ପ୍ରଚାର-ପ୍ରସାର ଅଭାବ ଯୋଗୁ ଅନେକ କଳାକାର ପ୍ରତିଭା ଚୟନ ପ୍ରତିଯୋଗିତାରୁ ବଞ୍ଚିତ

ଥୁଆମୂଳ ରାମପୁର,୧୨।୧୨-(ଦୁର୍ଗା କୀର୍ତ୍ତି): ଚଳିତ ବର୍ଷ ରାଜ୍ୟ ସରକାରଙ୍କର ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତ୍ୟେକ ବ୍ଲକ/ ପରାଞ୍ଚଳସ୍ତରରେ ଯୁବ ଉତ୍ସବ ତଥା ପ୍ରତିଭା ଚୟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କ୍ରମନ୍ବୟରେ ଜିଲାସ୍ତର ଓ ରାଜ୍ୟସ୍ତରରେ ଅନୁଷ୍ଠିତ ହେବାକୁ ଯାଉଛି।
ଏହି ଅବସରରେ ବ୍ଲକ ସ୍ତରୀୟ ଯୁବ ଉତ୍ସବ ତଥା ପ୍ରତିଭା ଚୟନ ପ୍ରତିଯୋଗିତା-୨୦୨୫ ନିମନ୍ତେ ଗୁରୁବାର କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ସଭାଗୃହ ଠାରେ ବିଡ଼ିଓ ଧ୍ରୁବ ଚରଣ ମୁଦୁଲିଙ୍କ ତତ୍ତ୍ୱାବଧାନରେ ପ୍ରତିଭା ଚୟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମାଁ ମାଣିକେଶ୍ବରୀ ପଞ୍ଚାୟତ ସମିତି ମହାବିଦ୍ୟାଳୟ ଅଧକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନା, ବ୍ଲକ କଳା ସସ୍କୃତି ସଂଘ ଉପ ସଭାପତି ମାଣିକ୍ୟ ଚନ୍ଦ୍ର ନାଏକ, ଭାଜପାର ପବିତ୍ର ନାଏକ, ବାଜ୍ରା ଭୋଇ, ବିପିନ ନାଏକ, ବ୍ଲକ କଳା ସସ୍କୃତି ସଂଘ ସଦସ୍ୟ କୃଷ୍ଣ ଚନ୍ଦ୍ର ନାଏକ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ହେମନ୍ତ ପଣ୍ଡାଙ୍କ ସମେତ ଶିକ୍ଷାକ ଅଜିତ୍ କୁମାର ଦୁର୍ଗା, ଶିକ୍ଷକ ଯଦୁମଣୀ ନାଏକ, ଶିକ୍ଷକ ଗୁନେଶ୍ୱର୍‌ ନାଏକ, ଯୁକ୍ତ ତିନି ମହାବିଦ୍ୟାଳୟ ଅଧ୍ୟାପକ ବିରଞ୍ଚି ନାଏକ, ଅଧ୍ୟାପକ ପରିକ୍ଷୀତ ନାଏକ, ଅଧ୍ୟାପକ ବଳଭଦ୍ର ହରିଜନଙ୍କ ସମେତ ପ୍ରତିଯୋଗୀ ଛାତ୍ରୀଛାତ୍ରୀମାନେ ଉପସ୍ଥିତ ରହିଥିଲେ।
ପ୍ରକାଶଯୋଗ୍ୟ ଯେ, ବ୍ଳଳ ସ୍ତରରେ ଏହି କାର୍ଯ୍ୟକ୍ରମକୁ ସୁ-ପରିଚାଳନା କରିବା ନିମନ୍ତେ ନିଜ ବ୍ଳକର ‘ବ୍ଳକ କଳା ସଂସ୍କୃତି ସଂଘ’କୁ ସାମିଲ କରି କାର୍ଯ୍ୟକ୍ରମକୁ ଆୟୋଜନ କରିବାକୁ ଜିଲା ସଂସ୍କୃତି ବିଭାଗ ଏବଂ କଳାହାଣ୍ଡି ଜିଲାପାଳଙ୍କ ନିର୍ଦ୍ଦେଶ ରହିଥିବା ସହ ନିଜ ଅଞ୍ଚଳର ବିଦ୍ୟାଳୟଗୁଡିକୁ ବ୍ଲକସ୍ତରୀୟ ପ୍ରତିଯୋଗିତା ପାଇଁ ସାମିଲ କରିବାକୁ ଜିଲା ପ୍ରଶାସନ ତଥା ଜିଲା ସଂସ୍କୃତି ବିଭାଗ
ପକ୍ଷରୁ ଚିଠିରେ ନିର୍ଦ୍ଦେଶ ରହିଥିବାବେଳେ ମାତ୍ର ହାତ ଗଣତି କିଛି ସ୍କୁଲ ଏବଂ ବିଦ୍ୟାଳୟ, ମହବିଦ୍ୟାଳୟର ଛାତ୍ରୀଛାତ୍ରୀମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଶେଷ କରି ଦେଇଛନ୍ତି l ଏଠାରେ ପ୍ରଚାର ପ୍ରସାରର ଘୋର ଅଭାବ ସହ ଏହି ଉତ୍ସବ ସଠିକ ଭାବରେ ପରିଚାଳନା ହୋଇନଥିବାରୁ ବ୍ଲକର ଅନେକ କଳା ସସ୍କୃତି ପ୍ରେମୀ ତଥା ବିଭିନ୍ନ କଳା ସଂସ୍କୃତ ସଂଘ, ଅନୁଷ୍ଠାନ ଓ ଅନେକ ଲୁକ୍କାଇତ ପ୍ରତିଭା ଏହି କାର୍ଯ୍ୟକ୍ରମରେ ବଞ୍ଚିତ ରହିଥିବା ଜଣାପଡ଼ିଛି। ଏନେଇ କଳା ଓ ସଂସ୍କୃତି ପ୍ରେମୀଙ୍କ ମନରେ ଗଭୀର କ୍ଷୋଭ ପ୍ରକାଶ ପାଇଥିବା ବ୍ଲକ କଳା ସସ୍କୃତି ସଂଘ ଉପ ସଭାପତି ଶ୍ରୀ ନାଏକ ପ୍ରକାଶ କରିଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri