କର୍ମଚାରୀ ଅଭାବରୁ ଝୁଲୁଛି ତାଲା

ଭଣ୍ଡାରିପୋଖରୀ,୧୭।୭(ରାଜେନ୍ଦ୍ର ଶତପଥୀ): ବୈତରଣୀ ନଦୀର ବନ୍ୟା ନିୟନ୍ତ୍ରଣରେ ସହଯୋଗିତା ପାଇଁ ଜଳସେଚନ ବିଭାଗର ଭୁବନେଶ୍ୱରସ୍ଥିତ ଜଳ ଘନତ୍ୱ ମାପ ବିଭାଜନର ପୁରାତନ ଆଖୁଆପଦା ସେକ୍ସନରେ କର୍ମଚାରୀ ଅଭାବରୁ ତାଲା ପଡ଼ିଛି। ଭଣ୍ଡାରିପୋଖରୀ ବ୍ଲକର ଆଖୁଆପଦାରେ ବୈତରଣୀ ନଦୀରେ ଆନିକଟ ଥିବାରୁ ଏହି କାର୍ଯ୍ୟାଳୟ ସ୍ଥାପନ କରାଯାଇ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ସେକ୍ସନ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି। କାର୍ଯ୍ୟାଳୟରେ ଅନ୍ୟ କର୍ମଚାରୀ ନ ଥିବାବେଳେ ସେକ୍ସନ ଅଫିସର ମଧ୍ୟ ଆସୁ ନ ଥିବାରୁ ତାଲା ଝୁଲୁଛି।
ପ୍ରତ୍ୟେକ ଦିନ ଆଖୁଆପଦାରେ ବର୍ଷାଜଳ ପରିମାଣ ରେକର୍ଡ କରିବା ସହ ନଦୀରେ ଦୈନିକ ପ୍ରବାହିତ ଜଳ ପରିମାଣ, ପ୍ରବାହିତ ଜଳରେ ବାଲି ଓ ପଟୁମାଟି ପରିମାଣ ମାପିବା ପାଇଁ କାର୍ଯ୍ୟାଳୟରେ ଯନ୍ତ୍ରାଂଶ ରହିଛି। ପୂର୍ବରୁ ବିରିଡ଼ିଠାରେ ଏହି କାର୍ଯ୍ୟ କରାଯାଉଥିଲା। ୧୯୯୯ ମସିହାଠାରୁ ଆଖୁଆପଦା ବୈତରଣୀ ସେତୁ ଉପରେ ଥାଇ ଏହି କାର୍ଯ୍ୟ କରାଯିବାର ବ୍ୟବସ୍ଥା ହୋଇଥିଲା। ସେଥିପାଇଁ ଏହି ସେକ୍ସନକୁ ଗୋଟିଏ ଜଳ ଘନତ୍ୱ ମାପ ସରଞ୍ଜାମ ଯୋଗାଇ ଦିଆଯାଇଛି। ସେତୁ ଉପରେ ଥାଇ କାର୍ଯ୍ୟାଳୟର କର୍ମଚାରୀ ଦୈନିକ ଏହି ସରଞ୍ଜାମକୁ ଏକ ଶକ୍ତ ଦଉଡ଼ିରେ ବାନ୍ଧି ପ୍ରବାହିତ ଜଳକୁ ପକାଇ ଦେଇ ନଦୀ ଜଳର ବେଗ, ପରିମାଣ, ଜଳ ସହ ବାଲି ଓ ପଟୁମାଟି ମିଶ୍ରଣର ପରିମାଣ ଆଦି ରିପୋର୍ଟ ପ୍ରସ୍ତୁତ କରାଯାଇ ନଥିଭୁକ୍ତ କରାଯିବା ସହ ଡିଭିଜନ କାର୍ଯ୍ୟାଳୟକୁ ଯୋଗାଇ ଦେଉଥିଲେ। ସେକ୍ସନ ପକ୍ଷରୁ ଏକ ଜଳସ୍ତର ମିଟର ଆଖୁଆପଦା ବୈତରଣୀ ସେତୁ ନିକଟରେ ସ୍ଥାପନ କରାଯାଇ ଏହାର ରେକର୍ଡ ମଧ୍ୟ କରାଯାଇଥାଏ। ଜଳ ସମ୍ପଦ ବିଭାଗ ଆଖୁଆପଦା ଉପଖଣ୍ଡର ଜଳସ୍ତର ମାପକ ମିଟର ଗଜ ଅନୁଯାୟୀ ବିପଦ ସଙ୍କେତ ସ୍ତର ୧୭.୮୩ ମିଟର ହୋଇଥିବା ବେଳେ ହାଇଡ୍ରୋମେଟ୍ରିିକ ସେକ୍ସନର ଜଳସ୍ତର ମାପକ ମିଟର ଗଜ ଅନୁଯାୟୀ ବିପଦ ସଙ୍କେତ ସ୍ତର ୧୮.୧୩ ମିଟର। ସମାନ୍ତରାଳ ଭାବେ ଜଳ ସମ୍ପଦ ବିଭାଗର ଆଖୁଆପଦାସ୍ଥିତ ଏହି ଦୁଇ ଶାଖା ଜଳସ୍ତର ମାପକ କାର୍ଯ୍ୟ କରିଥାନ୍ତି। ଏବେ ଆଖୁଆପଦା ଉପଖଣ୍ଡ ଜଳ ସମ୍ପଦ ବିଭାଗ ନିୟମିତ ଭାବେ ଜଳସ୍ତର ମାପ କାର୍ଯ୍ୟ କରୁଛି। ଜଳ ଘନତ୍ୱ ମାପ କାର୍ଯ୍ୟାଳୟ ଜଳ ସ୍ତର ମାପ କାର୍ଯ୍ୟ କରୁନାହିଁ। ସେହିପରି ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ ବନ୍ଦ ହୋଇଯାଇଛି। ଫଳରେ ଜଳସମ୍ପଦ ବିଭାଗକୁ ତଥ୍ୟ ଦେଇ ବନ୍ୟା ନିୟନ୍ତ୍ରଣରେ ସହାୟତା କରିବା କାର୍ଯ୍ୟ ବନ୍ଦ ହୋଇଯାଇଛି। ବନ୍ୟା ନିୟନ୍ତ୍ରଣ ପାଇଁ ଏହି କାର୍ଯ୍ୟାଳୟର ଅବଦାନ ଯଥେଷ୍ଟ ଥିବାରୁ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ଜଳସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri