କୁଶଳୀ କାରିଗରଙ୍କୁ ଡିଏସ୍‌ପି ଏକ୍ସପର୍ଟ ରଥ ଶିଳ୍ପକାର ସମ୍ମାନ

ଭୁବନେଶ୍ୱର, ୧୬।୭ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଡାଲମିଆ ଭାରତ ଲିମିଟେଡ (ଡିବିଏଲ୍‌)ର ବହୁ ପ୍ରତୀକ୍ଷିତ ‘ସାଲ୍ୟୁଟିଂ ଦି ଏକ୍ସପର୍ଟ’ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର କୁଶଳୀ ରଥ ଶିଳ୍ପକାରମାନଙ୍କୁ ‘ଡିଏସପି ଏକ୍ସପର୍ଟ ରଥ ଶିଳ୍ପକାର’ ସମ୍ମାନ ପ୍ରଦାନ ସହ ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ମହୋତ୍ସବ ପାଳନ କରିଛି। ଏପରିକି ଡିଏସପି ଏକ୍ସପର୍ଟ ରଥ ଶିଳ୍ପାକର ସମ୍ମାନ ନାମରେ ନାମିତ ଏହି ସମ୍ମାନରେ ବିଶିଷ୍ଟ ଶିଳ୍ପକାରଙ୍କ ଅସାଧାରଣ କାରିଗରିତ୍ୱକୁ ସମ୍ମାନ ଜଣାଇ ସେମାନଙ୍କୁ ରଥ ନିର୍ମାଣ ଏବଂ କାରିଗରି କ୍ଷେତ୍ରରେ ପ୍ରକୃତ ବିଶେଷଜ୍ଞ ଭାବେ ସ୍ବୀକୃତି ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଡିଏସପି ଏକ୍ସପର୍ଟ ରଥ ଶିଳ୍ପକାର ସମ୍ମାନ ଲକ୍ଷ୍ମଣ ମହାପାତ୍ର ମହାରଣା, ଶ୍ୟାମ ସୁନ୍ଦର ମହାରଣା, ସୁରେନ୍ଦ୍ର ମହାରଣା ଏବଂ ରବି ଭୋଇଙ୍କୁ ପ୍ରଦାନ କରାଯାଇଥିଲାବେଳେ ସେମାନଙ୍କ ଦ୍ୱାରା ଅତ୍ୟନ୍ତ ଯତ୍ନର ସହିତ ପ୍ରସ୍ତୁତ କରାଯାଇଥିବା ଭବ୍ୟ ରଥ ସମ୍ମୁଖରେ ସମ୍ବର୍ଦ୍ଧିତ ହୋଇଛନ୍ତି। ଏପରିକି ସମ୍ବର୍ଦ୍ଧନା ସ୍ବରୂପ ସେମାନଙ୍କୁ ଗୋଟିଏ ଲେଖାଏଁ ଫଳକ, ଗୋଟିଏ ଶାଲ ଓ ନଗଦ ୧୦ ହଜାର ଟଙ୍କା ମଧ୍ୟ ପ୍ରଦାନ କରାଯାଇଛି। ଡାଲମିଆ ଭାରତ ପକ୍ଷରୁ ୨୦୨୨ରେ ଆରମ୍ଭ ହୋଇଥିବା ‘ସାଲ୍ୟୁଟିଂ ଦି ଏକ୍ସପର୍ଟ’ ଏହି କାର୍ଯ୍ୟକ୍ରମ ମହାରଣା ସମ୍ପ୍ରଦାୟକୁ ସମର୍ପିତ ହୋଇଛି। ଯେଉଁମାନଙ୍କର ଦକ୍ଷ ଡିଜାଇନ୍‌ ଓ ରଥ ନିର୍ମାଣ ଓଡ଼ିଶାର ଅନନ୍ୟ କଳା ପରମ୍ପରାକୁ ସୁରକ୍ଷିତ ରଖିଛି। ସେମାନଙ୍କର ଭକ୍ତି ଓ କାରିଗରି ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରାକୁ ବଜାୟ ରଖି ଏହାର ନିରନ୍ତର ମର୍ଯ୍ୟାଦାକୁ ସୁନିଶ୍ଚିତ କରୁଛି।
ଏ ସମ୍ପର୍କରେ କମ୍ପାନୀର ମୁଖପାତ୍ର କହିଛନ୍ତି,ଡାଲମିଆ ଭାରତ ଓଡ଼ିଶାର ମହାନ ରଥ ଶିଳ୍ପୀମାନଙ୍କୁ ସମ୍ମାନିତ କରି ଗର୍ବ ଅନୁଭବ କରୁଛି। ଯେଉଁମାନଙ୍କ ନିଷ୍ଠା ଓ ଦକ୍ଷତା ପ୍ରତିବର୍ଷ ରଥଯାତ୍ରାର ମହାନ ପରମ୍ପରାକୁ ଜୀବନ୍ତ କରିଥାଏ। ଏହି କାରିଗରମାନଙ୍କୁ ଉତ୍ସାହିତ କରି ଆମେ ଆମର ଅଂଶୀଦାର ଐତିହ୍ୟକୁ ବଜାୟ ରଖିବା ଏବଂ ଓଡ଼ିଶାବାସୀଙ୍କ ସହ ଆମର ଗଭୀର ସମ୍ପର୍କକୁ ସୁଦୃଢ଼ କରିବାରେ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ବୀକାର କରୁଛୁ। ସେହିଭଳି ଏକ ସମାନ୍ତରାଳ ଉତ୍ସବରେ ଓଡ଼ିଶାର ପ୍ରମୁଖ ସହର ଭୁବନେଶ୍ୱର, କଟକ, ବାଲେଶ୍ୱର, ଯାଜପୁର ଓ ବ୍ରହ୍ମପୁରଠାରେ ଡାଲମିଆ ଭାରତ ପକ୍ଷରୁ ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri