ପାଣି ଅଭାବରୁ ତଳିଘେରା ଫାଟି ଆଁ

ନବରଙ୍ଗପୁର, ୧୨।୭ (ସଦାଶିବ ପ୍ରହରାଜ): ଶ୍ରାବଣରେ ବର୍ଷା ଉଭାନ। ନବରଙ୍ଗପୁର ଜିଲାରେ ଶ୍ରାବଣ ମାସରେ ଭୀଷଣ ଗୁଳୁଗୁଳି ହେଉଛି। ଜୁନ୍‌ ଓ ଜୁଲାଇରେ ଅତି କମ୍‌ ପରିମାଣର ବର୍ଷା ଯୋଗୁ ତଳି ଘେରା ଫାଟି ଆଁ କଲାଣି। ଜଳସେଚନ ବିହୀନ ନବରଙ୍ଗପୁର ଜିଲାରେ ଚାଷୀ ବର୍ଷା ଅଭାବରୁ ମୁଣ୍ଡରେ ହାତ ଦେଇ ବସିଛି।
ନବରଙ୍ଗପୁର ଜିଲାରେ ଚଳିତ ବର୍ଷ ୧ ଲକ୍ଷ ୪ ହଜାର ହେକ୍ଟରରେ ଧାନ ଚାଷ ପାଇଁ କୃଷି ବିଭାଗ ଲକ୍ଷ୍ୟ ରଖିଛି। ଜିଲାରେ ଗତ ଜୁନ୍‌ ମାସରେ ହାରାହାରି ୧୨୪ ମି.ମି. ବର୍ଷା ହୋଇଥିଲା। ଜୁଲାଇ ମାସରେ ଆଦୌ ବର୍ଷା ନାହିଁ କହିଲେ ଚଳେ। ଜୁଲାଇ ମାସର ୧୦ ଦିନ ବିତିଲା। ଜୁଲାଇ ୫ ରୁ ୮ ତାରିଖ ମଧ୍ୟରେ ୪ ଦିନରେ ସ୍ବଳ୍ପ ବୃଷ୍ଟିପାତ ହେବା ସହ ଜିଲାରେ ହାରାହାରି ୪୪ ମି.ମି. ବର୍ଷା ହୋଇଛି। ଗତ ବର୍ଷ ଜୁନ୍‌ରେ କମ୍‌ ବର୍ଷା ହୋଇଥିଲେ ମଧ୍ୟ ଜୁଲାଇରେ ୧୦ ଦିନ ମଧ୍ୟରେ ନିୟମିତ ଭାବେ ହାରାହାରି ୧୬୦ ମି.ମି. ବର୍ଷା ହୋଇଥିଲା। ଫଳରେ ଧାନରୁଆ କାମ ହୋଇପାରିଥିଲା। ଏବେ ବର୍ଷା ତ ଦୂରର କଥା। ଧାରା ଶ୍ରାବଣରେ ଟାଇଁଟାଇଁ ଖରା ହେଉଛି। ତଳି କିଆରିରେ ପାଣି ଅଭାବରୁ ତଳିଘେରା ଫାଟି ଆଁ କଲାଣି। ଯଦି ୩ରୁ ୪ ଦିନ ମଧ୍ୟରେ ବର୍ଷା ନ ହୁଏ ତେବେ ତଳି ପୋଡ଼ିଯିବା ଆଶଙ୍କା ରହିଛି। ଜିଲାରେ କେବଳ ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ଥିବା ଜମିରେ ହିଁ ଧାନଚାଷ ହୋଇଛି। ଉଠାଜଳସେଚନ ପ୍ରକଳ୍ପ ଓ ବଡ଼ ବଡ଼ ଜଳାଶୟ ପାଣିରେ ଜିଲାରେ ଧାନ ରୁଆ ମାତ୍ର ପ୍ରାୟ ୧୫% ସରିଛି। ଯଦି ଏହିଭଳି ପାଣିପାଗ ରହେ ତାହା ଧାନ ଉତ୍ପାଦନରେ ବିଶେଷ ପ୍ରଭାବ ପକାଇବ।
ନବରଙ୍ଗପୁର ଜିଲାରେ ଅଧିକାଂଶ ଜମି ଢିପ ଅଞ୍ଚଳରେ ରହିଛି। ଜିଲାରେ ଧାନଚାଷ ହେଉଥିବା ମୋଟ ପ୍ରାୟ ୧ଲକ୍ଷ ୪ହଜାର ହେକ୍ଟର ଜମି ମଧ୍ୟରୁ ଡିପ ଜମି ୩୮୮୭୩ ହେକ୍ଟର। ମଧ୍ୟମ ଧରଣର ଜମି ୩୮୩୪୨ ଓ ଖାଲୁଆ ଜମି ୨୯ ହଜାର ୧ଶହ ହେକ୍ଟର। ମୋଟ ଜମିର ପ୍ରାୟ ୭୦ ପ୍ରତିଶତ ଜମି ଢିପ ଓ ମଧ୍ୟମ ଧରଣର। ଜଳସେଚନର ସୁବିଧା ନ ଥିବାରୁ ଅଧିକାଂଶ ଜମି ବର୍ଷାପାଣି ଉପରେ ନିର୍ଭର। ଜଳସେଚନ କହିଲେ କେବଳ ଉଠାଜଳସେଚନ ପ୍ରକଳ୍ପ ହିଁ ସାହାଭରସା। ଜୁନ୍‌ ଓ ଜୁଲାଇରେ ସ୍ବାଭାବିକ ବର୍ଷା ହେଲେ ଚାଷୀ ସେହି ବର୍ଷାପାଣିରେ ଧାନ ରୁଆ କାମ ସାରିଥାଏ। ଜିଲାରେ ଜୁଲାଇ ଓ ଅଗଷ୍ଟରେ ଅଧିକ ବର୍ଷା ହୋଇଥାଏ। ଏହା ପୂର୍ବରୁ ଧାନଚାଷ ହେଲେ ଭଲ ଅମଳ ହୋଇଥାଏ। ନଭେମ୍ବର ସୁଦ୍ଧା ଧାନ ଅମଳ ହୋଇଥାଏ। ସାଧାରଣତଃ ଜିଲାରେ ଚାଷୀ ଜୁନ୍‌ ଶେଷ ସପ୍ତାହ ରଥଯାତ୍ରାରେ ଧାନରୁଆ କାମ ଆରମ୍ଭକରି ଜୁଲାଇ ୩ୟ ସପ୍ତାହ ସୁଦ୍ଧା ଧାନ ବେଉଷଣା କାମ ସାରୁଥିଲା। ଧାନ ଗଛକୁ ଅତି କମ୍‌ରେ ୨ ଇଞ୍ଚ ପାଣି ଆବଶ୍ୟକ ପଡିଥାଏ। କମ୍‌ ପାଣି କେବଳ ଆର୍ଦ୍ରତା ଥିବା ଜମିରେ ସାର ପ୍ରୟୋଗ କଲେ ମାଟି ଟାଣ ହେବା ସହ ଧାନ ଚାଷର କ୍ଷତି ହେବ। ତେବେ ନବରଙ୍ଗପୁର ଏକ କୃଷି ପ୍ରଧାନ ଜିଲା । ମୁଖ୍ୟତଃ ଧାନ, ଆଖୁ ଓ ମକା ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ରହିଛି। ଜିଲାରେ ୬୦ ହଜାର ହେକ୍ଟର ମକା ଓ ୫ ହଜାର ହେକ୍ଟରରେ ଆଖୁଚାଷ ପାଇଁ ଲକ୍ଷ୍ୟଧାର୍ଯ୍ୟ ରହିଛି। ଚଳିତ ବର୍ଷର ସ୍ବଳ୍ପ ବୃଷ୍ଟିପାତ ଆଖୁଚାଷ ପାଇଁ ସୁହାଉଥିବାବେଳେ ମକା ଓ ଧାନଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ପାଟଣା:ରଘୁନାଥ ଜିଉ ମଠରେ ରାମନବମୀ ଉତ୍ସବ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଝଣ୍ଡା ଯାତ୍ରା

ପାଟଣା, ୨୭।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ରଘୁନାଥ ଜିଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri