ଡିଏସ୍‌ସିର ହେଉଛି ଅପବ୍ୟବହାର

ଭବାନୀପାଟଣା,୨୮ା୩(ଉତ୍ତମ କୁମାର ଦାଶ): ଅନୁନ୍ନତ ଅଞ୍ଚଳରେ ଶିକ୍ଷାର ଅଭାବ ଥିବା ଜନପ୍ରତିନିଧି ଓ ଅଙ୍କୁଶ ନ ଥିବା ସରକାରୀ ବ୍ୟବସ୍ଥା ଭିତରେ କୋଟି କୋଟି ଟଙ୍କାର କେଳେଙ୍କାରୀ ଏବେ ପଦାକୁ ଆସୁଛି। ଲୋକଙ୍କୁ ସାମାଜିକ ସୁବିଧା ଯୋଗାଇବା ଦାୟିତ୍ୱରେ ନିୟୋଜିତ କର୍ମଚାରୀ ସରକାରୀ ଅର୍ଥ ଆତ୍ମସାତ୍‌ କରି ବର୍ଷ ବର୍ଷ ଧରି ତିଷ୍ଠି ରହିଲେ ମଧ୍ୟ ପ୍ରଶାସନ କିପରି ଜାଣିପାରୁନାହିଁ ତାହାକୁ ନେଇ ପ୍ରଶ୍ନ ଉଠୁଛି। ପଞ୍ଚାୟତରେ ଜଣେ ଜଣେ ପିଇଓ କୋଟି କୋଟି ଟଙ୍କା ଆତ୍ମସାତ୍‌ କରୁଥିଲେ ସୁଦ୍ଧା ପ୍ରଶାସନ ଏହାର ଟେର ପାଉନାହିଁ। ଆଉ ଯେତେବେଳେ ଟେର ପାଉଛି ସେତେବେଳକୁ ଦିଅଁ-ଖଟୁଳି ଆଉ କିଛି ନ ଥାଉଛି। କଳାହାଣ୍ଡି ଜିଲାରେ ଘଟିଥିବା ଏଭଳି କିଛି ବହୁଚର୍ଚ୍ଚିତ ଘଟଣା ଏବେ ଆଲୋଚନାର ବିଷୟ ହୋଇଛି। ଜଣେ ପିଇଓ ଇତିମଧ୍ୟରେ ପ୍ରାୟ ୫କୋଟି ଟଙ୍କା ସରକାରୀ ଅର୍ଥ ନିଜ ଆକାଉଣ୍ଟକୁ ନେଇ ଧରାପଡି ବର୍ତ୍ତମାନ ଜେଲ ଯାଇଛନ୍ତି। ଜିଲାରେ ଏହିପରି ଅନେକ ଘଟଣା ଲୋକଲୋଚନକୁ ଆସିପାରୁନାହିଁ। କିଛି ଘଟଣା ଜଣାପଡିବା ପରେ ଜିଲା ପ୍ରଶାସନ ପିଇଓଙ୍କୁ କାର୍ଯ୍ୟରୁ ନିଲମ୍ବିତ କରି ଚୁପ ରହୁଛି। ତେବେ ପିଇଓମାନେ ଅନେକ ସମୟରେ ଡ଼ିଜିଟାଲ ସିଗ୍‌ନେଚର ସାର୍ଟିଫିକେଟ (ଡିଏସ୍‌ସି)କୁ ଅବବ୍ୟବହାର କରି ପଞ୍ଚାୟତରେ ବିଭିନ୍ନ ହିତାଧିକାରୀଙ୍କୁ ବଣ୍ଟାଯିବାକୁ ଥିବା ଟଙ୍କା ସହଜରେ ଆତ୍ମସାତ୍‌ କରିଚାଲିଛନ୍ତି। ଏହି ଡିଏସ୍‌ସି ପାଇଁ ସ୍ଥାନୀୟ ସରପଞ୍ଚ ଓ ପିଇଓଙ୍କ ଦସ୍ତଖତ ଜରୁରୀ ହୋଇଥାଏ। ତେଣୁ ଯେଉଁଠି ସରପଞ୍ଚ ପିଇଓଙ୍କୁ ଭରସା କରି ଦସ୍ତଖତ ମାରିଛନ୍ତି ସେଠାରେ ଟଙ୍କା ସହଜରେ ପିଇଓ ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରିଛନ୍ତି। ଏ ସମ୍ପର୍କରେ ଜିଲା ପଞ୍ଚାୟତ ଅଧିକାରୀ ନୃସିଂହଚରଣ ପଟ୍ଟନାୟକ ପଚାରିବାରେ ସେ କହିଛନ୍ତି, ଡିଏସ୍‌ସି ବ୍ୟବସ୍ଥା ଭିତରେ ପଶିବା କଷ୍ଟକର ବ୍ୟାପାର। ତନ୍ନ ତନ୍ନ କରି ଯାଞ୍ଚ ହେବାର ଆବଶ୍ୟକ ଥିଲା। ଅଧିକାଂଶ କେସ୍‌ ୨୦୧୬ ମସିହାରୁ ଆରମ୍ଭ ହୋଇ ୨୦୨୨ ମଧ୍ୟରେ ହୋଇଛି। ମୁଁ ବର୍ତ୍ତମାନ ନୂଆକରି ଦାୟିତ୍ୱ ଗ୍ରହଣ କରିଛି। ଗ୍ରାମ ରୋଜଗାର ସେବକ ହୁଅନ୍ତୁ କି ଗ୍ରାମ ପଞ୍ଚାୟତ ଅଧିକାରୀ ଯେଉଁମାନେ ଥିଲେ ସେମାନେ କେମିତି କିଛି ଜାଣିପାରୁ ନ ଥିଲେ। ଟଙ୍କା ହିତାଧିକାରୀ ପାଇଛନ୍ତି କି ନାହିଁ ତାହା କାହିଁକି ଅନୁଧ୍ୟାନ କରୁ ନ ଥିଲେ ବୋଲି ପ୍ରଶ୍ନ ଉଠୁଛି।
ସାଧାରଣ ଜଣେ ପିଇଓ କୋଟି କୋଟି ଟଙ୍କା ଆତ୍ମସାତ କରିବାର ବାଟ ବନ୍ଦ କରିବାକୁ ସାମାନ୍ୟତମ ପ୍ରୟାସ କରାଯାଇନାହିଁ, ଯାହା ସମସ୍ତଙ୍କୁ ଆଲୋଚନା ପାଇଁ ଖୋରାକ ଯୋଗାଉଛି। କିନ୍ତୁ ଭିଜିଲାନ୍ସ ହାବୁଡ଼ରେ ଯେଉଁ ଦୁର୍ନୀତି ଖବର ପଡିଛି ସେଥିରେ କେବଳ ଧରପଡି ଜେଲ ଯାଇଛନ୍ତି। ୨୦୨୩ରୁ ୨୦୨୫ ମଧ୍ୟରେ ଭିଜିଲାନ୍ସ ଦ୍ୱାରା କେତେକ ଧରାଯାଇଛି। ସେଥିମଧ୍ୟରୁ ପିଇଓ ଦେବାନନ୍ଦ ସାଗର ଅନ୍ୟତମ। ଲାଞ୍ଜିଗଡ ବ୍ଲକ ପାହାଡ଼ପଦର ପଞ୍ଚାୟତରେ ପିଇଓ ଥିବା ଦେବାନନ୍ଦ ୨୦୨୩ରେ ୪୭,୧୭,୯୭୯ ଟଙ୍କା ସରକାରୀ ଅର୍ଥ ହେରଫେର କରିଥିଲେ। ପରେ ଥୁଆମୂଳ ରାମପୁର ବ୍ଲକର ବଡଛତରଙ୍ଗ ପିଇଓ ଦାୟିତ୍ୱରେ ଥିବାବେଳେ ୨୨,୭୬,୧୦୮ ଟଙ୍କା ଆତ୍ମସାତ୍‌ କରିଥିଲେ। ଉକ୍ତ ବ୍ଲକର ବିରିକୋଟ ପଞ୍ଚାୟତରୁ ୩୪,୯୭,୪୨୦ ଟଙ୍କା ଆତ୍ମସାତ୍‌ କରିଥିଲେ ପିଇଓ ଦେବାନନ୍ଦ। ପୁଣିଥରେ ୨୦୨୫ ମାର୍ଚ୍ଚ ୨୨ରେ ପାହାଡ଼ପଦର ଓ ତଳନେଗୀ ପଞ୍ଚାୟତରୁ ୩ କୋଟି ୨୬ ଲକ୍ଷ ଟଙ୍କା ଡିଏସ୍‌ସିକୁ ଆଧାର କରି ସରକାରୀ ଅର୍ଥ ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିଲେ। ସେହିଭଳି ଗତବର୍ଷ କେସିଙ୍ଗା ବ୍ଲକର ସିର୍ଜାପାଲି ପଞ୍ଚାୟତର ପୂର୍ବତନ ପିଇଓ ରୂପଧର ମାଝୀ ୧୦ ଲକ୍ଷ ଟଙ୍କା ହେରଫେର କରି ଭିଜିଲାନ୍ସ ଦ୍ୱାରା ଧରା ପଡିଥିଲେ। ପୁଣି ଥୁଆମୂଳ ରାମପୁର କାଣୀଗୁମା ପଞ୍ଚାୟତର ପୂର୍ବତନ ପିଇଓ ସନ୍ୟାସୀ ନାଏକ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଦ୍ୱାରା ଧରାପଡିଥିଲେ। ପରେ ଭିଜିଲାନ୍ସ ବିଭାଗ ସନ୍ୟାସୀଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଖୋଳତାଡ଼ କରିଥିବାବେଳେ ୬୮ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଥିବା ଜଣାପଡ଼ିଥିଲା। ଏପରିକି ଗରିବ ଲୋକଙ୍କ ହରିଶ୍ଚନ୍ଦ୍ର ଯୋଜନାର ଅର୍ଥ ବି ପିଇଓମାନେ ଲୁଟି ନେବାର ପ୍ରୟାସ କିଛି କମ ନୁହେଁ। ଜିଲାର ବିଭିନ୍ନ ପଞ୍ଚାୟତରେ ଏଭଳି ପିଇଓମାନଙ୍କ କାରନାମା ବଳବତ୍ତର ରହିଥିଲେ ମଧ୍ୟ ପ୍ରଶାସନ ତରଫରୁ କାହିଁକି ଅଙ୍କୁଶ ଲଗାଯାଇ ପାରୁ ନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri