Categories: ବାଣିଜ୍ୟ

ଡିଏସ୍‌ପି ମ୍ୟୁଚୁଆଲ ଫଣ୍ଡର ନୂତନ ସେବା

ନୂଆଦିଲ୍ଲୀ,୧୭।୩:ଡିଏସ୍‌ପି ମ୍ୟୁଚୁଆଲ ଫଣ୍ଡ ପକ୍ଷରୁ ମହିଳାଙ୍କ ପାଇଁ ଏକ ସ୍ବତନ୍ତ୍ର ହଟ୍‌ ଲାଇନ ସେବାର ଶୁଭାରମ୍ଭ କରାଯାଇଛି। ମହିଳାମାନଙ୍କୁ ନିବେଶ ସମ୍ପର୍କରେ ଅଧିକ ଜଣାଇବା (ଶିକ୍ଷାଲାଭ) ଦିଗରେ ଏଭଳି ସେବାର ଆରମ୍ଭ ହୋଇଛି। ମହିଳାମାନେ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବା ସହ ଏକ ଆର୍ଥିକ ଯୋଜନା ପ୍ରସ୍ତୁତି ସମ୍ପର୍କରେ ଅଧିକ ଜାଣିବା ଜରୁରୀ ହୋଇପଡିଛି। ଅପରପକ୍ଷରେ ମହିଳାମାନେ କିଭଳି ନିବେଶର ପ୍ରଥାମିକତା ଓ ଆବଶ୍ୟକ ପଦକ୍ଷେପ ନେବେ ସେ ସମ୍ପର୍କରେ ଅଧିକ ଜ୍ଞାନ ଆହରଣ କରିବାକୁ ଆଗ୍ରହୀ ମହିଳାମାନେ ୮୬୫୭୦୧୧୩୩୩ ନମ୍ବରରେ ମିସ୍‌ଡ କଲ୍‌ କରି ବିସ୍ତୃତ ସୂଚନା ପାଇପାରିବେ। ସେହିଭଳି ମହିଳାମାନେ ପୁରୁଷଙ୍କଠାରୁ ପୃଥକ ଭାବେ ଚିନ୍ତା କରନ୍ତି ଏବଂ ଅର୍ଥ ତଥା ସେମାନଙ୍କର ଆମତ୍ବିଶ୍ୱାସ ସ୍ତର ପ୍ରତି ସେମାନଙ୍କ ଭାବଧାରା ଆଧାରରେ ସେମାନେ ହୁଏତ ଅଧିକ ବ୍ୟକ୍ତିଗତ ମାର୍ଗଦର୍ଶନ ଆବଶ୍ୟକ କରିପାରନ୍ତି।

Share