ଡଙ୍ଗରିଆଙ୍କୁ ରୋଜଗାର ଦେଉଛି ସିଆଳି ପତ୍ର

ବିଷମ କଟକ,୫ା୫(ଡି.ଏନ୍‌.ଏ.): ନିୟମଗିରି ପାହାଡରେ ଆଦିମ ଜନଜାତି ସମ୍ପ୍ରଦାୟର ଲୋକେ ବସବାସ କରି ଆସୁଛନ୍ତି। ପାହାଡ଼ ଉପରେ ରାୟଗଡ଼ା ଜିଲା ଅଧୀନ ୩ଟି ବ୍ଲକ ଅନ୍ତର୍ଗତ ପ୍ରାୟ ୮ଟି ପଞ୍ଚାୟତର ୯୯ ଖଣ୍ଡ ଗାଁ ରହିଛି। ଏସବୁ ଗାଁରେ ୧୦ହଜାରରୁ ଉର୍ଦ୍ଧ ଲୋକେ ବସବାସ କରନ୍ତି। ଏମାନେ ମୁଖ୍ୟତଃ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରି ଚଳିଥାନ୍ତି। ବଜାରରେ ଜଙ୍ଗଲଜାତ ଦ୍ରବ୍ୟର ଚାହିଦା ବଢ଼ୁଥିବାରୁ ଆଦିମ ଜନଜାତି ମଧ୍ୟ କେତେକାଂଶରେ ଉପକୃତ ହେଉଛନ୍ତି। ନିୟମଗିରି ପାହାଡ଼ରେ ରହୁଥିବା ଜନଜାତି ଡଙ୍ଗରିଆମାନେ ସିଆଳି ପତ୍ର ସଂଗ୍ରହ କରି ତାହାକୁ ବିକି କିଛି ଅର୍ଥ ପାଉଛନ୍ତି। ଅନ୍ୟପଟେ ସିଆଳି ପତ୍ରର ବହୁଳ ବ୍ୟବହାjର ପାଇଁ ଡଙ୍ଗରିଆ ଉନ୍ନୟନ ସଂସ୍ଥା ପ୍ରୋତ୍ସହିତ କରୁଛି।
ପ୍ରାୟତଃ ଡଙ୍ଗରିଆ ସମ୍ପ୍ରଦାୟର ମହିଳାମାନେ ସିଆଳି ପତ୍ର ତୋଳି ଥାଆନ୍ତି। ଦିନକ ଆଗରୁ ଏହି ପତ୍ର ତୋଳି ଗୋଟିଏ ବିଡାରେ ୪ଟି ପତ୍ର ହିସାବରେ ବାନ୍ଧିଥାନ୍ତି। ପରେ ସେମାନେ ତାହାକୁ ୨ରୁ ୩ ଦିନ ପର୍ଯନ୍ତ ପ୍ରତ୍ୟେକ ସାହି ଗଳି ବୁଲି ବିକ୍ରି କରନ୍ତି। ଘରୋଇ ମହିଳାମାନେ ଏହି ପତ୍ର କିଣି ଖଲି ଓ ଦନା ପ୍ରସ୍ତୁତ କରି ବଜାରରେ ବିକ୍ରି କରନ୍ତି। ଜଙ୍ଗଲରେ ସିଆଳି ପତ୍ର ୩ରୁ ୪ ମାସ ପର୍ଯ୍ୟନ୍ତ ମିଳିଥାଏ। ଡଙ୍ଗରିଆ ମହିଳାମାନେ ପତ୍ରକୁ କଞ୍ଚାରେ ଓ ଶୁଖିବା ପରେ ବି ବିଡାବାନ୍ଧି ବର୍ଷା ଦିନେ ବିକି ଗୁଜୁରାଣ ମେଣ୍ଟାଉଛନ୍ତି। କାଗଜ ଓ ପ୍ଲାଷ୍ଟିକର ବିକଳ୍ପ ଭାବେ ସିଆଳି ପତ୍ରର ଚାହିଦା ଆହୁରି ବଢାଇବା ପାଇଁ ପ୍ରତ୍ୟେକ ଗାଁରେ ମହିଳା ଗୋଷ୍ଠୀକୁ ଡିକେଡି ହେଉ କି ଓଟିଏଲ୍‌ପି ସଂସ୍ଥା ମାଧ୍ୟମରେ ଆଧୁନିକ ପ୍ରଣାଳୀରେ ବଜାରରେ କିଭଳି ଅଧିକରୁ ଅଧିକ ଚାହିଦା ରହିବ ଏହାକୁ ଆଖିରେ ରଖି ଉନ୍ନତମାନର ଖଲି ଓ ବିଭିନ୍ନ ଠୁଙ୍ଗା ପ୍ରସ୍ତୁତ କରାଯାଉଛି। ରାୟଗଡା, କୋରାପୁଟ, ନବରଙ୍ଗପୁର ଜିଲାରେ ଓରମାସ୍‌ ପକ୍ଷରୁ ପ୍ଲାଣ୍ଟ କରିବା ପାଇଁ ପ୍ରସ୍ତାବ ଆଗତ କରଯାଇଛି। ସିଆଳି ଗଛ ମହୁ ଚାଷ ପାଇଁ ଆବଶ୍ୟକ ହୋଇଥାଏ। ଏହାର ମଞ୍ଜି ମଧ୍ୟ ବଜାରରେ ବିକ୍ରି ହୁଏ। ସିଆଳି ଲତାରେ ପ୍ରସ୍ତୁତ କରାଯାଉଥିବା ଦଉଡିିରେ ଡଙ୍ଗରିଆମାନେ ଖଟ ତିଆରି କରନ୍ତି । ବନ ବିଭାଗ ଅଧିକାରୀ ପ୍ରସନ୍ନ କୁମାର ମିଶ୍ର କହିଛନ୍ତି, ସିଆଳି ଗଛ ବହୁତ ଉପକାରୀ। ଏହା ଅନେକଙ୍କୁ ସ୍ବାବଲ୍ମବୀ କରିପାରୁଛି। ଡିକେଡି, ଓପିଲିପି ପ୍ରୋଗ୍ରାମ ମ୍ୟାନେଜର ସୁଦର୍ଶନ ପାଢୀ କହିଛନ୍ତି, ମହିଳାମାନେ ଯେଭଳି ସିଆଳି ପତ୍ରରେ ଉନ୍ନତମାନର ଖଲି ଓ ଠୁଙ୍ଗା ତିଆରି କରି ବଜାରରେ ବିକି ପାରିବେ ଦୃଷ୍ଟିରେ ରଖି କାଦ୍ରାଗୁମା ଓ ଭାଟିଗୁମାରେ ମହିଳା ଗ୍ରୁପକୁ ଅତ୍ୟାଧୁନିକ ମେଶିନ ଯୋଗାଇ ଦିଆଯାଇଛି। ଆଗକୁ ଏଥିପ୍ରତି ଅଧିକ ଗୁରୁତ୍ୱ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଚାଷୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ  ମଙ୍ଗଳବାର ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri