Categories: ବାଣିଜ୍ୟ

ଡ୍ୟୁକୋର ସ୍ପ୍ରିଙ୍ଗ୍‌-ସମର କଲେକ୍ସନ

ଭୁବନେଶ୍ୱର,୧୬।୩: ଡ୍ୟୁକୋ ଫ୍ୟାଶନ୍ସ (ଇଣ୍ଡିଆ) ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ନୂତନ ସଂଗ୍ରହ ‘ସ୍ପ୍ରିଙ୍ଗ୍‌-ସମର କଲେକ୍ସନ’ର ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ବ୍ରାଣ୍ଡ୍‌ର ଲାଟେଷ୍ଟ ସମର କଲେକ୍ସନ-୨୦୨୪ରେ ସବୁ ବର୍ଗର ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଓ ଗୁଣାତ୍ମକମାନର ପୋଷାକ ସହ ଭିନ୍ନ ଭିନ୍ନ ଡିଜାଇନ ମଧ୍ୟ ଉପଲବ୍ଧ କରାଯାଇଛି। ସେହିଭଳି ଉକ୍ତ କଲେକ୍ସନରେ ଟି-ଶାର୍ଟ,ଶାର୍ଟସ, ଟ୍ରାଉଜର,ବର୍ମୁଡା,କ୍ୟାପରି, ଲୋଏର୍ସ,ଡେନମୀ, ଟପ୍ସ, ଜେଗଙ୍ଗୀ, ଆକ୍ଟିଭଓ୍ବେର,ସ୍ପୋଟ୍ସର୍ର୍ ଓ୍ବେର,ଆସେରସରିଜ ଏବଂ ଫୁଟ୍‌ଓ୍ବେର ମଧ୍ୟ ସାମିଲ ରହିଛି। ଏ ସମ୍ପର୍କରେ ଡ୍ୟୁକୋ ଫ୍ୟାଶନ୍ସ (ଇଣ୍ଡିଆ) ଲିମିଟେଡ୍‌ର ନିର୍ଦ୍ଦେଶକ କୁନ୍ତଳରାଜ ଜୈନ କହିଛନ୍ତି, ଗ୍ରାହକଙ୍କ ଚାହିଦା ଓ ବଜାର ଆବଶ୍ୟକତାକୁ ଆମେ ସର୍ବଦା ଗୁରୁତ୍ୱ ଦେଇଥାଉ। ସେହିଭଳି ଗ୍ରାହକଙ୍କ ପସନ୍ଦ ଓ ଋତୁକାଳୀନ ପୋଷାକ ସଂଗ୍ରହ ସହ ଗୁଣାତ୍ମକ ମାନର ଉତ୍ପାଦ ଉପଲବ୍ଧ କରାଇବାକୁ ପ୍ରୟାସ କରିଆସିଛୁ।

Share