ବିପଦସଙ୍କୁଳ ଅବସ୍ଥାରେ ଝୁଲୁଛି ଶୁଖିଲା ଗଛ

ଅମରପାଲି,୨ା୫(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ କଲୋନୀରେ ଏକ ବିରାଟକାୟ ଶୁଖିଲା ଗଛ ବିପଦ ସଂକୁଳ ଅବସ୍ଥାରେ ରହିଛି। ଯେକୌଣସି ମୁହୂର୍ତ୍ତରେ ଗଛ ଭାଙ୍ଗି ପଡିବା ଆଶଙ୍କା ଦେଖାଦେଇଛି। ଏହା କଲୋନୀରେ ରହୁଥିବା ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିଛି । ଦୁଇଦିନ ତଳେ ହୋଇଥିବା ସାମାନ୍ୟ ପବନରେ ଗଛର ଏକ ଡାଳ ଭାଙ୍ଗି ଜଣେ ବ୍ୟକ୍ତିଙ୍କ ବାସଭବନରେ ପଡିଥିଲା। ସୌଭାଗ୍ୟବଶତଃ ସେତେବେଳେ ଘରେ କେହି ନ ଥିବାରୁ ବିପଦ ଟଳି ଯାଇଥିଲା। ବିଦ୍ୟୁତ୍‌ ବିଭାଗ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଭାଙ୍ଗି ପଡିଥିବା ଡାଳକୁ କାଟି ସଫା କରିଥିଲେ। ଶୁଖିଲା ଗଛକୁ ତୁରନ୍ତ କାଟିକୁ ସାଧାରଣରେ ଦାବି ହେଉଛି।