Posted inଖେଳ

ଡୁ’ପ୍ଲେସି ୧୯୯: ଦକ୍ଷିଣ ଆଫ୍ରିକା ୬୨୧

ସେଞ୍ଚୁରିଅନ୍‌ (ଦକ୍ଷିଣ ଆଫ୍ରିକା), ୨୯ା୧୨ (ଏପି)-ସ୍ଥାନୀୟ ସୁପର ସ୍ପୋର୍ଟ ପାର୍କରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ୨୨୫ରନର ବୃହତ୍‌ ଅଗ୍ରଣୀ ଲାଭ କରିଛି। ଜବାବରେ ଭ୍ରମଣକାରୀ ଦଳ ସୋମବାର ଖେଳ ଶେଷ ସୁଦ୍ଧା ୨ଉଇକେଟ ବିନିମୟରେ ୬୫ ରନ କରିଛି। କୁଶାଲ ପେରେରା ୩୩ ଓ ଦୀନେଶ ଚାଣ୍ଡିମଲ ୨୧ ରନ କରି ଅପରାଜିତ ରହିଛନ୍ତି। ତେବେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସଠାରୁ ଶ୍ରୀଲଙ୍କା ଆହୁରି ୧୬୦ରନ ପଛରେ ରହିଛି। ଘରୋଇ ଦଳ ତୃତୀୟ ଦିବସରେ ଏହାର ପୂର୍ବଦିନର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୩୧୭/୪ରୁ ଖେଳ ଆରମ୍ଭ କରିଥିଲା। ଦଳ ୬୨୧ ସ୍କୋରରେ ଅଲଆଉଟ ହୋଇଯାଇଥିଲା। ଶ୍ରୀଲଙ୍କା ଦୁର୍ବଳ ବୋଲିଂର ଫାଇଦା ଉଠାଇ ଫାଫ୍‌ ଡୁପ୍ଲେସି ତାଙ୍କ କ୍ୟାରିୟର ଶ୍ରେଷ୍ଠ ୧୯୯ରନ କରିଥିଲେ। ଏହାଥିଲା ତାଙ୍କର ୧୦ମ ଟେଷ୍ଟ ଶତକ।
ସଂକ୍ଷିପ୍ତ ସ୍କୋର
ଶ୍ରୀଲଙ୍କା ପ୍ରଥମ ଇନିଂସ: ୩୯୬
ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ: ୬୨୧ (ଫାଫ୍‌ ଡୁ’ପ୍ଲେସି-୧୯୯, ଡିନ୍‌ ଏଲ୍‌ଗାର-୯୫, କେଶବ ମହାରାଜ-୭୩, ଟେମ୍ବା ବାଭୁମା-୭୧, ଏଡେନ୍‌ ମାରକ୍ରାମ୍‌-୬୮, ଓ୍ବାନିଣ୍ଡୁ ହସରଙ୍ଗା-୪/୧୭୧, ଦାସୁନ ଶାନକା-୨/୯୮)।
ଶ୍ରୀଲଙ୍କା ଦ୍ୱିତୀୟ ଇନିଂସ: ୬୫/୨ (କୁଶାଲ ପେରେରା-୩୩*, ଲୁନ୍‌ଗି ଏନଗିଡି-୨/୨୮)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri