ଆର୍ଥିକ ସଙ୍କଟ ଯୋଗୁ ବଢୁଛି ଗଣିକା ବୃତ୍ତି, ଚିନ୍ତାରେ ସରକାର…

କଲମ୍ବୋ, ୩୦।୭ : ଅର୍ଥିକ ସଙ୍କଟ ଘେରି ରହିଥିବା ଶ୍ରୀଲଙ୍କା ସାମ୍ନାରେ ଏକ ନୂତନ ଆହ୍ବାନ ସୃଷ୍ଟି ହୋଇଛି। ଚାକିରୀ ହରାଇଥିବା ଅଧିକାଂଶ ମହିଳା ବର୍ତ୍ତମାନ ରୋଜଗାର ପାଇଁ ଗଣିକା ବୃତ୍ତି ଆପଣେଇବାକୁ ହେବାକୁ ବାଧ୍ୟ ହେଉଛନ୍ତି। ଏନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

ସଙ୍କଟର ସମ୍ମୁଖୀନ ହେଉଥିବା ଦେଶର ୨୨ ନିୟୁତ ଲୋକ ସେମାନଙ୍କ ଜୀବିକା ପାଇଁ ସଂଘର୍ଷ କରୁଛନ୍ତି। ଲୋକମାନେ ଦାରିଦ୍ର୍ୟର ଶିକାର ହେଉଛନ୍ତି। ଶ୍ରୀଲଙ୍କାରେ ସାମ୍ପ୍ରତିକ ପରିସ୍ଥିତିରେ ଅନେକ ପରିବାରଙ୍କ ସମ୍ମୁଖରେ ବଞ୍ଚିବା କଷ୍ଟକର ହୋଇପଡିଛି। ବହୁ ସଂଖ୍ୟକ ଲୋକ ପରିବାର ଚଳାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖାଦ୍ୟ ଏବଂ ଅନ୍ୟାନ୍ୟ ଜରୁରୀ ଜିନିଷ ଯୋଗାଡ଼ କରିବା ମଧ୍ୟ କଷ୍ଟସାଧ୍ୟ ହେବାରେ ଲାଗିଛି।

ଏହି ଭୟଙ୍କର ପରିସ୍ଥିତି ଯୋଗୁ ସାରା ଦେଶରେ ଗଣିକାଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଷ୍ଟାଣ୍ଡ ଅପ ମୁଭମେଣ୍ଟ ଲଙ୍କା ଅନୁଯାୟୀ ଗତ କିଛି ମାସ ମଧ୍ୟରେ ଗଣିକା ବ୍ୟବସାୟ ୩୦ ପ୍ରତିଶତ ବୃଦ୍ଧି ଘଟିଛି। ରୋଜଗାର ପାଇଁ ମହିଳାମାନେ ଯୌନକର୍ମୀ ହେବାକୁ ବାଧ୍ୟ ହୋଇଛନ୍ତି। ଷ୍ଟାଣ୍ଡ ଅପ ମୁଭମେଣ୍ଟ ଲଙ୍କା ଗୋଷ୍ଠୀ ଯୌନକର୍ମୀଙ୍କ ଅଧିକାର ପାଇଁ କାର୍ଯ୍ୟ କରିଥାଏ।

ସ୍ପା ଏବଂ ଓ୍ବେଲନେସ୍‌ ସେଣ୍ଟର ନାମରେ ଗଣିକା କାରବାର କରାଯାଉଛି। ଅଧିକାଂଶ ମହିଳା କହିଛନ୍ତି ଯେ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ଦିନକୁ ତିନିଥର ଖାଦ୍ୟ ଯୋଗାଡ଼ କରିବା ପାଇଁ ସେମାନଙ୍କ ପାଖରେ ଅନ୍ୟ କୌଣସି ଉପାୟ ନାହିଁ।

ଷ୍ଟାଣ୍ଡ ଅପ ମୁଭମେଣ୍ଟ ଲଙ୍କା ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶିଲା ଡାଣ୍ଡେନିଆ କହିଛନ୍ତି ଯେ ଅର୍ଥନୈତିକ ସଙ୍କଟ କାରଣରୁ ବହିଷ୍କୃତ ହେବା ପରେ ବୟନ ଶିଳ୍ପରେ କାର୍ଯ୍ୟ କରୁଥିବା ମହିଳାମାନେ ଏବେ ଗଣିକା ଭାବେ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନର ସଙ୍କଟ ଅନେକ ମହିଳାଙ୍କୁ ଗଣିକା ହେବା ପାଇଁ ବାଧ୍ୟ କରିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ବୟନ ଶିଳ୍ପରୁ ଆସିଛନ୍ତି। କରୋନା ପରଠାରୁ ଏହି ଶିଳ୍ପ ବହୁତ ପ୍ରଭାବିତ ହୋଇଛି। ଅନେକ ଲୋକ ଚାକିରି ହରାଇଲେ। ବର୍ତ୍ତମାନ ଏହି ଲୋକମାନେ ଜୀବିକା ନିର୍ବାହ ପାଇଁ ଏଭଳି କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି।

ଯେଉଁ ମହିଳାମାନେ ମାସକୁ ପୂର୍ବରୁ ୨୦ରୁ ୩୦ ହଜାର ଶ୍ରୀଲଙ୍କା ମୁଦ୍ରା ରୋଜଗାର କରୁଥିଲେ ଏବେ ସେମାନଙ୍କୁ ଗଣିକାବୃତ୍ତିରୁ ଦିନକୁ ପ୍ରାୟ ୧୫ ହଜାରରୁ ୨୦ ହଜାର ଶ୍ରୀଲଙ୍କା ମୁଦ୍ରା ମିଳୁଛି। ତେଣୁ ସେମାନେ ଗଶିକା ବୃତ୍ତିକୁ ଆଦରି ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଇରାନ-ଆମେରିକା ଯୁଦ୍ଧ ଭିତରେ ପଶିଲା ଚାଇନା, କହିଦେଲା ଏତେ ବଡ଼ କଥା, ଟ୍ରମ୍ପ ଛାନିଆ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଚାଇନା ଇରାନ ବିରୁଦ୍ଧରେ ଆମେରିକାର ଆକ୍ରମଣକୁ ନିନ୍ଦା କରିଛି। ଚାଇନା ସ୍ପଷ୍ଟ ଭାବରେ କହିଛି ଯେ ଇରାନ ବିରୁଦ୍ଧରେ ସାମରିକ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଜରୁରୀକାଳୀନ ପରିସ୍ଥିତି, ସ୍ମାର୍ଟ ଲକଡାଉନ୍‌… ଇରାନ ଯୁଦ୍ଧ ଯୋଗୁ ଘୋର ସଙ୍କଟରେ ଏହି ସବୁ ଦେଶ

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଆଉ ଏହି ତିନୋଟି ଦେଶ ମଧ୍ୟରେ ସୀମିତ ନାହିଁ। ତେଲ ଏବଂ ଗ୍ୟାସ ଯୋଗାଣରେ ବାଧା…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

ଏଣିକି ଗୁଳିର ଜବାବ ଗୁଳିରେ ଦେବୁ: ଲୋକ ସଭାରେ କାହିଁକି ଏମିତି କହିଲେ ଅମିତ ଶାହା

ନୂଆଦିଲ୍ଲୀ,୩୦।୩: ଲୋକ ସଭାରେ ‘ନକ୍ସଲମୁକ୍ତ ଭାରତ’ ସମ୍ପର୍କରେ ଆଲୋଚନାରେ ଭାଗ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ଯେ,…

ତହସିଲଦାରଙ୍କୁ ବିଧାୟିକା ସ୍ବାମୀଙ୍କ ହତ୍ୟା ଧମକ ମାମଲା: ୱାରେଣ୍ଟ ପାଇଁ କୋର୍ଟରେ ଆବେଦନ କଲା ପୋଲିସ

ଭବାନୀପାଟଣା,୩୦।୩(ଉତ୍ତମ କୁମାର ଦାଶ): ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ତହସିଲଦାରଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ କଳାହାଣ୍ଡି ଜିଲା ନର୍ଲା ବିଜେଡି ବିଧାୟିକା ମନୋରମା…

ପାକିସ୍ତାନର ଖୋଲିଗଲା ପୋଲ୍‌: ଯୁଦ୍ଧ ନାଁରେ କରୁଛି ଏହି କାମ, ସାମ୍ନାକୁ ଆସିଲା ସାଂଘାତିକ କଥା

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ସହିତ ଚାଲିଥିବା ସଂଘର୍ଷରେ ଯୁଦ୍ଧବିରାମ ପାଇଁ ପାକିସ୍ତାନ ପଦକ୍ଷେପ ନେଉଛି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ମଧ୍ୟରେ ପାକିସ୍ତାନ ନିଜକୁ ଏକ ଶାନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri