କୋଭିଡ୍‌ ହସ୍ପିଟାଲ ହେଉ ଟ୍ରମା କେୟାର ସେଣ୍ଟର

ନିଶ୍ଚିନ୍ତକୋଇଲି, ୧୩ା୧୦(ସ୍ବ.ପ୍ର): ଦୁଇ ବର୍ଷରୁ ଊର୍ଦ୍ଧ୍ୱ କରୋନା ମହାମାରୀ ସମଗ୍ର ବିଶ୍ୱକୁ ଆତଙ୍କିତ କରି ରଖିଥିବା ବେଳେ ଗତ ୯ରୁ୧୦ ମାସ ହେବ ଏହାର ପ୍ରକୋପ ହ୍ରାସ ପାଇଛି। ସ୍ବାଭାବିକ ହୋଇଛି ଜୀବନ ଯାତ୍ରା। କିନ୍ତୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ନ ହେବାରୁ ସରକାରୀ ଅର୍ଥ ପାଣିରେ ପଡ଼ିବା ସଦୃଶ ହୋଇଛି। ଏପରି ଏକ ନଜିର ରହିଛି କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ କେନ୍ଦୁପାଟଣା ନିୟନ୍ତ୍ରିତ ବଜାର କମିଟି ପରିସରରେ। ୧୦ ମାସ ତଳେ ଲୋକାର୍ପିତ ହୋଇଥିବା କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ନ ହୋଇ ପଡିରହିଛି। ଏହି ହସ୍ପିଟାଲକୁ ସାଧାରଣ ହସ୍ପିଟାଲ ତଥା ଟ୍ରମା କେୟାର ସେଣ୍ଟର ଭାବେ କାର୍ଯ୍ୟକ୍ଷମ କରିବାକୁ ଦାବି ହୋଇଛି।

ସୂଚନା ଅନୁଯାୟୀ, କେନ୍ଦୁପାଟଣା ନିୟନ୍ତ୍ରିତ ବଜାର କମିଟି ପରିସରରେ ୧୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ କୋଭିଡ ହସ୍ପିଟାଲ ଜାନୁୟାରୀ ୭ରେ ମାହାଙ୍ଗା ବିଧାୟକ ପ୍ରତାପ ଜେନା ଏବଂ କଟକ ଜିଲାପାଳ ଭବାନି ଶଙ୍କର ଚଇନି ଲୋକାର୍ପଣ କରିଥିଲେ। ଆମେରିକାନ ଇଣ୍ଡିଆନ ଫାଉଣ୍ଡେଶନ ଓ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଏହି ପୋର୍ଟେବୁଲ ହସ୍ପିଟାଲ ପାଇଁ ୧ କୋଟି ୨୩ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଥିଲା। ବ୍ଲକ ପକ୍ଷରୁ ହସ୍ପିଟାଲ ଚତୁଃପାର୍ଶ୍ୱ ତଥା ଭିତ୍ତିଭୂମିର ବିକାଶ ପାଇଁ ୬୦ ଲକ୍ଷ ଟଙ୍କା ବିନିଯୋଗ ହୋଇଥିବା ଏକ ନିର୍ଭର ଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି। ତେବେ ବାକିଆ ଟଙ୍କା ଅଦ୍ୟାବଧି ବିନିଯୋଗ ହୋଇନାହିଁ କିମ୍ବା ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଯଦି ଭିତ୍ତିଭୂମି ସମ୍ପୂର୍ଣ୍ଣ ବିକଶିତ ହୋଇ ନ ଥିଲା, ତେବେ କାହିଁକି ଏହାକୁ ଲୋକାର୍ପଣ କରାଯାଇଥିଲା ବୋଲି ପ୍ରଶ୍ନ ଉଠିଛି। ଉକ୍ତ ହସ୍ପିଟାଲରେ ୮ ଆଇସିୟୁ ବେଡ, ୨୬ ଅକ୍ସିଜେନ ବେଡ, ୬୬ ସାଧାରଣ ବେଡ ଓ ୨ ଡାକ୍ତର ଚାମ୍ବର ରହିଛି। ହସ୍ପିଟାଲଟି ବିଦ୍ୟୁତକରଣ ହୋଇଥିବା ବେଳେ ପାନୀୟ ଜଳ ପରିମଳ, ପରୀକ୍ଷା ନିରୀକ୍ଷା ପାଇଁ ଲାବୋରେଟୋରି ଓ ସୁରକ୍ଷା ପାଇଁ ପାଚେରି କାର୍ଯ୍ୟ ଅଧାପାନ୍ତରିଆ ହୋଇରହିଛି। ଏହି ଡାକ୍ତରଖାନାଟି ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତତ୍ତ୍ୱାବଧାନରେ ଥିଲେ ହେଁ ଏହା କାର୍ଯ୍ୟକ୍ଷମ ହେଉ ନ ଥିବାରୁ ଭୂତକୋଠିରେ ପରିଣତ ହେବାକୁ ବସିଲାଣି। ହସ୍ପିଟାଲରେ ଆମେରିକାନ ଇଣ୍ଡିଆନ ଫାଉଣ୍ଡେଶନ ପକ୍ଷରୁ ଗୃହ ଓ ଆନୁଷଙ୍ଗିକ ଜିନିଷପତ୍ର ମହଜୁଦ ଥିଲେ ହେଁ ଏହା ସାଧାରଣ ଲୋକଙ୍କ କୌଣସି କାମରେ ଆସୁନାହିଁ। କଟକ-ଚାନ୍ଦବାଲି ରାସ୍ତାରେ ଦୈନନ୍ଦିନ ଦୁର୍ଘଟଣା ଘଟୁଛି। କେନ୍ଦ୍ରାପଡ଼ାରୁ କଟକ ମଧ୍ୟରେ କୌଣସି ସ୍ଥାନରେ ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କ ତ୍ୱରିତ ସେବା କିମ୍ବା ଟ୍ରମା କେୟାର ସେଣ୍ଟର ନ ଥିବାରୁ ଏହି କୋଭିଡ ହସ୍ପିଟାଲକୁ ସରକାର ରୂପାନ୍ତରଣ କରିବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri