ମୋରଡ଼ା,୧।୧୦(ସ୍ମାରକ ମାଜୀ): ଦୁର୍ଗାପୂଜାକୁ ନେଇ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ବେଶ ଚଳଚଞ୍ଚଳ ହୋଇ ପଡ଼ିଛି। ମା’ ଦୁର୍ଗାଙ୍କ ଆଗମନରେ ବ୍ଲକର ସମସ୍ତ ପୂଜା ମଣ୍ଡପ ଉତ୍ସବ ମୁଖର ହୋଇପଡ଼ିଛି। ବ୍ଲକର ଚିତ୍ରଡା ବସଷ୍ଟାଣ୍ଡରେ ହୋଇଥିବା ଦୁର୍ଗାପୂଜା ତୋରଣ ବେଶ ଚିତାକର୍ଷକ ହୋଇଥିବା ବେଳେ ମଙ୍ଗଳବାର ମହା ଅଷ୍ଟମୀ ପୂଜା ଶେଷ ହୋଇଛି। ତୋରଣ ଦେଖିବାକୁ ସାରେ ଲୋକଙ୍କ ଭିଡ଼ ଜମିଥିବା ବେଳେ ତୋରଣ ନିକଟରେ ସେଲ୍ଫି ପଏଣ୍ଟରେ ଫୋଟ ଉଠାଇବାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। କମିଟି ସଦସ୍ୟ ହିମାଂଶୁ ମହାନ୍ତଙ୍କ ବିୟୋଗ ହୋଇଥିବାରୁ ତାଙ୍କର ସ୍ମୃତିକୁ ନେଇ ଚଳିତଥର ମାଙ୍କ ବିସର୍ଜନ ସମୟରେ ବାଦ୍ୟ କି ବାଜା ବାଜିବ ନାହିଁ ବୋଲି ସୂଚନା ମିଳିଛି। ସେହିପରି ଚିତ୍ରଡା ସପ୍ଲାଇଛକରେ ମଧ୍ୟ ପୂଜା ବେଶ ଧୁମଧାମରେ ଚାଲିଛି। ସୋମବାର ସପ୍ତମୀ ପୂଜାରେ ଏଠାରେ ଶତାଧିକ ମହିଳାଙ୍କ ଦ୍ୱାରା ଘଟ ଉତ୍ତୋଳନ କରାଯାଇଥିଲା । ମୋରଡ଼ା ମାଳିହତା ପୂଜା ମଣ୍ଡପରେ ମଧ୍ୟ ପୂଜା ବେଶ ଉତ୍ସୁହକତାର ସହିତ ପାଳନ ହେଉଥିବା ବେଳେ ସୋମବାର ସାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବ୍ଲକର ବରକନ୍ଦ, ଝିଙ୍କିରିଆ, ବାରମାଇଲ, ପାରିଆକୁଲି, ଦାନ୍ତିଆମୁହାଁ ଆଦି ସ୍ଥାନରେ ଦୁର୍ଗାପୂଜା ଅନୁଷ୍ଠିତ ହେଉଛି।


