ଜମୁଛି ଦୁର୍ଗା ପୂଜା: ଗାଁଠୁ ସହର ଉସବ ମୁଖର

ସୁନ୍ଦରଗଡ଼,୧।୧୦(ଜୟନାରାୟଣ ମେଣ୍ଡୁଳି): ଶାରଦୀୟ ଦୁର୍ଗା ପୂଜା ପାଇଁ ଏବେ ସୁନ୍ଦରଗଡ ସହର ଉସବ ମୁଖର। ସହରର ଇବ୍‌ନଗର, ରଙ୍ଗାଢିପା, ରିଜେଣ୍ଟ ମାର୍କେଟ, ବ୍ରାହ୍ମଣପଡା, ହସପିଟାଲ ଛକ, ଦୟା ଧର୍ମଶାଳା ଆଦି ବିଭିନ୍ନ ପୂଜା ମଣ୍ଡପରେ ମା’ ଜଗତଜନନୀ ଦୁର୍ଗାଙ୍କ ପୂଜନସୋବ ମହାଆଡମ୍ବର ସହକାରେ ଆୟୋଜିତ ହୋଇଛି।

ପୂଜା ମଣ୍ଡପଗୁଡିକରେ ପ୍ରତ୍ୟହ ଚଣ୍ଡୀ ପାଠ, ଘଣ୍ଟ ଶଙ୍ଖ, ଢୋଲ ନିଶାନ, ତାସା ମହୁରୀରେ ଦୁଲୁକି ଉଠିଛି। ମା’ଆଙ୍କ ଦର୍ଶନ ପାଇଁ ମଣ୍ଡପଗୁଡିକରେ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି। ବିଭିନ୍ନ ମଣ୍ଡପରେ ଶ୍ରଦ୍ଧାଳୁଙ୍କୁ ଅନ୍ନ ଭୋଗ, ଖେଚୁଡ଼ି, ଖିରି ଭୋଗ ବଣ୍ଟନ କରାଯାଉଛି।

ସହରର ଇବନଗର ମଣ୍ଡପରେ ଶାରଦୀୟ ଦୁର୍ଗା ପୂଜା ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ହର୍ଷ ଉଲ୍ଲାସ ମଧ୍ୟରେ ଆୟୋଜିତ ହୋଇଛି। କମିଟିର କର୍ମକର୍ତ୍ତା ମିଳିତ ଭାବେ ସମସ୍ତ କାର୍ଯ୍ୟ ନିଷ୍ଠାର ସହ ସମ୍ପାଦନ କରୁଛନ୍ତି। ଆକର୍ଷଣୀ ତୋରଣ ଓ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସୁନ୍ଦର ହୋଇଛି। ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ବେଶ ଭିଡ ପରିଲକ୍ଷିତ ହୋଇଛି। ଦଶହରା ସାରେ(ଗୁରୁବାର)ଯାତ୍ରା ପଡ଼ିଆରେ ବିଜୟାଦଶମୀ ପାଳନ ସହ ରାବଣ ପୋଡି ଆୟୋଜିତ ହେବ ବୋଲି କମିଟିର ସଭାପତି ଅଜିତ ପ୍ରସାଦ ସୂଚନା ଦେଇଛନ୍ତି।

ଇବ୍‌ନଗର ବାସୀ ମିଳିତ ଉଦ୍ୟମରେ ଆୟୋଜିତ ଏହି ଶାରଦୀୟ ଦୁର୍ଗା ପୂଜା ଚଳିତ ବର୍ଷ ୨୨ରେ ପଦାର୍ପଣ କରିଛି। ୩ ତାରିଖରେ ଭସାଣୀ ଯାତ୍ରା ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଆଁ କବଳରେ ମୂଲ୍ୟବାନ ଗଛ, ଜୀବଜନ୍ତୁ

ଛତ୍ରପୁର,୧୮ା୩(ଦିଲ୍ଲୀପ ସାମଲ): ଗ୍ରୀଷ୍ମଋତୁ ଆରମ୍ଭରୁ ହିଁ ଜଙ୍ଗଲରେ ନିଆଁର ପ୍ରକୋପ ବଢ଼ିବାରେ ଲାଗିଛି। ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଲଣ୍ଡା ବାଉଁଶ ପାହାଡ଼ ଜଙ୍ଗଲରେ କୌଣସି କାରଣରୁ…

Video: କ୍ରିକେଟରରୁ ପାଇଲଟ ହେଲେ ଗ୍ଲେନ୍ ଫିଲିପ୍ସ, ଯଦି ଟଙ୍କା ଥା’ନ୍ତା….

ନୂଆଦିଲ୍ଲୀ,୧୮।୩: ନ୍ୟୁଜିଲାଣ୍ଡର ଷ୍ଟାର କ୍ରିକେଟର ଗ୍ଲେନ୍ ଫିଲିପ୍ସ କେବଳ କ୍ରିକେଟ୍ ପଡ଼ିଆରେ ଜଣେ ଅଲରାଉଣ୍ଡର ନୁହଁନ୍ତି, ବରଂ ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ତାଙ୍କର ଅଲରାଉଣ୍ଡର କ୍ଷମତା ରହିଛି…

ଭାରତରେ ମିଳିବ କି ପ୍ୟାଟରନିଟି ଲିଭ୍? ସୁପ୍ରିମକୋର୍ଟ କହିଲେ ବାପାର ଭୂମିକାକୁ…

ନୂଆଦିଲ୍ଲୀ,୧୮।୩; ଦେଶର ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ପ୍ୟାଟରନିଟି ଲିଭକୁ ସାମାଜିକ ସୁରକ୍ଷା ଲାଭ ଭାବରେ ମାନ୍ୟତା ଦେବା ପାଇଁ ଆଇନ ପ୍ରଣୟନ କରିବା ବିଷୟରେ ବିଚାର କରିବାକୁ…

ଛାଡ଼ପତ୍ର ନେବା ପାଇଁ କୋର୍ଟକୁ ଆସିଥିଲେ ସ୍ତ୍ରୀ, ରାସ୍ତା ମଝିରେ ସ୍ବାମୀଙ୍କ ମାଡ଼ରେ ହେଲେ ଲହୁଲୁହାଣ, ଆଉ ତା’ ପରେ…

ବାଲେଶ୍ୱର,୧୮ା୩(ବାଞ୍ଛାନିଧି ଦେ): ରାସ୍ତା ମଝିରେ ସ୍ତ୍ରୀଙ୍କୁ ମାରି ଲହୁଲୁହାଣ କରିଦେଇଛନ୍ତି ସ୍ବାମୀ। ବିବାହ ବିଚ୍ଛେଦ ପାଇଁ ଫ୍ୟାମିଲି କୋର୍ଟକୁ ଆସିଥିଲେ ସ୍ତ୍ରୀ। ମାତ୍ର ଘରକୁ ଯିବା ରାସ୍ତାରେ…

ଟେନସନ୍ ଶେଷ! କମର୍ସିଆଲ ଗ୍ୟାସ ସିଲିଣ୍ଡର ନେଇ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଏହି ରାଜ୍ୟକୁ ମିଳିବ…

ନୂଆଦିଲ୍ଲୀ,୧୮।୩; ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଦେଶରେ LPG ଏବଂ ତେଲ ସଙ୍କଟ ଦେଖାଯାଇଛି । ଏହାରି ଭିତରେ ସରକାର ଆଜି ବଡ଼ ନିଷ୍ପତ୍ତି ନେଇଛନ୍ତି । ସରକାର ସ୍ପଷ୍ଟ…

ଏସ୍‌-ପୂଜାରୀପୁଟରେ ପୁସିଂ ବ୍ରିଜ୍‌ ନିର୍ମାଣ ଲାଗି ଜିଲାପାଳଙ୍କୁ ଦାବିପତ୍ର

ନନ୍ଦପୁର,୧୮ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ଦେଇ ଯାଇଥିବା କେ.କେ ରେଳପଥର ସାଉନି ପୂଜାରୀପୁଟ ଗ୍ରାମ ନିକଟ ପୋଲ ନଂ ୧୫୬/୦୬ ଓ ୧୫୬/୦୮ ନିକଟରେ ଏକ ପୁସିଂ…

ଜସପ୍ରିତ ବୁମରା ଏବଂ ଅକ୍ଷର ପଟେଲଙ୍କ ଦରମା ବଢ଼ାଇବ BCCI, ମିଳିବ ଏତେ କୋଟି

ନୂଆଦିଲ୍ଲୀ,୧୮।୩: ଜସପ୍ରିତ ବୁମରାହ ଏବଂ ଅକ୍ଷର ପଟେଲ ନିରନ୍ତର ଭଲ ପ୍ରଦର୍ଶନ କରିଆସୁଛନ୍ତି । ଏହା ସତ୍ତ୍ୱେ, କେନ୍ଦ୍ରୀୟ ଚୁକ୍ତିନାମା ଅନୁଯାୟୀ ସେମାନଙ୍କର ଦରମା ହ୍ରାସ କରାଯାଇଥିଲା।…

ବାଘ ଗାଈକୁ ମାରି ଖାଇବା ଘଟଣା ପରେ ବନ ବିଭାଗ ଲଗାଇଲା ୪ ଟ୍ରାପ କ୍ୟାମେରା

ମୋହନା,୧୮।୩( ମନ୍ମଥ ମିଶ୍ର ): ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ ପରେ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri