କୁଶଳୀ କାରିଗରଙ୍କୁ ଡିଏସ୍‌ପି ଏକ୍ସପର୍ଟ ରଥ ଶିଳ୍ପକାର ସମ୍ମାନ

ଭୁବନେଶ୍ୱର, ୧୬।୭ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଡାଲମିଆ ଭାରତ ଲିମିଟେଡ (ଡିବିଏଲ୍‌)ର ବହୁ ପ୍ରତୀକ୍ଷିତ ‘ସାଲ୍ୟୁଟିଂ ଦି ଏକ୍ସପର୍ଟ’ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର କୁଶଳୀ ରଥ ଶିଳ୍ପକାରମାନଙ୍କୁ ‘ଡିଏସପି ଏକ୍ସପର୍ଟ ରଥ ଶିଳ୍ପକାର’ ସମ୍ମାନ ପ୍ରଦାନ ସହ ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ମହୋତ୍ସବ ପାଳନ କରିଛି। ଏପରିକି ଡିଏସପି ଏକ୍ସପର୍ଟ ରଥ ଶିଳ୍ପାକର ସମ୍ମାନ ନାମରେ ନାମିତ ଏହି ସମ୍ମାନରେ ବିଶିଷ୍ଟ ଶିଳ୍ପକାରଙ୍କ ଅସାଧାରଣ କାରିଗରିତ୍ୱକୁ ସମ୍ମାନ ଜଣାଇ ସେମାନଙ୍କୁ ରଥ ନିର୍ମାଣ ଏବଂ କାରିଗରି କ୍ଷେତ୍ରରେ ପ୍ରକୃତ ବିଶେଷଜ୍ଞ ଭାବେ ସ୍ବୀକୃତି ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଡିଏସପି ଏକ୍ସପର୍ଟ ରଥ ଶିଳ୍ପକାର ସମ୍ମାନ ଲକ୍ଷ୍ମଣ ମହାପାତ୍ର ମହାରଣା, ଶ୍ୟାମ ସୁନ୍ଦର ମହାରଣା, ସୁରେନ୍ଦ୍ର ମହାରଣା ଏବଂ ରବି ଭୋଇଙ୍କୁ ପ୍ରଦାନ କରାଯାଇଥିଲାବେଳେ ସେମାନଙ୍କ ଦ୍ୱାରା ଅତ୍ୟନ୍ତ ଯତ୍ନର ସହିତ ପ୍ରସ୍ତୁତ କରାଯାଇଥିବା ଭବ୍ୟ ରଥ ସମ୍ମୁଖରେ ସମ୍ବର୍ଦ୍ଧିତ ହୋଇଛନ୍ତି। ଏପରିକି ସମ୍ବର୍ଦ୍ଧନା ସ୍ବରୂପ ସେମାନଙ୍କୁ ଗୋଟିଏ ଲେଖାଏଁ ଫଳକ, ଗୋଟିଏ ଶାଲ ଓ ନଗଦ ୧୦ ହଜାର ଟଙ୍କା ମଧ୍ୟ ପ୍ରଦାନ କରାଯାଇଛି। ଡାଲମିଆ ଭାରତ ପକ୍ଷରୁ ୨୦୨୨ରେ ଆରମ୍ଭ ହୋଇଥିବା ‘ସାଲ୍ୟୁଟିଂ ଦି ଏକ୍ସପର୍ଟ’ ଏହି କାର୍ଯ୍ୟକ୍ରମ ମହାରଣା ସମ୍ପ୍ରଦାୟକୁ ସମର୍ପିତ ହୋଇଛି। ଯେଉଁମାନଙ୍କର ଦକ୍ଷ ଡିଜାଇନ୍‌ ଓ ରଥ ନିର୍ମାଣ ଓଡ଼ିଶାର ଅନନ୍ୟ କଳା ପରମ୍ପରାକୁ ସୁରକ୍ଷିତ ରଖିଛି। ସେମାନଙ୍କର ଭକ୍ତି ଓ କାରିଗରି ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରାକୁ ବଜାୟ ରଖି ଏହାର ନିରନ୍ତର ମର୍ଯ୍ୟାଦାକୁ ସୁନିଶ୍ଚିତ କରୁଛି।
ଏ ସମ୍ପର୍କରେ କମ୍ପାନୀର ମୁଖପାତ୍ର କହିଛନ୍ତି,ଡାଲମିଆ ଭାରତ ଓଡ଼ିଶାର ମହାନ ରଥ ଶିଳ୍ପୀମାନଙ୍କୁ ସମ୍ମାନିତ କରି ଗର୍ବ ଅନୁଭବ କରୁଛି। ଯେଉଁମାନଙ୍କ ନିଷ୍ଠା ଓ ଦକ୍ଷତା ପ୍ରତିବର୍ଷ ରଥଯାତ୍ରାର ମହାନ ପରମ୍ପରାକୁ ଜୀବନ୍ତ କରିଥାଏ। ଏହି କାରିଗରମାନଙ୍କୁ ଉତ୍ସାହିତ କରି ଆମେ ଆମର ଅଂଶୀଦାର ଐତିହ୍ୟକୁ ବଜାୟ ରଖିବା ଏବଂ ଓଡ଼ିଶାବାସୀଙ୍କ ସହ ଆମର ଗଭୀର ସମ୍ପର୍କକୁ ସୁଦୃଢ଼ କରିବାରେ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ବୀକାର କରୁଛୁ। ସେହିଭଳି ଏକ ସମାନ୍ତରାଳ ଉତ୍ସବରେ ଓଡ଼ିଶାର ପ୍ରମୁଖ ସହର ଭୁବନେଶ୍ୱର, କଟକ, ବାଲେଶ୍ୱର, ଯାଜପୁର ଓ ବ୍ରହ୍ମପୁରଠାରେ ଡାଲମିଆ ଭାରତ ପକ୍ଷରୁ ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri