ଦୁବଇ ଶାସକଙ୍କ ରାଜକୁମାରୀ ପତ୍ନୀଙ୍କର ରହିଛି ସୁରକ୍ଷାକର୍ମୀଙ୍କ ସହ ସମ୍ପର୍କ!

ଦୁବଇ,୨୧ ।୧୧: ଦୁବଇର ଶାସକ ଶେଖ ମହମ୍ମଦ ବିନ ରଶିଦ ଅଲ ମକତୁମଙ୍କ ରାଜକୁମାରୀ ପତ୍ନୀଙ୍କର ନିଜର ସୁରକ୍ଷାକର୍ମୀଙ୍କ ସହ ସମ୍ପର୍କ ରହିଥିବା କୁହାଯାଉଛି । ଏହାକୁ ନେଇ ରାଜକୁମାରୀ ହୟା ସୁରକ୍ଷାକର୍ମୀଙ୍କୁ ଏ ସମ୍ପର୍କରେ ମୁହଁ ନ ଖୋଲିବାକୁ କହି ୧୨ କୋଟି ଟଙ୍କା ଦେଇଥିବା କୁହାଯାଏ । ବ୍ରିଟେନ୍ କୋର୍ଟରେ ଚାଲିଥିବା ଏକ ଶୁଣାଣିରୁ ଏହା ଜଣାପଡିଥିବା ଡେଲି ମେଲରେ ପ୍ରକାଶ ପାଇଛି । ଦୁବଇ ଶାସକ ରାଜକୁମାରୀ ହୟାଙ୍କୁ ନ ଜଣାଇ ଶରିୟା ଆଇନ ଆଧାରରେ ଫେବୃୟାରୀ ୨୦୧୯ରେ ତଲାକ ଦେଇଥିଲେ । ରିପୋର୍ଟ ଅନୁଯାୟୀ, ରାଜକୁମାରୀଙ୍କ ବଡିଗାର୍ଡ ବିବାହ କରିଥିଲେ ହେଲେ ତାଙ୍କ ସହ ସମ୍ପର୍କ ପରେ ବଡିଗାର୍ଡଙ୍କ ବିବାହ ବିଚ୍ଛେଦ ହୋଇଥିଲା । ଏବେ ରାଜକୁମାରୀ ଦୁବଇ ଛାଡି ବହୁଦିନ ହେବ ବ୍ରିଟେନରେ ରହୁଛନ୍ତି । ପିଲାମାନଙ୍କ କଷ୍ଟଡିକୁ ନେଇ ରାଜକୁମାରୀ ବ୍ରିଟେନ ଅଦାଲତର ଦ୍ୱାରସ୍ଥ ହୋଇଥିବା ବେଳେ ମାମଲା ତାଙ୍କ ପକ୍ଷରେ ଆସିଛି । ରାଜକୁମାରୀ ତାଙ୍କ ବଡିଗାର୍ଡଙ୍କୁ ବହୁ ମୂଲ୍ୟବାନ୍ ଉପହାର ଦେଉଥିବା କୁହାଯାଏ । ଯେମିତିକି ୧୨ ଲକ୍ଷ ଟଙ୍କାର ଘଡି, ୫୦ ଲକ୍ଷ ଟଙ୍କାର ବନ୍ଧୁକ ଇତ୍ୟାଦି । ରାଜକୁମାରୀ ଦୁବଇ ଶାସକଙ୍କର ୬ ନମ୍ବର ପତ୍ନୀ ଥିବା ବେଳେ ସବୁଠାରୁ କମ୍ ବୟସର ବୋଲି କୁହାଯାଏ । ୨୦୧୬ରୁ ରାଜକୁମାରୀଙ୍କର ବଡିଗାର୍ଡଙ୍କ ସହ ସମ୍ପର୍କ ଥିବା ବେଳେ ଏବେବି ଏହା ରହି ଆସିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri