‘ଡିଏସ୍‌ପି ନିଫ୍‌ଟି ଆଇଟି ଇଟିଏଫ୍‌’

ନୂଆଦିଲ୍ଲୀ,୨୨।୬: ଡିଏସ୍‌ପି ମ୍ୟୁଚୁଆଲ ଫଣ୍ଡ୍‌ର ନୂତନ ଉତ୍ପାଦ ‘ଡିଏସ୍‌ପି ନିଫ୍‌ଟି ଆଇଟି ଇଟିଏଫ୍‌’ର ଉନ୍ମୋଚନ ନିକଟରେ ହୋଇଯାଇଛି। ବିଶେଷକରି ଏହା ଏକ ଓପୋନ ଏଣ୍ଡେଡ୍‌ ଏକ୍ସଚେଞ୍ଜ ଟ୍ରେଡେଡ୍‌ ଫଣ୍ଡ୍‌ ଭାବେ ଜଣାଶୁଣା। ଏପରିକି ଦୀର୍ଘମିଆଦୀ ଭିତ୍ତିରେ ଆଇଟି କମ୍ପାନୀଗୁଡ଼ିକର ଉନ୍ନତ ପ୍ରଦର୍ଶନରୁ ଲାଭ ପାଇବା ଲାଗି ଏହି ଇଟିଏଫ୍‌ ନିବେଶକମାନଙ୍କୁ ସୁଯୋଗ ପ୍ରଦାନ କରିବ। ସେହିଭଳି ଡିଏସ୍‌ପି ନିଫ୍‌ଟି ଆଇଟି ଇଟିଏଫ୍‌ର ନୂଆ ଫଣ୍ଡ୍‌ ଅଫରର ସବ୍‌ସ୍କ୍ରିପ୍‌ସନ୍‌ ୨୦୨୩ ଜୁଲାଇ ୩ରେ ବନ୍ଦ ହେବ।
ଏ ସମ୍ପର୍କରେ ଡିଏସ୍‌ପି ମ୍ୟୁଚୁଆଲ୍‌ ଫଣ୍ଡ୍‌ର ମୁଖ୍ୟ-ପାସିଭ୍‌ ନିବେଶ ଓ ଉପତ୍ାଦ ସିଏଫ୍‌ଏ ଅନିଲ ଗିଲାନି କହିଛନ୍ତି, ବିଶ୍ୱସ୍ତରରେ ପ୍ରତିଦ୍ୱନ୍ଦ୍ୱିତା ପାଇଁ ଭାରତୀୟ ଆଇଟି କ୍ଷେତ୍ର ନିରନ୍ତର ପ୍ରଦର୍ଶନ କରୁଛି। ଦୀର୍ଘମିଆଦୀ ଅଭିବୃଦ୍ଧି କାହାଣୀରୁ ଲାଭ ପାଇବାକୁ ଚାହୁଥିବା ନିବେଶକମାନେ ନିଫ୍‌ଟି ଆଇଟି ସୂଚୀରେ ନିବେଶ କରିବା ବିଷୟରେ ବିଚାର କରିପାରିବେ, ଯାହାର ପ୍ରଦର୍ଶନ ନିକଟ ଅତୀତରେ ଆଶାନୁରୂପ ରହିନାହିଁ। ଆମର ବିଶ୍ୱାସ ରହିଛି ଯେ ବର୍ତ୍ତମାନ ସ୍ତରରେ ମୂଲ୍ୟାୟନ ହାରାହାରିର ଗୁଣିତକ ଆଡ଼କୁ ଅଗ୍ରସର ହେଉଛି ଏବଂ ଏହି କ୍ଷେତ୍ରର ଅଧିକାଂଶ କମ୍ପାନୀ ସୁସ୍ଥ ରହିଛନ୍ତି ଏବଂ ବିଶ୍ୱସ୍ତରୀୟ ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀ ତୁଳନାରେ ସୁଲଭ ରହିଛନ୍ତି। ବିଗତ କିଛି ବର୍ଷ ଭିତରେ ଅନ୍ୟ କ୍ଷେତ୍ରଗୁଡ଼ିକ ତୁଳନାରେ ଭାରତର ଆଇଟି କ୍ଷେତ୍ର ନିରନ୍ତର ଭାବେ ଆଗକୁ ବଢ଼ୁଛି ଏବଂ ଜିଡିପିକୁ ତାହାର ଅବଦାନ ମଧ୍ୟ ବୃଦ୍ଧି ପାଉଛି। କିଛି ବର୍ଷ ଭିତରେ ବିଶ୍ୱସ୍ତରୀୟ ପ୍ରତିଦ୍ୱନ୍ଦ୍ୱୀଙ୍କ ତୁଳନାରେ ଭାରତୀୟ ଆଇଟି ଉଲ୍ଲେଖନୀୟ ଭାବେ ଆଗକୁ ବଢ଼ିଛନ୍ତି, ଯାହା ଫଳରେ ସେମାନଙ୍କ ବଜାର ଅଂଶରେ ବୃଦ୍ଧି ହୋଇଛି। ଆଇଟି କ୍ଷେତ୍ରର ରାଜସ୍ବ ପ୍ରଥା ଲାଗି ବିଶ୍ୱସ୍ତରରେ ସୁଯୋଗ ପ୍ରଦାନ କରୁଛି। ଫଳରେ ଦେଶ ଭିତରେ ଦେଖାଦେଉଥିବା ବିପଦଠାରୁ ତାହା ସୁରକ୍ଷା ପ୍ରଦାନ କରୁଛି। ଇକ୍ୱିଟି ପିଛା ଅଧିକ ରିଟର୍ନ ଓ ସମ୍ପତ୍ତି ପିଛା ଅଧିକ ରିଟର୍ନ ଭାବେ ବିଶ୍ୱର ପ୍ରତିଦ୍ୱନ୍ଦ୍ୱୀଙ୍କ ତୁଳନାରେ ଆଇଟି କ୍ଷେତ୍ରର ଆର୍ଥିକ ଦୃଢ଼ତା ଭଲ ରହିଛି। ନିଫ୍‌ଟି ୫୦ ରେ ନିଫ୍‌ଟି ଆଇଟି ସୂଚୀର ପ୍ରଦର୍ଶନ ତଳୁଆ ରହିଥିବା ବେଳେ ସାଧାରଣତଃ ସେଥିରେ ସୁଧାର ଘଟିଥାଏ। ନିଫ୍‌ଟି ୫୦ରେ ଆଇଟି କ୍ଷେତ୍ରର ଗୁରୁତ୍ୱ ଦୀର୍ଘମିଆଦୀ ହାରରେ ହ୍ରାସ ପାଇଛି। ୧, ୩, ୫ ଓ ୧୦ ବର୍ଷୀୟା ଅବଧିରେ ରୋଲିଂ ରିଟର୍ନ ଆଧାରରେ ନିଫ୍‌ଟି ୫୦ରେ ନିଫ୍‌ଟି ଆଇଟି ସୂଚୀ ଅଧିକ ପ୍ରଦର୍ଶନ କରୁଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲା ଇସ୍ରାଏଲ, ନେତାନ୍ୟାହୁ କରିବେ ଏମିତି କାମ, ଇରାନ କାବା

ନୂଆଦିଲ୍ଲୀ,୧।୪: ଇରାନ ବିରୁଦ୍ଧରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ନୂତନ ଏବଂ ପ୍ରମୁଖ ରଣନୈତିକ ପଦକ୍ଷେପର ସଙ୍କେତ ଦେଇଛନ୍ତି। ନେତାନ୍ୟାହୁ କହିଛନ୍ତି…

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ବଢିଲା ପେଟ୍ରୋଲ-ଡିଜେଲ ଦାମ୍‌, ଏଥର ମୁଣ୍ଡରେ ହାତ ଦେବେ ଗ୍ରାହକ

ନୂଆଦିଲ୍ଲୀ,୧।୪: ଦେଶବ୍ୟାପୀ ପ୍ରିମିୟମ ପେଟ୍ରୋଲ ମୂଲ୍ୟ ବୃଦ୍ଧି ପରେ, ପ୍ରିମିୟମ ଡିଜେଲ ମଧ୍ୟ ମହଙ୍ଗା ହୋଇଯାଇଛି। ତେଲ କମ୍ପାନୀଗୁଡ଼ିକ ସୋମବାର ମଧ୍ୟରାତ୍ରିରୁ ପ୍ରିମିୟମ ଡିଜେଲ ମୂଲ୍ୟ ପ୍ରାୟ…

ରାହୁଲଙ୍କ ବଡ଼ ଚେତାବନୀ, ଦେଶରେ ଆସିବ ‘Economic Earthquake’, ମୋଦି କହିଲେ…

ନୂଆଦିଲ୍ଲୀ,୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭାଷଣରେ ପଶ୍ଚିମ ଏସିଆର ସଙ୍କଟ କେନ୍ଦ୍ରବିନ୍ଦୁ ପାଲଟିଥିଲା। ଉଭୟ ନେତା ଭାରତ ଉପରେ…

ନା ଖୋଲିଲା ହର୍ମୁଜ, ନା ହେଲା କୌଣସି ଚୁକ୍ତି… ଏହାପରେ ବି କାହିଁକି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି ଟ୍ରମ୍ପ୍‌? ଜାଣନ୍ତୁ କ’ଣ ରହିଛି ଏହାର ବଡ଼ କାରଣ

ଓ୍ବାଶିଂଟନ,୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଏକ ନୂତନ ମୋଡ଼ ନେଇଛି। ଇରାନ ସହିତ ଯୁଦ୍ଧ ଏବେ ଯେକୌଣସି ମୁହୂର୍ତ୍ତରେ ଶେଷ ହୋଇପାରେ। ଆମେରିକା ମଧ୍ୟ…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri