Categories: ଫୁରସତ

କରୋନାକୁ ଦୁର୍ବଳ କରୁଛି ଶରୀରର ଏହି ଭିଟାମିନ୍‌: ଏସବୁ ଦେଶରେ ମୃତ୍ୟୁ ସଂଖ୍ୟା ଯଥେଷ୍ଟ କମ୍‌

ସମଗ୍ର ବିଶ୍ୱରେ କରୋନା କାୟା ବୃଦ୍ଧି ପାଇବାରେ ଲାଗିଛି। ଏପରିସ୍ଥିତିରେ କିଛି ଦେଶରେ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ କିଛି ଦେଶରେ ଏହା ବହୁତ କମ୍‌ ରହିଛି। ଏପରି ହେବା ପଛର କାରଣଟି ହେଲା ଲୋକଙ୍କ ଶରୀରରେ ଥିବା ଭିଟାମିନ୍‌ ଡି। କମ୍‌ ମୃତ୍ୟୁ ସଂଖ୍ୟା ଥିବା ଦେଶଗୁଡ଼ିକରେ ରୋଗୀମାନଙ୍କ ଦେହରେ ଭିଟାମିନ୍‌ ଡି ପରିମାଣ ଅଧିକ ରହିଥିଲା। ଫଳରେ କରୋନା ଭୂତାଣୁ ତାଙ୍କର ବିଶେଷ କିଛି କ୍ଷତି କରିପାରି ନ ଥିଲା। ଅପରପକ୍ଷେ ଯେଉଁ ଦେଶରେ ଭିଟାମିନ୍‌ ଡି କମ୍‌ ଥିଲା ସେଠାରେ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।

ସେଭଳି ଦେଶରେ ରହିଛି ନରଓ୍ବେ, ଡେନ୍‌ମାର୍କ, ଫିନ୍‌ଲ୍ୟାଣ୍ଡ, ସ୍ବିଡେନ୍‌ ଆଦି। ଏଠାରେ ଭିଟାମିନ୍‌ ଡି ଲୋକଙ୍କ ରକ୍ଷା କବଚ ପାଲଟିଲା। ଫଳରେ ସଂକ୍ରମିତ ହେଉଥିବା ବ୍ୟକ୍ତିବିଶେଷ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଲେ। ୟୁରୋପର ବୈଜ୍ଞାନିକ୍‌ମାନଙ୍କ ଏକ ଟିମ୍‌ ଗବେଷଣା କରି ଏହି ନିଷ୍କର୍ସରେ ପହଞ୍ଚିଛି। ଭିଟାମିନ୍‌ ଡି କମ୍‌ ଥିବା ଯୋଗୁ ୟୁରୋପୀୟ ଦେଶଗୁଡ଼ିକ ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଥିବା ବୈଜ୍ଞାନିକମାନେ କହିଛନ୍ତି। ଏହି ଦେଶଗୁଡ଼ିକ ମଧ୍ୟରେ ସ୍ପେନ୍‌, ଫ୍ରାନ୍ସ, ଇଟାଲୀ, ବ୍ରିଟେନ୍‌ ରହିଛି। ସେହିଭଳି ଆମେରିକା, ଭାରତ ଏବଂ ଚୀନରେ ଲୋକମାନଙ୍କ ଦେହରେ ଭିଟାମିନ୍‌ ଡି ପର୍ଯ୍ୟାପ୍ତ ପରିମାଣରେ ନ ଥାଏ। ଏଣୁ ଏଠାରେ ମଧ୍ୟ ଅଧିକ ଲୋକ ସଂକ୍ରମିତ ହେବା ସହ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ଘଟୁଛି।

ନରଓ୍ବେ, ଫିନ୍‌ଲ୍ୟାଣ୍ଡ ଏବଂ ସ୍ବିଡେନ୍‌ର ଭୌଗଳିକ ସ୍ଥିତିକୁ ନେଇ ସେଠାରେ ସୂର୍ଯ୍ୟଙ୍କ ହାନିକାରକ ରଶ୍ମୀ କମ୍‌ ପଡ଼ିଥାଏ। ହେଲେ ଲୋକମାନେ ଦୁଗ୍ଧ ଜାତୀୟ ପଦାର୍ଥ ଅଧିକ ସେବନ କରିଥାନ୍ତି। ଏହାକୁ ଦେଖି ଅତି କମ୍‌ରେ ୨୦ ମିନିଟ ପର୍ଯ୍ୟନ୍ତ ଖରାରେ ବସିବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି।

Share