Categories: ବାଣିଜ୍ୟ

ଏୟାର ଇଣ୍ଡିଆ ଏକ୍ସପ୍ରେସକୁ ୧୫ ଦିନ ବାତିଲ କଲା ଦୁବାଇ

ନୂଆଦିଲ୍ଲୀ,୧୯।୯: ଦୁବାଇ କର୍ତ୍ତୃପକ୍ଷ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ସେବାକୁ ୧୫ ଦିନ ପାଇଁ ବାତିଲ କରିଛନ୍ତି। ଏହି ବିମାନରେ ଯାତ୍ରା କରିଥିବା ଜଣେ ଯାତ୍ରୀ କୋଭିଡ୍‌-୧୯ ସଂକ୍ରମିତ ଜଣାପଡିବା ପରେ ବିମାନ କମ୍ପାନୀ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ବ୍ୟାନ ପରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ସମସ୍ତ ଦୁବାଇ ଭିତ୍ତିକ ବିମାନ ସେବାକୁ ଶାରଜା ଯାଏ ପ୍ରଦାନ କରିବ ବୋଲି କମ୍ପାନୀର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ୪ ଡିସେମ୍ବରରେ ସଂକ୍ରମିତ ଯାତ୍ରୀ ଜଣଙ୍କ ଜୟପୁର-ଦୁବାଇ ବିମାନରେ ଯାତ୍ରା କରିଥିଲେ। ଏହି ବିମାନ କମ୍ପାନୀ ଦ୍ୱିତୀୟ ଥର ଏଭଳି କାର୍ଯ୍ୟ କରିଥିବା ଦୁବାଇ ସିଭିଲ ଆଭିଏଶନ ଅଥରିଟି ପକ୍ଷରୁ ସୂଚନା ଦିଆଯାଇଛି। ସେପ୍ଟେମ୍ବର ୨ରେ ମଧ୍ୟ ବିମାନ କମ୍ପାନୀକୁ ଦୁବାଇ କର୍ତ୍ତୃପକ୍ଷ ଚେତାବନୀ ଦେଇଥିଲେ। ସୂଚନାଯୋଗ୍ୟ, ଅଗଷ୍ଟରେ ହଂକଂ କର୍ତ୍ତୃପକ୍ଷ ମଧ୍ୟ ଏୟାଇ ଇଣ୍ଡିଆ ଉପରେ ମଧ୍ୟ କଟକଣା ଲଗାଇଥିଲେ। ଅଗଷ୍ଟ ୧୪ରେ ହଂକଂକୁ ଯାଇଥିବା ଏୟାର ଇଣ୍ଡିଆ ବିମାନରେ ୧୪ ଜଣ କୋଭିଡ୍‌ ସଂକ୍ରମିତ ବାହାରିଥିବା ଜଣାପଡିଛି।

Share