Categories: ବାଣିଜ୍ୟ

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଦ୍ୱାରା ଡୁଏଲ୍‌ ସିଷ୍ଟମ ଟ୍ରେନିଂ

ଭୁବନେଶ୍ୱର,୭।୯: ଆର୍ସଲର ମିତ୍ତଲ-ନିପ୍ପନ୍‌ ଷ୍ଟିଲ୍‌ ଇଣ୍ଡିଆ (ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ) ଏହାର ଦକ୍ଷତା ଉନ୍ନୟନ କାର୍ଯକ୍ରମ ଅଧୀନରେ ଏକ ସିଏସ୍‌ଆର୍‌ ପଦକ୍ଷେପକୁ ତ୍ୱରାନ୍ବିତ କରିବାକୁ ଯାଇ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ, କୋଇଡା ସହ ବୁଝାମଣାପତ୍ର ତଥା ଏମ୍‌ଓୟୁ ସ୍ବାକ୍ଷର କରିଛନ୍ତି। ଷ୍ଟୋନ୍‌ ପ୍ରୋସେସିଂ ମେଶିନ ଅପରେଟରମାନଙ୍କ ପାଇଁ ଡୁଏଲ୍‌ ସିଷ୍ଟମ ତାଲିମ ଦେବା ପାଇଁ ଏହି ଏମ୍‌ଓୟୁ ସ୍ବାକ୍ଷର କରାଯାଇଛି। ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଏହି ପଦକ୍ଷେପ ମାଧ୍ୟମରେ ଭିତ୍ତିିଭୂମିର ନବୀକରଣ,ଛାତ୍ରୀଛାତ୍ର ଓ କର୍ମଚାରୀଙ୍କୁ ଶିଳ୍ପ ଏକ୍ସପୋଜର ସୁଯୋଗ ପ୍ରଦାନ, ଶିଳ୍ପ ପାଇଁ ଛାତ୍ରୀଛାତ୍ରଙ୍କୁ ପ୍ରସ୍ତୁତ କରିବା ପାଇଁ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ(ଆଇଟିଆଇ)ରେ ଶିଳ୍ପ ଆଧାରିତ ଆଡ୍‌-ଅନ୍‌ ପାଠ୍ୟକ୍ରମ ପ୍ରଦାନ ସହିତ ପ୍ରଶିକ୍ଷଣରେ ଗୁଣାମତ୍କ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଛି। ଏ ସମ୍ପର୍କରେ ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ସିଏସ୍‌ଆର୍‌ ମୁଖ୍ୟ ବିକାଶ ୟାଦଭେନ୍ଦୁ କହିଛନ୍ତି, ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଏକ ଦାୟିତ୍ୱବାନ କର୍ପୋରେଟ ଏବଂ ସରକାରୀ ଆଇଟିଆଇ କୋଇଡା ସହ ଜଡ଼ିତ ହୋଇ ଆମେ ବହୁତ ଖୁସି। ସକ୍ରିୟ ସହଯୋଗ ମାଧ୍ୟମରେ ଆମେ ଏହି ଅଞ୍ଚଳରେ ଖଣି ଓ ଧାତୁ ଶିଳ୍ପ ପାଇଁ ଆବଶ୍ୟକ ମାନବ ଶକ୍ତି ସୃଷ୍ଟି କରିବାରେ ସାହାଯ୍ୟ କରିବୁ।

Share