ଘରେ ପହଞ୍ଚିବ ଭୋଗ, ବ୍ରତ, ଶଙ୍ଖା, ସିନ୍ଦୂର

କଟକ ଅଫିସ, ୧୦ା୧୦: ଦୁର୍ଗାପୂଜା ଆସିଲେ ଚଳଚଞ୍ଚଳ ହୋଇଉଠେ କଟକ ସହର। ପ୍ରାୟ ୧ ମାସ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଥାଏ। କାରିଗରମାନେ ମୂର୍ତ୍ତି ଓ ମେଢ ତିଆରେ ଲାଗିପଡନ୍ତି। ବିଶେଷକରି ମା’ଙ୍କ ସୁନାମୁକୁଟ ଓ ଚାନ୍ଦୀମେଢ କରିବା ପାଇଁ କାରିଗରଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥାଏ। ହେଲେ ଚଳିତବର୍ଷ କରୋନା ମହାମାରୀ ଯୋଗୁ ପୂଜା ଫିକା ପଡିଛି। ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁଯାୟୀ ଦୁର୍ଗାପୂଜା ପାଳନ କରାଯାଉଛି। ଏଥିପାଇଁ ବିଭିନ୍ନ ମଣ୍ଡପରେ ପୂଜା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମା’ଙ୍କ ମୂର୍ତ୍ତି ନିର୍ମାଣ ସହ ମେଢ ପ୍ରସ୍ତୁତ କରାଯାଇଛି। ସାଧାରଣତଃ ସମସ୍ତ ମଣ୍ଡପରେ ମୂର୍ତ୍ତିର ଉଚ୍ଚତା ସାଢେ ୬ଫୁଟରୁ ୮ଫୁଟ୍‌ ମଧ୍ୟରେ ରହିଥାଏ। ହେଲେ ମୂର୍ତ୍ତି ନିର୍ମାଣ ପାଇଁ ସ୍ବତନ୍ତ୍ର ଖଡ଼ମା ବ୍ୟବହାର ହୋଇ ପାରୁ ନ ଥିବାରୁ ଚଳିତବର୍ଷ ଅନେକ ମଣ୍ଡପରେ ସୁନା, ଚାନ୍ଦିମେଢ ଦେଖିବାକୁ ମିଳିବ ନାହିଁ। ଏଥିସହ ମଣ୍ଡପଗୁଡିକରେ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ପ୍ରଦାନ କରାଯାଇନାହିଁ ା

କଟକଣା କାରଣରୁ ମହାଷ୍ଟମୀରେ ମହିଳାମାନେ ମା’ଙ୍କ ଦର୍ଶନ କରିପାରିବେ ନାହିଁ। ଏଥିପାଇଁ କମିଟି ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି। ମା’ଙ୍କ ପାଖରେ ଶଙ୍ଖା, ସିନ୍ଦୁର, ବ୍ରତ ପୂଜା କରାଯିବା ପରେ ଘରେ ଘରେ ବଣ୍ଟନ କରାଯିବ।
ଦେବେନ୍ଦ୍ର ସାହୁ, ସଭାପତି, ଛତ୍ରବଜାର ପୂଜା କମିଟି

ପ୍ରଶାସନର ନିୟମ ମାନି ପୂଜା ଆୟୋଜନ କରିଛୁ ା ପୂଜାରେ ପ୍ରସାଦ ପାଇବାରୁ ବଞ୍ଚିତ ନ ହେବା ପାଇଁ ବ୍ୟବସ୍ଥା ହୋଇଛି। ଏଥର କଲେଜ ଛକ ପୂଜା ପ୍ରତିଷ୍ଠାନ ପକ୍ଷରୁ ୧୦ କୁଇଣ୍ଟାଲ ଲଡୁ ପ୍ରସ୍ତୁତ କରାଯାଇ ମା’ଙ୍କ ନିକଟରେ ଭୋଗ ଲାଗି କରାଯିବା। ପରେ ତାହାକୁ ଭକ୍ତମାନଙ୍କୁ ବଣ୍ଟନ କରାଯିବ।
ଜଗନ୍ନାଥ ସାହୁ, ସମ୍ପାଦକ, କଲେଜଛକ ପୂଜା ପ୍ରତିଷ୍ଠାନ

ପୂଜାମଣ୍ଡପକୁ ଆସିବା ପାଇଁ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି। ତେବେ ସୋଶିଆଲ ମିଡିଆ ମାଧ୍ୟମରେ ଘରେ ରହି ସେମାନେ ମା’ଙ୍କୁ କିଭଳି ଭାବେ ଦର୍ଶନ କରିପାରିବେ ସେ ନେଇ ବ୍ୟବସ୍ଥା କରାଯିବାକୁ ଯୋଜନା ରହିଛି। ଅନୁକୂଳ ପରିସ୍ଥିତି ରହିଲେ ଏହି ଯୋଜନା କାର୍ଯ୍ୟକାରି ହେବ ା
ଲିଙ୍ଗରାଜ ହାତୀ,ସାଧାରଣ ସମ୍ପାଦକ, ହରିପୁର ଦୋଳମୁଣ୍ଡାଇ ପୂଜା କମିଟି

ପ୍ରତିବର୍ଷ ପୂଜା ସମୟରେ ସହର ଆଲୋକମାଳାରେ ଝଲସିଉଠେ। ହେଲେ କରୋନା ଯୋଗୁ ଚଳିତବର୍ଷ ଏହା ଫିକା ପଡିଛି। ଏଥିପାଇଁ ସଂଘ ପକ୍ଷରୁ ଅଭିନବ ଅଭିଯାନ ଆରମ୍ଭ କରାଯାଇଛି। ନିଜ ଘରକୁ ଦୀପ କିମ୍ବା ଆଲୋକରେ ସଜିତ କରିବାକୁ ସରବାସୀଙ୍କୁ ନିବେଦନ କରିଛୁ ା
ଅଭିଜିତ ପୃଷ୍ଟି, ସଦସ୍ୟ, ସିଲ୍‌ଭର ସିଟି କଟକ ଚାରିଟେବୁଲ ଟ୍ରଷ୍ଟ

ସପ୍ତମୀ, ଅଷ୍ଟମୀ ଓ ନବମୀରେ ପ୍ରସାଦ ବ୍ୟବସ୍ଥା କରାଯାଇଛି। ପ୍ରସାଦ କେବଳ ପାର୍ସଲ କିମ୍ବା ହୋମ୍‌ ଡେଲିଭରି ମାଧ୍ୟମରେ ଦିଆଯିବ। ଏଥିସହ ସମିତି ପକ୍ଷରୁ ଅନାଥାଶ୍ରମ ଓ ବୃଦ୍ଧାଶ୍ରମରେ ମାଗଣାରେ ପ୍ରସାଦ ବଣ୍ଟନ ପାଇଁ ଯୋଜନା କରାଯାଇଛି।
ଗୌତ୍ତମ ମୂଖାର୍ଜୀ, ସାଧାରଣ ସମ୍ପାଦକ, ଆଲମଚାନ୍ଦ ବଜାର ଦୁର୍ଗାବାଡି ସମିତି


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ଦଶମ ଶ୍ରେଣୀ ନାବାଳିକାଙ୍କୁ ଅପହରଣ କରି କରିଥିଲେ ବଳାତ୍କାର, ମୋବାଇଲ୍‌ ଟ୍ରାକିଂ କରି ଅଭିଯୁକ୍ତଙ୍କୁ ମାଡ଼ି ବସିଲା…

ଦିଗପହଣ୍ଡି, ୪।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ବରଗଡ଼ରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ, ଖଡ଼ି ଛୁଆଁଇଲେ ଜିଲାପାଳ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ)- ଚଳିତ ଶିକ୍ଷାବର୍ଷରେ ନୂତନ ଛାତ୍ରୀଛାତ୍ରମାନଙ୍କ ନାମଲେଖା ଓ ଖଡ଼ିଛୁଆଁ ପାଇଁ ଶନିବାର ଜିଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri