Dunki Movie Ticket: ମାଗଣାରେ ଦେଖନ୍ତୁ ‘ଡଙ୍କି’; ମିଳୁଛି ଜବରଦସ୍ତ ଅଫର, ଏଭଳି କରନ୍ତୁ ବୁକିଂ

ବମ୍ବେ: ବଲିଉଡ ଅଭିନେତା ଶାହାରୁଖ ଖାନ୍‌ ଏବଂ ତାପସୀ ପନ୍ନୁ ଅଭିନୀତ ଫିଲ୍ମ ‘ଡଙ୍କି’ ରିଲିଜ ହୋଇଛି। ଦିର୍ଘଦିନ ଧରି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଭିନ୍ନ କ୍ରେଜ୍‌ ଥିଲା। ଏହାର ପରିଣାମସ୍ବରୂପ ସିନେମାହଲ୍‌ଗୁଡ଼ିକରେ ଦର୍ଶକଙ୍କ ଗହଳି ଦେଖିବାକୁ ମିଳୁଛି। ତେବେ ଆପଣ ଯଦି ଫିଲ୍ମକୁ ଦେଖିବାକୁ ପ୍ଲାନ କରୁଛନ୍ତି ତେବେ ଆମେ ଆପଣଙ୍କୁ କହିବୁ କିଭଳି ଆପଣ ମାଗଣାରେ ଫିଲ୍ମ ଟିକେଟ ବୁକ୍‌ କରିପାରିବେ।

ଏହି କାମ ଲାଗି ଆପଣଙ୍କୁ ପ୍ରଥମେ ବୁକ୍‌ ମାଇ ଶୋ’ ଆପକୁ ଖୋଲିବାକୁ ହେବ। ଏହାପରେ ଫିଲ୍ମର ବ୍ୟାନ୍‌ରେ କ୍ଲିକ୍‌ କରି ସିନେମା ହଲ ଏବଂ ସିଟ୍‌ ଚୟନ କରନ୍ତୁ। ଏହାପରେ ପେମେଣ୍ଟ ଅପ୍‌ଶନ ଆସିବ। ପେମେଣ୍ଟ ପେଜ୍‌ରେ ଆପଣ ମୋର୍‌ ପେମେଣ୍ଟ ଅପ୍‌ଶନ୍‌କୁ ଯାଆନ୍ତୁ। ପରେ ଆସନ୍ତା ପେଜ୍‌ରେ ରିଡେମ୍‌ ପଏଣ୍ଟ୍ସ ଅପଶନ୍‌ ଆସିବ। ଏଠାରେ କ୍ଲିକ୍‌ କରିବା ପରେ ବ୍ୟାଙ୍କିଂ ପାଟର୍ନରର ତାଲିକା ଆସିବ। ଏହି ତାଲିକାରେ ନିଜ ବ୍ୟାଙ୍କ ଚୟନ କରନ୍ତୁ। ବ୍ୟାଙ୍କ ଚୟନ କରିବା ପରେ କ୍ରେଡିଟ ଏବଂ ଡେବିଟ ଉଭୟ କାର୍ଡ ଅପଶନ ଆସିବ।

ମନେରଖନ୍ତୁ, ଯଦି ଆପଣ ବୁକ୍‌ ମାଇ ଶୋ’ ଆପ୍‌ରେ କରୁଛନ୍ତି ବୁକିଂ ତେବେ ଆପଣଙ୍କୁ ଡେବିଟ୍‌ କାର୍ଡର ଶେଷ ଚାରି ଅଙ୍କ ଦେବାକୁ ହେବ। ନଚେତ ଶୋ’ର ଅଫିସିଆଲ ଓ୍ବେବସାଇଟ୍‌ରୁ ବୁକିଂ କଲେ ଆପଣଙ୍କୁ ପୁରା ନମ୍ବର ଦେବାକୁ ହେବ।

କାର୍ଡ ଏବଂ ନମ୍ବର ଦେବା ପରେ ଚେକ୍‌ ବାଲନ୍ସ ଚୟନ କରନ୍ତୁ। ପରେ ଆପଣଙ୍କୁ ପଏଣ୍ଟ୍ସ ନଜର ଆସିବ। ଏହି ପଏଣ୍ଟଗୁଡ଼ିକ ଆପଣଙ୍କୁ କାର୍ଡ ବ୍ୟବହାର କରିବା ସମୟରେ ମିଳିଥିବ। ଏହି ପଏଣ୍ଟ ଜରିଆରେ ଆପଣ ମାଗଣାରେ ଟିକେଟ କ୍ରୟ କରିପାରିବେ।

Share