ଡୁରାଣ୍ଡ ଲାଇନ: ପାକିସ୍ତାନକୁ ତାଲିବାନର ନାଲି ଆଖି, ଏହା କାଳ୍ପନିକ ବୋଲି କହିଲା…

କାବୁଲ,୨୭।୧ : ଆଫଗାନିସ୍ତାନ ଦଖଲ କରିଥିବା ତାଲିବାନ ସୀମା ବିବାଦକୁ ନେଇ ପାକିସ୍ତାନକୁ ନାଲି ଆଖି ଦେଖାଇଛି। ତାଲିବାନ ସରକାରର ସୀମା ତଥା ଆଦିବାସୀ ବ୍ୟାପାର ମନ୍ତ୍ରୀ ମଲ୍ଲିକ ନୁରୁଲ୍ଲା ନୁରି କହିଛନ୍ତି ପାକିସ୍ତାନ ସହିତ ଆଫଗାନିସ୍ତାନର କୌଣସି ସରକାରୀ ସୀମା ନାହିଁ। ସେ ଡୁରାଣ୍ଡ ଲାଇନକୁ ଏକ କାଳ୍ପନିକ ରେଖା ବୋଲି କହିିଛନ୍ତି । ତୋରଖାମ ସୀମା ପରିଦର୍ଶନ କରିବା ପରେ ମୁଲ୍ଲା ନୁରୁଲ୍ଲା ନୁରୀ ଏହି ବିବୃତ୍ତି ଦେଇଛନ୍ତି। ଏହି ସୀମା ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ବିବାଦର କେନ୍ଦ୍ର ପାଲଟିଛି। ତାଲିବାନ ଧମକ ଦେଇଛି ଯଦି ପାକିସ୍ତାନ ଏହା ନ ଶୁଣେ ତେବେ ତୋରଖାମ ସୀମାରେ କାନ୍ଥ ନିର୍ମାଣ କରି ଏହା ସବୁଦିନ ପାଇଁ ବନ୍ଦ କରାଯିବ।

ଆଫଗାନିସ୍ତାନରୁ ଆସୁଥିବା ଟ୍ରକ ଡ୍ରାଇଭରମାନଙ୍କ ପାଇଁ ଭିସା ବାଧ୍ୟତାମୂଳକ କରି ପାକିସ୍ତାନ ଏକ ନିୟମ ଲାଗୁ କରିଛି। ଏହି କାରଣରୁ ଆଫଗାନିସ୍ତାନରୁ ଆସୁଥିବା ଡ୍ରାଇଭରମାନେ ସେମାନଙ୍କ ସାମଗ୍ରୀ ସହିତ ସୀମାରେ ଅଟକି ରହିଛନ୍ତି। ପାକିସ୍ତାନ ଯାଇଥିବା ଆଫଗାନିସ୍ତାନ ଡ୍ରାଇଭରଙ୍କ ସହ ମଧ୍ୟ ସମାନ ପରିସ୍ଥିତି ଘଟିଛି। ତାଲିବାନ କହିଛି ଯଦି ପାକିସ୍ତାନକୁ ଏପରି ଆଇନ ଲାଗୁ କରିବାକୁ ପଢେ, ତେବେ ପ୍ରଥମେ ଆଫଗାନିସ୍ତାନର ସରକାରଙ୍କୁ ଜଣାଇବା ଉଚିତ। ଅପରପକ୍ଷରେ ପାକିସ୍ତାନ ନିଜ ଆଇନରେ ସାମାନ୍ୟତମ ଆଶ୍ୱସ୍ତି ମଧ୍ୟ ଦେବାକୁ ପ୍ରସ୍ତୁତ ନୁହେଁ। ଏଭଳି ପରିସ୍ଥିତିରେ ତାଲିବାନ ପାକିସ୍ତାନ ସହିତ ଏହାର ଦୁଇଟି ସୀମା ବନ୍ଦ କରିବାକୁ ଧମକ ଦେଇଛି।

ତାଲିବାନରେ ପାସ୍ତୁନଙ୍କ ସଂଖ୍ୟା ସର୍ବାଧିକ। ଏହି ପାସ୍ତୁନମାନେ ପାକିସ୍ତାନ ଏବଂ ଆଫଗାନିସ୍ତାନର ସୀମାନ୍ତ ଅଞ୍ଚଳରେ ବସବାସ କରନ୍ତି। ତାଲିବାନ କହିଛି ଡୁରାଣ୍ଡ ଲାଇନ ବ୍ରିଟିଶମାନେ ନିଜ ସ୍ବାର୍ଥ ପାଇଁ ନିର୍ମାଣ କରିଥିଲେ। ଯାହାକୁ କୌଣସି ସମ୍ମତି ନିଆଯାଇ ନ ଥିଲା। ଏହି ରେଖା ଯୋଗୁ ସେମାନଙ୍କ ପରିବାର ବିଭାଜିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତାଲିବାନ ସରକାରଙ୍କ ବଡ଼ ଦାବି, ଆଫଗାନିସ୍ତାନର ପ୍ରାଇଭେଟ ଏୟାରଲାଇନ୍ସର ଇନ୍ଧନ ଡିପୋ….

ନୂଆଦିଲ୍ଲୀ,୧୩।୩: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ବିବାଦ ତୀବ୍ର ହୋଇଛି । ଆଫଗାନିସ୍ତାନରେ ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ କହିଛନ୍ତି ଯେ ପାକିସ୍ତାନ ବାୟୁସେନା କାନ୍ଦାହାର ବିମାନବନ୍ଦର…

ରେଳଧାରଣାରେ ପଡ଼ିଛି ଯୁବକଙ୍କ ମୁଣ୍ଡଗଣ୍ଡି ଅଲଗା ମୃତଦେହ

ନନ୍ଦପୁର/ପାଡୁଆ,୧୩ା୩(ତୁଷାରକାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା କୋତାବାଲସା-କିରାଣ୍ଡୁଳ କେ.କେ ରେଳପଥର ପାଡୁଆ ଷ୍ଟେଶନର ଅନତି ଦୂରରେ ଜଣେ ଯୁବକଙ୍କ ମୃତ ଶରୀର…

‘ମୋଚି’ଙ୍କୁ ଜୋତା କାରିଗର ବୋଲି କହିବାକୁ ପଡିବ, ଏବଂ ଜଣେ ‘ନାପିତ’ଙ୍କୁ ପର୍ସନାଲ କେୟାର ସର୍ଭିସ ପ୍ରୋଭାଇଡର କୁହାଯିବ!

ନୂଆଦିଲ୍ଲୀ,୧୩।୩: ଶିଳ୍ପ ସଂସଦୀୟ ସ୍ଥାୟୀ କମିଟି (୩୩୩ତମ ରିପୋର୍ଟ) ସୁପାରିଶ କରିଛି ଯେ ଶତାବ୍ଦୀ ପୁରୁଣା ଜାତି-ନିର୍ଦ୍ଦିଷ୍ଟ ବୃତ୍ତିଗତ ନାମଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରି ଏହି ବୃତ୍ତିଗୁଡ଼ିକୁ…

ପାଟ୍ଟଖଣ୍ଡା ମନ୍ଦିରର ଖୋଲିଲା ହୁଣ୍ଡି: ବାହାରିଲା ସୁନା-ରୁପା ସହ ଏତିକି ଟଙ୍କା

ଦାରିଙ୍ଗବାଡି,୧୩।୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ରହିଥିବା ମା’ ପଟ୍ଟାଖଣ୍ଡାଙ୍କ ପୀଠରେ ଗୁରୁବାର ହୁଣ୍ଡି ଖୋଲାଯାଇଛି। ଅନେକ ସମୟରେ ଶ୍ରଦ୍ଧାଳୁମାନେ ହୁଣ୍ଡିରେ ଦେଇଥିବା ଦାନ ଅର୍ଥ…

ଟ୍ରମ୍ପ କଲେ ଭୟଙ୍କର ପ୍ଲାନ, ଲାଭ ପାଇବ ଭାରତ! ରୁଷିଆକୁ ଲାଗିବ ଝଟ୍‌କା

ନୂଆଦିଲ୍ଲୀ,୧୩।୩: ସଙ୍କେତରୁ ଜଣାପଡୁଛି ଯେ ତାଇୱାନକୁ ନେଇ ଚାଇନା ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଉଛି। ଚାଇନା ଦୀର୍ଘ ସମୟ ଧରି ତାଇୱାନକୁ…

ଗ୍ରାମବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କଲେ ଜିଲାପାଳ, ନଦୀ ଉପରେ ହେବ…

ନନ୍ଦପୁର,୧୩ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲାପାଳ ମନୋଜ ସତ୍ୟବାନ ମହାଜନ ଗତ ତା-୨୭.୨.୨୬ରେ ନନ୍ଦପୁର ବ୍ଲକ ପରିଦର୍ଶନରେ ଆସି ବାସୁକୀ ନଦୀପାର ହୋଇ ରାଇସିଂ ପଞ୍ଚାୟତର ଦେବଷଣ୍ଢଗୁଡ଼ା ଗ୍ରାମବାସୀଙ୍କୁ…

ପିରିୟଡ଼ ଲିଭ ଆବେଦନର ଶୁଣାଣି କରିବାକୁ ମନା କରିଦେଲେ ସୁପ୍ରିମକୋର୍ଟ, କହିଲେ- ‘କୌଣସି ନିଯୁକ୍ତିଦାତା…’

ନୂଆଦିଲ୍ଲୀ,୧୩।୩: ମାସିକ ଋତୁସ୍ରାବ ସହିତ ଜଡିତ ଅସୁବିଧାକୁ ଦୃଷ୍ଟିରେ ରଖି ମହିଳା କର୍ମଚାରୀମାନଙ୍କୁ ଛୁଟି ପ୍ରଦାନ କରିବା ପାଇଁ ଏକ ବ୍ୟବସ୍ଥା ପ୍ରସ୍ତୁତ କରିବା ପାଇଁ ଏକ…

ଫ୍ଲାଟ୍‌ କିଣିଲେ ଶିବମ ଦୁବେ: ଦାମ୍‌ ଜାଣିଲେ ଉଡ଼ିଯିବ ହୋଶ୍‌

ନୂଆଦିଲ୍ଲୀ,୧୩।୩: ଟି-୨୦ ବିଶ୍ୱକପ ଜିତିବା ପରଠାରୁ ଟିମ ଇଣ୍ଡିଆ ଅନେକ ଖେଳାଳି ନିରନ୍ତର ଚର୍ଚ୍ଚାରେ ରହିଛନ୍ତି। ବିଶେଷକରି ସଞ୍ଜୁ ସାମସନ ଏବଂ ଇଶାନ କିଶାନ ବହୁତ ଆଲୋଚନାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri