନିର୍ମାଣ କାର୍ଯ୍ୟ ସରିଲା ନାହିଁ। ବନ୍ୟା ସମୟରେ ଓଭର ଲୋଡ଼ିଂ, ଭାରିଯାନରେ ମାଲ ନେଇ ତରବରିଆ ଭାବେ ଖେଳା ହେଉଥିବ ନଜର ଆସିଛି। ତେବେ ଏହି ଲୁଣା ନଦୀ ଘେରି ବନ୍ଧ ୧୩ ଗଁା ଘାଟ ନିକଟରେ ବନ୍ଧ ପାର୍ଶ୍ୱରୁ ମାଟି ତାଡ଼ି ରାସ୍ତା କାମ କରାଯାଉଛି। ବିଭାଗୀୟ ଅଧିକାରୀଙ୍କ କିପରି ନଜରକୁ ଆସିଲା ନାହିଁ। ତାହାକୁ ନେଇ ଉଠିଛି ବଡ଼ ପ୍ରଶ୍ନୟ ଚଳିତ ବନ୍ୟାରେ ଉକ୍ତ ସ୍ଥାନ ଲୁଚାଇବାକୁ ଯାଇ ବାଲି ଓ ଡଷ୍ଟ ବସ୍ତା ପକାଇ କାମ ସାରି ଦେଇଛନ୍ତି। ସ୍ଥାନୀୟ ଲୋକମାନେ କହିବ କଥା ଲୁଣା ନଦୀର ଘେରି ବନ୍ଧ ଭାଗ୍ୟ ଏଣେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ହାତରେ ବୋଲି ଚର୍ଚ୍ଚ ହେଉଛି। ତାଳି ପକା କାମ ଘେରି ବନ୍ଧକୁ ସୁରକ୍ଷା ଦେଇ ପାରିବ ବୋଲି ଅଞ୍ଚଳର ଚାଷୀମାନେ କହିଛନ୍ତି।
ଏ ସମ୍ପର୍କରେ ଆଳି ସ୍ଥିତ ନଦୀ ତଟବନ୍ଧ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁବ୍ରତ କୁମାର ଦାଶଙ୍କୁ ପଚାରିବାରେ ଗୋପାଳପୁର-ଆଖଡ଼ାଶାଳୀ ନଦୀବନ୍ଧ ପାର୍ଶ୍ୱରୁ ମାଟି ତାଡ଼ି ରାସ୍ତାରେ ବିଛାଇବା ଅଭିଯୋଗ ମିଳିଛି। ବନ୍ୟା ମୁକାବିଲା ପାଇଁ ବିଭାଗ ସମ୍ପୂର୍ଣ୍ଣ ତତ୍ପର ରହିଛି। ପରବର୍ତ୍ତୀ ସମୟରେ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି। ଚଳିତ ମହାନଦୀର ବନ୍ୟା ସ୍ରୋତରେ ଗଡ଼ରୋମିତ ଗଁାର ମତ୍ସ୍ୟଜିବୀ ସୁରଥ ମାଝି ଗୁରୁବାର ସାରେ ମହାନଦୀରେ ମାଛ ମାରିବାକୁ ଯାଇଥିବା ବେଳେ ବନ୍ୟାର ପ୍ରଖର ସ୍ରୋତରେ ଡଙ୍ଗା ସହ ଭାସି ଯାଇଥିଲେ। ଶୁକ୍ରବାର ସକାଳେ ପ୍ରଶାସନ ପକ୍ଷରୁ ଘଟଣାସ୍ଥଳରେ ଓଡ୍ରାଫ୍‌ ଟିମ୍‌ଙ୍କ ମହାକାଳପଡ଼ା ଅଗ୍ନିଶମ ବିଭାଗ ଟିମ ଦୀର୍ଘ ୧୦ ଘଣ୍ଟା ପରିଶ୍ରମ ପରେ ମହାନଦୀ ମୁହାଣ ମୁହଁରୁ ଉଦ୍ଧାର ହୋଇଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓକିଲ ସଙ୍ଘର ନିର୍ବାଚନ ସଭାପତି ଉମେଶ, ସମ୍ପାଦକ ରାମଚନ୍ଦ୍ର

ଦାରିଙ୍ଗବାଡ଼ି,୨୯।୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ଓକିଲ ସଙ୍ଘର ନିର୍ବାଚନ ଶନିବାର ବିଧିବଧ ଭାବେ ଅନୁଷ୍ଠିତ ହୋଇଛି। ଚଳିତ ଥର ନିର୍ବାଚନ ଫଳାଫଳ ଅତି ରୋମାଞ୍ଚକର ରହିଥିଲା। କେବଳ…

୧୦୦ ତମ ଭଞ୍ଜ ସଙ୍ଗୀତ ଆସର: ପ୍ରଚାର, ପ୍ରସାର ଲକ୍ଷ୍ୟ ନେଇ…

ଭଞ୍ଜନଗର, ୨୯।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ଭଞ୍ଜ ସଙ୍ଗୀତର ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଆଜକୁ କିଛି ବର୍ଷ ହେବ ମାସକୁ…

ହର୍ମୁଜକୁ ନେଇ ଇରାନ ସହ ପାକିସ୍ତାନ କଲା ବଡ଼ ଡିଲ୍‌, ତାଟକା ହେଲା ସାରା ବିଶ୍ୱ!

ଇସଲାମାବାଦ,୨୯।୩: ଆମେରିକା ଏବଂ ଇସ୍ରାଏଲ ବିରୋଧରେ ଇରାନର ସଂଘର୍ଷ ବନ୍ଦ କରିବା ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ, ପାକିସ୍ତାନ ଏକ ବଡ଼ କୂଟନୈତିକ ସଫଳତା ହାସଲ କରିଛି।…

କିଏ ଜାଣିଥିଲା ଆଜି ହେବ ଶେଷ ଫେରି: ବାଇକ୍‌ ଉପରେ ମାଡିଗଲା ବାଲି ବୋଝେଇ ହାଇୱା

ଧର୍ମଗଡ଼,୨୯।୩(ଘାସିରାମ ଜଗତ): କଳାହାଣ୍ଡି ଧର୍ମଗଡ-ବୋଡ଼େନ ରାସ୍ତା ବିଅରବାର ନିକଟରେ ରବିବାର ସକାଳୁ  ଦୁର୍ଘଟଣା ଘଟିଛି।  ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ଫେରିବାଲାଙ୍କ ମୃତ୍ୟୁ ଘଟିଛି। ମୃତୁ…

ତାରିଣୀ ଛକ ମାର୍କେଟରେ ଅଗ୍ନିକାଣ୍ଡ: ଜଳିଗଲା ୭ଦୋକାନର ଲକ୍ଷାଧିକ…

ଧର୍ମଶାଳା/ବ୍ରହ୍ମବରଦା (ଶିବ ପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନା ତାରିଣୀ ଛକ ମାର୍କେଟରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପାଖାପାଖି ୭…

ଶିକ୍ଷା ବୋଝ ନୁହେଁ, ଆବିଷ୍କାର ଭଳି ଅନୁଭବ ହେବା ଉଚିତ

ପ୍ର- ଶିକ୍ଷା ଶିଳ୍ପର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଭାବେ ଦେଶରେ ଶିକ୍ଷା କ୍ଷେତ୍ର କେଉଁ ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ବୋଲି ଆପଣ ଭାବନ୍ତି? ଉ- ଛାତ୍ରୀଛାତ୍ର…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ଯୁଦ୍ଧ ଭିତରେ ପାକିସ୍ତାନର ବଡ଼ ଗେମ୍‌! ୩ଦେଶକୁ ଏକାଠି କରି…

ଇସଲାମାବାଦ,୨୯।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦର ଅନ୍ତ ଘଟାଇବା ପାଇଁ ପାକିସ୍ତାନ ଏହି ସପ୍ତାହାନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଆୟୋଜନ କରିବାକୁ ଯାଉଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri